ରୋଷେଇ ଘର ମହାରାଷ୍ଟ୍ରରେ ଡ୍ରଇଂ ରୁମ୍ ତେଲେଙ୍ଗାନାରେ

ରୋଷେଇ ଘର ମହାରାଷ୍ଟ୍ରରେ ଡ୍ରଇଂ ରୁମ୍ ତେଲେଙ୍ଗାନାରେ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଭାରତରେ ଏମିତି କେତେକ ସ୍ଥାନ ରହିଛି ଯାହାକି ସମସ୍ତଙ୍କୁ ଚକିତ କରେ। ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ମଧ୍ୟ ଏକ ଘର ଅଛି, ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଘରର ଗୋଟିଏ ଅଂଶ ମହାରାଷ୍ଟ୍ର ଏବଂ ଅନ୍ୟଟି ତେଲେଙ୍ଗାନାରେ ରହିଛି। ଆପଣଙ୍କୁ ନିହାତି କୌତୁହଳ ଲାଗୁଥିବ। ତେବେ ଏହି କାରଣରୁ ଘରର ମାଲିକଙ୍କୁ ଉଭୟ ରାଜ୍ୟର ଟିକସ ଦେବାକୁ ପଡିଥାଏ। ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଇ ରାଜ୍ୟରେ ଥିବା ଏହି ଘର ବିଷୟରେ ଅନେକ ଆଲୋଚନା ହେଉଛି।ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ଚନ୍ଦ୍ରପୁର ଜିଲ୍ଲାର ମହାରାଜଗୁଡା ଗ୍ରାମରେ ଅବସ୍ଥିତ ଏହି ଘର ଦୁଇଟି ରାଜ୍ୟ ଯଥା ମହାରାଷ୍ଟ୍ର ଏବଂ ତେଲେଙ୍ଗାନା ସୀମାରେ ଅବସ୍ଥିତ।

ଏହାର ୪ ଟି କୋଠରୀ ମହାରାଷ୍ଟ୍ରରେ ଏବଂ ୪ ଟି କୋଠରୀ ତେଲେଙ୍ଗାନାରେ ଅଛି।ତେବେ ଏହି କାରଣରୁ ଉଭୟ ରାଜ୍ୟର ଟିକସ ଦେଉଥିବା ଘର ମାଲିକ ଉତ୍କଳ ପାୱାର କହିଛନ୍ତି। ତେବେ ଏଥିରେ ତାଙ୍କର କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି। ବରଂ ସେ କହିଛନ୍ତି ଯେ ଉଭୟ ରାଜ୍ୟରୁ ସମ୍ପୂର୍ଣ୍ଣ ଲାଭ ମିଳୁଛି ତାଙ୍କୁ।ତେବେ ଏହି କାରଣରୁ ଉଭୟ ରାଜ୍ୟର ଟିକସ ଦେଉଥିବା ମାଲିକ ଉତ୍କଳ ପାୱାର କହିଛନ୍ତି ଯେ ଏଥିରେ ତାଙ୍କର କୌଣସି ଅସୁବିଧା ନାହିଁ। ବରଂ ସେମାନେ କହିଛନ୍ତି ଯେ ଉଭୟ ରାଜ୍ୟର ସମ୍ପୂର୍ଣ୍ଣ ଲାଭ ମିଳୁଛି।ପାୱାର କହିଛନ୍ତି ଯେ ତାଙ୍କ ଘରେ ୧୩ ଜଣ ସଦସ୍ୟ ରୁହନ୍ତି। ତେଲେଙ୍ଗାନାରେ ସେମାନଙ୍କର ରୋଷେଇ ଘର ଏବଂ ମହାରାଷ୍ଟ୍ରର ଏକ ଡ୍ରଇଂ ରୁମ୍ ରହିଛି। ଏବଂ ଭାଇଙ୍କ କୋଠରୀ ତେଲେଙ୍ଗାନାରେ ଅଛି।

ଘର ମାଲିକଙ୍କ କହିବାନୁସାରେ, ଯେତେବେଳେ ୧୯୬୯ ମସିହାରେ ସୀମା ସର୍ଭେ କରାଯାଇଥିଲା, ସେତେବେଳେ ତାଙ୍କୁ କୁହାଯାଇଥିଲା ଯେ ତାଙ୍କ ଘରର ଅର୍ଦ୍ଧେକ ମହାରାଷ୍ଟ୍ରରେ ଥିବାବେଳେ ଅନ୍ୟ ଅର୍ଦ୍ଧେକ ତେଲେଙ୍ଗାନାରେ ଥିଲେ। ତେବେ ଘର ଲୋକଙ୍କୁ ଅସୁବିଧା ହେଉ ନଥିବା ବେଳେ ଏଠାକୁ ବହୁ ଲୋକ ଦେଖିବା ପାଇଁ ଆସନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: