ଏଲ୍‌ଏସ୍‌ଜିକୁ ହରାଇଲା ଜିଟି

ଏଲ୍‌ଏସ୍‌ଜିକୁ ହରାଇଲା ଜିଟି

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୫୭ତମ ମ୍ୟାଚ୍‌ରେ ମଙ୍ଗଳବାର ଗୁଜରାଟ ଟାଇଟନ୍ସ(ଜିଟି) ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ବିପକ୍ଷରେ ସହଜ ବିଜୟ ହାସଲ କରିଛି । ଧାର୍ଯ୍ୟ ୧୪୫ ରନ୍ ଲକ୍ଷ୍ୟର ପିଛା କରି ଏଲଏସଜି ୧୩.୫ ଓଭରରେ ସମସ୍ତ ୱିକେଟ ହରାଇ ୮୨ ରନ୍ କରିବାକୁ ସକ୍ଷମ ହୋଇ ପାରିଥିଲା ।ଏଲ୍‌ଏସ୍‌ଜି ପକ୍ଷରୁ କ୍ୱିଂଟନ ଡି କକ ୧୦ ବଲରେ ୧୧ ରନ୍ କରିଥିଲେ । ସେହିପରି ଦୀପକ ହୋଦା ୨୬ ବଲରେ ୨୭ ରନ୍‌, ଅବେଶ ଖାନ୍ ୪ ବଲରେ ୧୨ ରନ୍ କରିଥିଲେ ।

ମହାରାଷ୍ଟ୍ରର ପୁଣେ ସ୍ଥିତ ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏଶନ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଜିଟି ଟିମ୍‌ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ ଜିଣିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଲ୍‌ଏସ୍‌ଜି ଟିମ୍‌ ଅଧିନାୟକ କେ.ଏଲ୍‌. ରାହୁଲଙ୍କ ନେତୃତ୍ୱରେ ବୋଲିଂ ଆରମ୍ଭ କରିଥିଲା।ନିଦ୍ଧାରିତ ୨୦ ଓଭରରେ ଜିଟି ଟିମ୍‌ ୪ ଓ୍ବିକେଟ ହରାଇ ୧୪୪ ରନ୍‌ କରି ଥିଲା। ଫଳରେ ଏଲ୍‌ଏସ୍‌ଜି ପାଇଁ ବିଜୟ ଲକ୍ଷ୍ୟ ୧୪୫ ରନ୍‌ ରହିଥିଲା।ଜିଟି ପକ୍ଷରୁ ଡେଭିଡ୍‌ ମିଲର ୨୪ ବଲ୍‌ରେ ୨୬ ରନ୍‌ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୧୩ ବଲ୍‌ରେ ୧୧ ରନ୍‌ କରିଥିଲେ । ସେହିପରି ଶୁବମନ୍‌ ଗିଲ୍‌ ବିସ୍ଫୋରକ ବ୍ୟାଟିଂ କରି ୪୯ ବଲ୍‌ରେ ୬୩ ରନ୍‌ କରି ଅପରାଜିତ ରହିଥିଲେ। ଅପରପକ୍ଷରେ ମ୍ୟାଥ୍ୟୁ ଓ୍ବାଡେ ୭ ବଲ୍‌ରେ ୧୦ ରନ୍‌ କରିଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: