ଉଲଗ୍ନ ହୋଇ ପାହାଡ଼ ଚଢ଼ି ଖୁସି ହୁଅନ୍ତି ଏହି ଯୁବତୀ

ଉଲଗ୍ନ ହୋଇ ପାହାଡ଼ ଚଢ଼ି ଖୁସି ହୁଅନ୍ତି ଏହି ଯୁବତୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପର୍ବତ ଆରୋହଣ ଅନେକ ଲୋକଙ୍କୁ ଖୁସି ଦେଇଥାଏ । ବର୍ଷ ବର୍ଷ ଧରି ପାହାଡ ଚଢ଼ି ମଧ୍ୟ ଥକି ନଥାନ୍ତି କିଛି ଲୋକ। କେବଳ ସେତିକି ନୁହେଁ, ପାହାଡ଼ ଚଢିବା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି ମଧ୍ୟ ସେମାନେ କରିଥାନ୍ତି। ମାତ୍ର ଜଣେ ଯୁବତୀ ଏମିତି ଏକ ନିଆରା ଢଙ୍ଗରେ ପାହାଡ଼ ଚଢ଼ିବାର ସଉକ ରଖିଛନ୍ତି ଯାହା ଜାଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହେବେ । ଏହି ଯୁବତୀ ଜଣକ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ପାହାଡ଼ ଚଢ଼ିବାକୁ ପସନ୍ଦ କରିଥାନ୍ତି। ନିକଟରେ ଏହି ଯୁବତୀ ଜଣକ ଏହି ଭଳି କରୁଥିବାର କିଛି ଫଟୋ ଇଣ୍ଟରନେଟରେ ବେଶ ଭାଇରାଲ ହେଉଛି। ଏହି ଘଟଣାକୁ ନେଇ ଯୁବତୀ ଜଣକ କହିଛନ୍ତି ଏହା ଏକ କଳା ଅଟେ।
ରିପୋର୍ଟ ଅନୁଯାୟୀ, ୩୭ ବର୍ଷିୟା ଜସୋରକା ଆମେରିକାର ନ୍ୟୁ ଜର୍ସି ସ୍ଥିତ ଏକ କୈସିନୋରେ କାମ କରନ୍ତି । ତାଙ୍କୁ ତାଙ୍କର ନଗ୍ନ ଫଟୋ ସେୟାର କରିବା ପାଇଁ ବଡ ସଉକୁ ରହିଛି। ବର୍ଷେ ତଳେ ସେ କିଛି ନିଆରା ଢ଼ଙ୍ଗରେ ଫଟୋ ଉଠାଇବା କଥା ଚିନ୍ତା କରି ତାଙ୍କ ବନ୍ଧୁଙ୍କୁ ପାହାଡ ଉପରେ ଉଲଗ୍ନ ହୋଇ ଚଢିବା ବେଳର ଫଟୋ ଉଠାଇବାକୁ ପରାମର୍ଶ ଦେଇଥିଲେ। କାରଣ ସେ ତାଙ୍କ ନଗ୍ନ ଫଟୋ ସୋସିଆଲ ମିଡିଆରେ ସେୟାର କରିବାକୁ ଭଲ ପାଆନ୍ତି। ଜସୋରକା କହିଛନ୍ତି, ସେ ଆଂଶିକ ନଗ୍ନ ହେବା ପୂର୍ବରୁ ଏକ ବଡ଼ ପଥର ଚଟାଣ ଉପରେ ଚଢ଼ିଥିଲେ । ଏହା ପୂର୍ବରୁ କେବେ ଏମିତି କରି ନ ଥିଲି। ଏହା ପରେ ତାଙ୍କ ପରିବାର ଏବଂ ବନ୍ଧୁମାନେ ସେହି ଫଟୋ ଦେଖି ପ୍ରଶଂସା କରିଥିଲେ ବୋଲି ସେ କୁହନ୍ତି । କାରଣ ପ୍ରକୃତି ସହିତ ତାଙ୍କର ସହଭାଗିତା ବହୁତ ଭଲ ଥିଲା । ସେ କହିଛନ୍ତି ଯେ, ମୁଁ କୌଣସି ବେଆଇନ କାର୍ଯ୍ୟ କରିନାହିଁ। ଏହି ଫଟୋଗୁଡ଼ିକୁ ସେ କେବଳ ତାଙ୍କ ସୋସିଆଲ ମିଡିଆରେ ସେୟାର କରନ୍ତି। କାରଣ ସୋସିଆଲ ମିଡିଆରେ ତାଙ୍କୁ ଏହି ଫଟୋ ପାଇଁ ସକାରାତ୍ମକ କମେଣ୍ଟ ମିଳିଥାଏ । ଜସୋରକା କହିଛନ୍ତି, ଏହା ଏକ କଳା । ସେ ଅନ୍ୟ ମହିଳାମାନଙ୍କୁ ମଧ୍ୟ ଏପରି କରିବାକୁ ପ୍ରୋତ୍ସାହିତ କରିଥାନ୍ତି।


ସେ କହିଛନ୍ତି, ମୁଁ ମୋର ବନ୍ଧୁମାନଙ୍କ ସହ ଏହି ସବୁ ଫଟୋ ଉଠାଇବାକୁ ଯାଇଥାଏ, ଯେଉଁଥିରେ ଅଧିକାଂଶ ପୁରୁଷ ରହିଥାନ୍ତି। କାରଣ ମୋତେ ଲାଗୁଛି ମହିଳାମାନେ ଏଭଳି ଅବସ୍ଥାରେ ଅସ୍ୱାଭିକ ଅନୁଭବ କରନ୍ତି । ତାଙ୍କ ମତରେ ମହିଳାମାନଙ୍କର ତାଙ୍କ ଶରୀର ପ୍ରତି ନକାରାତ୍ମକ ଭାବନା ରହିଥାଏ। ମାତ୍ର ମୁଁ ଏହି ଧାରଣା ଦୂର କରିବାକୁ କପଡ଼ା ଖୋଲିବାରେ ଆଗ୍ରହୀ ହୋଇଥାଏ । ଏହାସହ ସେ କହିଛନ୍ତି, ଯେତେବେଳେ ସେ ପ୍ରଥମ ଥର ଉଲଗ୍ନ ହୋଇ ପାହାଡ଼ ଚଢ଼ିଥିଲେ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। କିନ୍ତୁ ସେ ଯେତେବେଳେ ପାହାଡ ଶୀର୍ଷରେ ପହଞ୍ଚିଥିଲେ ନିଜ ସାଙ୍ଗମାନଙ୍କ ସହ ପାର୍ଟି କରିଥିଲେ । ସେ କହିଛନ୍ତି ଏହା ଅଶ୍ଳୀଳତା ନୁହେଁ ଏକ କଳା। ତେବେ ତାଙ୍କର ଫଟୋ ଗୁଡ଼ିକ ବହୁ ସଂଖ୍ୟାରେ ସେୟାର ହେଉଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: