ପଞ୍ଜୁରୀରେ ତାଲା ପଡ଼ିଛି ମୁଣ୍ଡ, କାହିଁକି ଜାଣନ୍ତୁ….

ପଞ୍ଜୁରୀରେ ତାଲା ପଡ଼ିଛି ମୁଣ୍ଡ, କାହିଁକି ଜାଣନ୍ତୁ….

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କୌଣସି ଜିନିଷର କୁଅଭ୍ୟାସ ଥରେ ଲାଗିଗଲେ, ତାହାକୁ ଛାଡ଼ିବା କଷ୍ଟକର ହୋଇପଡ଼େ । ଧୂମପାନ ବା ଅନ୍ୟ ନିଶାଦ୍ରବ୍ୟ ସେବନ ଏପରି ଏକ ଖରାପ ଅଭ୍ୟାସ, ଯାହା ଲୋକଙ୍କୁ ନିମ୍ନଗାମୀ କରିଦିଏ । ଅନେକ ଲୋକ ଧୂମପାନ ଛାଡିବାକୁ ରାଣ, ନିୟମ ଖାଇଲେ ମଧ୍ୟ ଛାଡ଼ି ପାରନ୍ତି ନାହିଁ। କିନ୍ତୁ କିଛି ଦିନ ପରେ ତାଙ୍କର ଶପଥ ଭୁଲି ପୁଣି ଯଥା ପୂର୍ବଂ ତଥା ପରଂ କାର୍ଯ୍ୟ କରନ୍ତି । ବାସ୍ତବରେ କହିବାକୁ ଗଲେ, ନିଶା ହେଉଛି ଏମିତି ଏକ ଖରାପ ଅଭ୍ୟାସ । ଯାହା ଛାଡ଼ିବା ଅତ୍ୟନ୍ତ କଷ୍ଟକର ହୋଇଥାଏ ଯେ କୌଣସି ବ୍ୟକ୍ତି ପାଇଁ। ତଥାପି  କିଛି ଲୋକ ଏହି ଅଭ୍ୟାସରୁ ମୁକ୍ତି ପାଇବା ପାଇଁ ଆଶ୍ଚର୍ଯ୍ୟଜନକ ଉପାୟ ଅପଣାନ୍ତି । ସେହିଭଳି ଜଣେ ବ୍ୟକ୍ତି ଧୂମପାନରୁ ଦୂରେଇ ରହିବା ପାଇଁ ଏକ ବିଶେଷ ପ୍ରକାରର ପଞ୍ଜୁରୀରେ ତାଙ୍କ ମୁଣ୍ଡ ଆଚ୍ଛାଦନ କରି ରଖିଛନ୍ତି।

   ତୁର୍କୀର ଇବ୍ରାହିମ ୟୁସେଲ ନାମକ ଏହି ବ୍ୟକ୍ତି ଜଣକ ବହୁ ବର୍ଷ ଧରି ଧୂମପାନ କରୁଥିଲେ। କିନ୍ତୁ ଯେତେବେଳେ ସେ ଏଥିରୁ ମୁକ୍ତି ପାଇବାକୁ ସ୍ଥିର କଲେ, ସେତେବେଳେ ତାଙ୍କୁ ବହୁତ କଷ୍ଟ ଲାଗିଥିଲା ।  ସେ ବହୁ ଚେଷ୍ଟା ପରେ ମଧ୍ୟ ତାହାକୁ ଛାଡ଼ି ପାରୁନଥିଲେ । କିନ୍ତୁ ସେ ହାର ମାନିନଥିଲେ ଏବଂ ମୁଣ୍ଡକୁ ଏକ ସ୍ୱତନ୍ତ୍ର ପିଞ୍ଜରା ହେଲମେଟରେ ଘୋଡାଇ ଦେଇଥିଲେ । ଯାହାଫଳରେ ସେ ହଠାତ୍ ତାଙ୍କ ପାଟିରେ ସିଗାରେଟ୍ ରଖିପାରିବେ ନାହିଁ।

 ସୂଚନାନୁସାରେ, ଇବ୍ରାହିମ ମୋଟରସାଇକେଲ ଆରୋହୀଙ୍କ ହେଲମେଟରୁ ଏହି ପିଞ୍ଜରାର ପ୍ରେରଣା ପାଇଥିଲେ, ଯାହା ସେ ନିଜେ ୧୩୦ ଫୁଟ ତମ୍ବା ତାର ସାହାଯ୍ୟରେ ତିଆରି କରିଛନ୍ତି। ତେବେ ଇବ୍ରାହିମ ଏହି ହେଲମେଟକୁ ସାମାନ୍ୟ ଭିନ୍ନ କରିଛନ୍ତି। ବାସ୍ତବରେ ବାଇକ୍ ଆରୋହୀମାନେ ଯେତେବେଳେ ଚାହିଁବେ ସେମାନଙ୍କ ହେଲମେଟ କାଢି ପାରିବେ। କିନ୍ତୁ ଇବ୍ରାହିମ ତାଙ୍କ ହେଲମେଟ କାଢିବା ପାଇଁ ଏକ ଚାବି ଆବଶ୍ୟକ କରନ୍ତି, ଯାହା ତାଙ୍କ ପରିବାର ହାତରେ ରହିଥାଏ। ବିଶେଷ କରି ତାଙ୍କ ପତ୍ନୀଙ୍କ ପାଖରେ।

 ଇବ୍ରାହିମ ୧୬ ବର୍ଷ ହେଲା ସିଗାରେଟ ଟାଣୁଥିଲେ । କିନ୍ତୁ ଯେତେବେଳେ ତାଙ୍କ ପିତାଙ୍କର ଫୁସଫୁସ କର୍କଟରେ ମୃତ୍ୟୁ ହୋଇଥିଲା , ସେତେବେଳେ ସେ ନିଜ ପରିବାର ତଥା ସ୍ୱାସ୍ଥ୍ୟ ପାଇଁ ଧୂମପାନରୁ ନିଜକୁ ଦୂରେଇ ରଖିବାକୁ ସ୍ଥିର କଲେ। ଇବ୍ରାହିମଙ୍କ ଏହି ପିଞ୍ଜରା ହେଲମେଟ ଏକ ପକ୍ଷୀ ପଞ୍ଜୁରୀ ସଦୃଶ । ଯାହାକୁ ସେ ଖାଇବା ପିଇବା ସମୟରେ ବାହାର କରିଦିଅନ୍ତି, ଅନ୍ୟସମୟରେ ଲଗାଇଥାନ୍ତି। ଏହାକୁ ବାହାର କରିବା ପାଇଁ ତାଙ୍କ ପାଖରେ ଚାବି ରହିଲେ ମଧ୍ୟ ତାଙ୍କୁ ତାଙ୍କ ପତ୍ନୀ କିମ୍ବା ପିଲାମାନଙ୍କର ସାହାଯ୍ୟ ନେବାକୁ ପଡ଼ିବ। ତେବେ ତାଙ୍କର ଏହି ଅଭିନବ ପ୍ରୟାସ ଦେଖି ଅନେକ ଆଶ୍ଚର୍ଯ୍ୟ ହେଉଛନ୍ତି ।  ଇଣ୍ଟରନେଟରେ ତାଙ୍କ ଫଟୋ ଓ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: