ବିନା କ୍ଷୀରରେ ତିଆରି କରନ୍ତୁ ସ୍ଵାଦିଷ୍ଟ ପନିର

ବିନା କ୍ଷୀରରେ ତିଆରି କରନ୍ତୁ ସ୍ଵାଦିଷ୍ଟ ପନିର

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆଜିକାଲି ଅଧିକାଂଶ ଲୋକ ଭେଗାନ୍ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ଯେଉଁଥିରେ କେବଳ ଅଣ୍ଡା, ମାଂସ, ମାଛ ନୁହେଁ ବରଂ ପଶୁମାନଙ୍କଠାରୁ ଆସୁଥିବା ସମସ୍ତ ଜିନିଷକୁ ପରିତ୍ୟାଗ କରାଯାଏ। କ୍ଷୀର ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ । ଏପରି ପରିସ୍ଥିତିରେ କ୍ଷୀରର ବିକଳ୍ପ କ’ଣ ହୋଇପାରେ, ଏହା ଏକ ବଡ଼ ପ୍ରଶ୍ନ। ପନିର ସାଧାରଣତଃ କ୍ଷୀରରୁ ତିଆରି ହୋଇଥାଏ କିମ୍ବା ଏବେ ସୋୟା ପନିର ବଜାରରେ ଉପଲବ୍ଧ ହେଉଛି। କିନ୍ତୁ ଯେତେବେଳେ ଭେଗାନ୍ ପ୍ୟାନର୍ କଥା ଆସେ, ଏହାର ହେଲଦି ଭର୍ଜନ କ’ଣ ହୋଇପାରେ? ତେଣୁ, ଆଜି ଆମେ ଆପଣଙ୍କୁ କ୍ଷୀର ବିନା ବାଦାମରୁ ପାଣିର ତିଆରି କରିବାର ରେସିପି ବିଷୟରେ କହିବୁ। ତେବେ ଚାଲନ୍ତୁ କିପରି ବିନା କ୍ଷୀରରେ ବାଦାମରୁ ପନିର ତିଆରି ହେଉଛି ସେ ବିଷୟରେ ଜାଣିବା।

ଆବଶ୍ୟକ ସାମଗ୍ରୀ:କଞ୍ଚା ବାଦାମ, ଲେମ୍ବୁ ରସ କିମ୍ବା ଭିନେଗାର ଓ ପାଣି।

ପ୍ରସ୍ତୁତ ପ୍ରଣାଳୀ:ବାଦାମରୁ ପନିର୍ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ବାଦାମକୁ ରାତିସାରା କିମ୍ବା ୮ରୁ୧୦ ଘଣ୍ଟା ପାଇଁ ପାଣିରେ ଭିଜାନ୍ତୁ। ତା’ପରେ ଏହାକୁ ଛାଣି ଦିଅନ୍ତୁ , ଯଦି ଆପଣ ଚାହାଁନ୍ତି ଏହାର ଚୋପା କାଢି ପାରିବେ।ବର୍ତ୍ତମାନ ଏହି ବାଦାମକୁ ଅଳ୍ପ ପାଣିରେ ଏକ ବ୍ଲେଣ୍ଡରରେ ରଖନ୍ତୁ ଏବଂ ଏକ ଚିକ୍କଣ କରି ବାଟି ଦିଅନ୍ତୁ। ଆପଣ ପଥର ପେଶା ସାହାଯ୍ୟରେ ମଧ୍ୟ ବାଟି ପାରିବେ। ତା’ପରେ କ୍ଷୀରର ସ୍ଥିରତା ପରି ଏହାକୁ ତିଆରି କରିବା ପାଇଁ ଏଥିରେ ଅଳ୍ପ ପାଣି ମିଶାନ୍ତୁ।ବର୍ତ୍ତମାନ ଧିରେ ଧିରେ ବଟାବାଦାମକୁ ଭଲ ଭାବେ ଛାଣି ଦିଅନ୍ତୁ, ଯାହାଦ୍ଵାରା ଅବଶିଷ୍ଟ ବା ଖଦଡ଼ା ବାଦାମ ବାହାରି ଯିବ ଏବଂ ଆପଣ ସ୍ୱଚ୍ଛ ଓ ଚିକ୍କଣ କ୍ଷୀର ପାଇବେ।ଏହାପରେ ଆପଣ ବାଦାମ କ୍ଷୀରକୁ ଗରମ କରି ଭଲଭାବେ ଫୁଟେଇ ଦିଅନ୍ତୁ।

ଏହାପରେ ଏକ ପାତ୍ରରେ ଲେମ୍ବୁ ରସ ଏବଂ ପାଣି ମିଶାନ୍ତୁ ଏବଂ ଏହି ମିଶ୍ରଣକୁ ଧୀରେ ଧୀରେ କ୍ଷୀରରେ ଢାଳନ୍ତୁ। ଆପଣ ଦେଖିବେ ଯେ ଲେମ୍ବୁ କିମ୍ବା ଭିନେଗାର ମିଶିବା ମାତ୍ରେ ବାଦାମ କ୍ଷୀର ତୁରନ୍ତ ଛିଡି ଛେନା ହେବା ଆରମ୍ଭ କରିବ।ବର୍ତ୍ତମାନ ଏକ ଛଣା ଉପରେ ସଫା କପଡା ରଖି ସେହି ଛେନାକୁ ଢାଳି ପାଣି ନିଗାଡି ଦିଅନ୍ତୁ। ଏହା ଉପରେ ଗୋଟିଏ ପ୍ଲେଟ୍ ରଖନ୍ତୁ ଏବଂ ୭-୮ ଘଣ୍ଟା ସେଟ୍ ହେବା ପାଇଁ ତାର ଉପରେ ଏକ ଭାରୀ ଓଜନିଆ ଜିନିଷ ରଖନ୍ତୁ।ଏବେ ବାଦାମ ପନିର ପ୍ରସ୍ତୁତ ହୋଇଗଲା, ଅନ୍ୟ ପନିର ଅପେକ୍ଷା ଏହାର ସ୍ବାଦ ଭଲ ଏବଂ ଅତ୍ୟନ୍ତ ସ୍ୱାସ୍ଥ୍ୟକର ବୋଲି ବିବେଚନା କରାଯାଏ । ଆପଣ ଏହାକୁ ତରକାରୀ, ମିଠା କିମ୍ବା ଅନ୍ୟାନ୍ୟ ଜିନିଷରେ ବ୍ୟବହାର କରିପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: