କେବଳ ୩୦ ଦିନ ଶୋଇବା ପାଇଁ କମ୍ପାନୀ ଦେଉଛି ମୋଟା ଅଙ୍କର ଦରମା ସହ ଖାଇବା ରହିବା

କେବଳ ୩୦ ଦିନ ଶୋଇବା ପାଇଁ କମ୍ପାନୀ ଦେଉଛି ମୋଟା ଅଙ୍କର ଦରମା ସହ ଖାଇବା ରହିବା

ପ୍ରିଜମ ନ୍ୟୁଜ ବ୍ୟୁରୋ:ଶୋଇବାକୁ କାହାକୁ ବା ପସନ୍ଦ ନୁହେଁ? ହେଲେ କାର୍ଯ୍ୟ ବ୍ୟସ୍ତତା ସହ ରୋଜଗାର ଓ ଅନ୍ୟ କେତେକ କାରଣ ପାଇଁ ଆମକୁ ଅଧିକ ସମୟ ଶୋଇବାର ସୁଯୋଗ ମିଳେ ନାହିଁ। କିନ୍ତୁ କେବଳ ଶୋଇକି ଯଦି ରୋଜଗାର ମିଳେ ତାହାଲେ କେମିତି ହୁଅନ୍ତା। ଆପଣ କହିପାରନ୍ତି ଯେ ଏହା କେବଳ କଳ୍ପନା କରି ହୁଏ ସତରେ ଘଟେନି। କିନ୍ତୁ ମାଲେସିଆର ଏକ କମ୍ପାନୀ ସତରେ ଶୋଇବା ବଦଳରେ ଲୋକଙ୍କୁ ବହୁତ ଟଙ୍କା ପ୍ରଦାନ କରୁଛି।ମାଲେସିଆ ବିଶ୍ୱବିଦ୍ୟାଳୟର କିଛି ଅନୁସନ୍ଧାନକାରୀ ଏହି ପ୍ରକଳ୍ପରେ କାର୍ଯ୍ୟ କରୁଛନ୍ତି। ଏହି ଅନୁସନ୍ଧାନକାରୀମାନେ ସେହି ଲୋକମାନଙ୍କୁ ଖୋଜନ୍ତି ଯେଉଁମାନେ ସେମାନଙ୍କ ପାଇଁ ଶୋଇ ପାରିବେ। ଏହି କାମ ବଦଳରେ ତାଙ୍କୁ ମାସକୁ ୨୫ ହଜାର ଟଙ୍କା ଦିଆଯିବ। କର୍ମଚାରୀଙ୍କୁ ଅନ୍ୟ କୌଣସି କାମ କରିବାକୁ ପଡିବ ନାହିଁ। କେବଳ କ୍ରମାଗତ ଗୋଟିଏ ମାସ ପାଇଁ ଶୋଇବାକୁ ହେବ। ଏହାର ପ୍ରତିବଦଳରେ ତାଙ୍କୁ ଦରମା ଦିଆଯିବ।

ଏମିତି ରହିଛି ସର୍ତ୍ତ:ଏହି କାର୍ଯ୍ୟ ପାଇଁ ପ୍ରକାଶ ପାଇଥିବା ପୋଷ୍ଟରରେ ସମସ୍ତ ବିବରଣୀ ଦିଆଯାଇଛି। ଏଥିରେ ସ୍ପଷ୍ଟ ଭାବେ ଲେଖାଯାଇଛି କେଉଁ କେଉଁ ଲୋକମାନେ ଏହି ଚାକିରି ପାଇଁ ଆବେଦନ କରିପାରିବେ। ମାନଦଣ୍ଡ ଅନୁଯାୟୀ, ଯେଉଁ ଲୋକର ବୟସ ୨୦ ରୁ ୪୦ ମଧ୍ୟରେ ହୋଇଥିବ। ଏବଂ ଯେଉଁମାନଙ୍କର ଓଜନ ସାଧାରଣ ପରିସର ମଧ୍ୟରେ ରହିଥିବ, ସେମାନେ ଏହି ଚାକିରି ପାଇଁ ଆବେଦନ କରିପାରିବେ। ଏହି ଲୋକଙ୍କୁ ଏକ ମାସ ପାଇଁ ଏକ ଶୋଇବା ଘରେ ରହିବାକୁ ପଡିବ, ଯେଉଁଠାରେ ସେମାନଙ୍କ ଉପରେ ନଜର ରଖାଯିବ। ଯଦି କୌଣସି ପ୍ରକାରର ଶୋଇବା ବ୍ୟାଘାତ ଆବେଦନକାରୀଙ୍କଠାରେ ଦେଖାଯାଏ, ତେବେ ସେମାଙ୍କୁ ଏନରୋଲ କରାଯିବ ନାହିଁ।

ଗୋଟିଏ ମାସର କାର୍ଯ୍ୟ:ଏହି ଅନୁସନ୍ଧାନ ସହ ଜଡିତ ମିସ୍ ସାଫା ସୂଚନା ପ୍ରଦାନ କରି କହିଛନ୍ତି ଯେ, ଅଂଶଗ୍ରହଣକାରୀମାନଙ୍କୁ ଶୋଇବା ଘରକୁ ଯିବା ପୂର୍ବରୁ ସ୍କ୍ରିନିଂ କରିବାକୁ ପଡିବ। ଏଥିରେ, ସେମାନଙ୍କୁ ପ୍ରତ୍ୟେକ ଦିଗରୁ ଯାଞ୍ଚ କରାଯିବ। ଥରେ ସେ ସମସ୍ତ ପ୍ରକ୍ରିୟା ସଫଳତାର ସହ ଶେଷ କରିଲେ, ତେବେ ଯାଇ ତାଙ୍କୁ ଶୋଇବା ଘର ଭିତରକୁ ଯିବାକୁ ଅନୁମତି ଦିଆଯିବ। ଏହାରି ଭିତରେ ତାଙ୍କୁ କେବଳ ଗୋଟିଏ ମାସ ପାଇଁ ଶୋଇବାକୁ ପଡିବ। ସମସ୍ତ ଖାଦ୍ୟ ଏବଂ ପାନୀୟକୁ ଘର ଭିତରେ ଦିଆଯିବ। ଏସି ରୁମରେ ଶୋଇବା ଏବଂ ପ୍ରତିବଦଳରେ ଟଙ୍କା ରୋଜଗାର କରିବାର ଏହି ଅଫର ଲୋକଙ୍କୁ ବହୁତ ଆକର୍ଷିତ କରୁଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: