ମଲ୍ଲିକାଙ୍କ ଲେଉଟାଣି…

ମଲ୍ଲିକାଙ୍କ ଲେଉଟାଣି…

ପ୍ରିଜମ ନ୍ୟୁଜ ବ୍ୟୁରୋ: ପୁଣିଥରେ ସିନେମା ଦୁନିଆକୁ କମ୍ ବ୍ୟାକ କରୁଛନ୍ତି ବଲିଉଡର ହଟ ହିରୋଇନ୍ ମଲ୍ଲିକା ଶେରାୱତ । ଫିଲ୍ମ ‘ଆରକେ’ ଜରିଆରେ ସେ କମ୍ ବ୍ୟାକ କରିଛନ୍ତି ବଡ ପରଦାକୁ। ଏହି ଫିଲ୍ମର କାହାଣୀ ଜଣେ ଭୟାଳୁ ବା ଚିନ୍ତିତ ନିର୍ଦ୍ଦେଶକ(ଆରକେ)ଙ୍କ କାହାଣୀ ଉପରେ ପର୍ଯ୍ୟବେଶିତ । ଆଉ ଏହି ଫିଲ୍ମ ନିର୍ଦ୍ଦେଶନା ରଜତ କପୁର ଦେଇଛନ୍ତି । ଏସବୁ ଭିତରେ ଏବେ ଫିଲ୍ମର ରିଲିଜ୍ ଡେଟ ବି ଘୋଷଣା ହୋଇଯାଇଛି ।

ଫିଲ୍ମର କାହାଣୀ ଆରକେ ନାମକ ନିର୍ଦ୍ଦେଶକଙ୍କ ଉପରେ ଆଧାରିତ, ଯିଏ ନିଜର ନୂଆ ଫିଲ୍ମ ଶୁଟିଂ ଶେଷ କରୁଛନ୍ତି । ହେଲେ ଏଡିଟ ଟେବଲରେ ତାଙ୍କୁ ସବୁକଥା ଠିକ୍ ଲାଗୁ ନାହିଁ। ଆରକେଙ୍କ ମନରରେ କିଛି ଭୁଲଭାଲ କଥା ଆସୁଛି । ଯାହା ତାଙ୍କ ଭିତରେ ଡର ସୃଷ୍ଟି କରୁଛି । ଏବଂ ତାଙ୍କ ଖରାପ ସ୍ୱପ୍ନ ସମୟକ୍ରମେ ସତ ବି ହେଉଛି । ସୂଚନାଯୋଗ୍ୟ, ଏଡିଟ ରୁମରେ ତାଙ୍କୁ ଏକ ଫୋନ ଆସୁଛି । ଯେଉଁଥିରେ ତାଙ୍କୁ କୁହାଯାଉଛି କି ଫିଲ୍ମର ହିରୋ ପ୍ରୋଜକ୍ଟରୁ ବାହାରି ଯାଇଛନ୍ତି । ଏହି ଫୋନକଲ ତାଙ୍କୁ ଚିନ୍ତାରେ ପକାଇ ଦେଇଛି ।ଏହା ଏକ ହାସ୍ୟରସାତ୍ମକ ସିନେମା।

ଫିଲ୍ମ ଟି ୨୨ ଜୁଲାଇ ୨୦୨୨ରେ ରିଲିଜ୍ ହେବ । ରିଲିଜ ପୂର୍ବରୁ କିଛି ଅନ୍ତରାଷ୍ଟ୍ରୀୟ ଫିଲ୍ମ ଫେଷ୍ଟିକଭାଲରେ ପ୍ରଦର୍ଶିତ ହୋଇ ସାରିଛି ମଧ୍ୟ । ସେଥିରେ ରହିଛି ସାଂଘାଇ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ, ଫ୍ଲୋରେନ୍ସରେ ରିଭର ଟୁ ରିଭର ଫେଷ୍ଟିଭାଲ, ବୁକିୟନ ଇଣ୍ଟରନ୍ୟାଶନାଲ ଫାଣ୍ଟାଷ୍ଟିକ ଫିଲ୍ମ ଫେଷ୍ଟିଭାଲ ଆଦିରେ ଏହାର ପ୍ରିମିୟର ହୋଇ ସାରିଛି । ତେବେ ମଲ୍ଲିକା ଶେରାୱତଙ୍କ ପ୍ରଶଂସକଙ୍କ ପାଇଁ ଏହା ବଡ ଖୁସି ଖବର କହିଲେ ଭୁଲ ହେବନି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: