କିସ୍ କଲେ ମନ ଶାନ୍ତ ରହିବା ସହ କମୁଛି ଓଜନ, ଗୋଟେ କିଲୋ ଓଜନ କମେଇବା ପାଇଁ ଏତେ କିସ୍ କରିବାକୁ ପଡ଼ିବ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆପଣ ବଢୁଥିବା ଓଜନ ପାଇଁ ଚିନ୍ତାରେ ଅଛନ୍ତି କି? ଜିମ ଯିବାଠୁ ଆରମ୍ଭ କରି ନିୟମିତ ବ୍ୟାମ ପରେ ଓଜନ କମୁନି କି ? ତେବେ ଚିମ୍ବନ୍ ଦିଅନ୍ତୁ ଓଜନ କମିବ। ନିକଟରେ ହୋଇଥିବା ଅଧ୍ୟୟନରୁ ଏହି ସତ୍ୟତା ପ୍ରକାଶ ପାଇଛି। କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ କରି ପାରେ, କିନ୍ତୁ ଏହା ପୁରା ପୁରି ସତ। ଆମେରିକାର ଲୁଇସଭିଲ୍ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଅଧ୍ୟୟନରୁ ଜଣା ପଡ଼ିଛି ଯେ କିସ୍ କଲେ ଓଜନ କମ ହେଉଛି। ବିଶେଷକରି ରୋମାନ୍ସ ସମୟରେ ଯେତେବେଳେ ଆପଣ ନିଜ ସାଥୀଙ୍କୁ କିସ୍ କରନ୍ତି ଓଜନ ହ୍ରାସ ହେବା ସହ ଶାରୀରିକ ଏବଂ ମାନସିକ ସ୍ତରରେ ଅନେକ ଲାଭ ମିଳିଥାଏ ବୋଲି ଜଣା ପଡିଛି। କିସ୍ କରିବା ଦ୍ୱାରା ଏକ ଘଣ୍ଟାରେ ପ୍ରାୟ ୧୦୦ କ୍ୟାଲୋରୀ ବର୍ନ ହୋଇଥାଏ ।
ଅଧ୍ୟୟନରେ ଏହା ପ୍ରକାଶ ପାଇଛି ଯେ ଯଦି ଆପଣ ଏକ ମିନିଟ୍ ଚୁମ୍ବନ କରନ୍ତି, ତେବେ ଶରୀରର କ୍ୟାଲୋରୀ ଖୁବ୍ ଶୀଘ୍ର ବର୍ନ ହୋଇଥାଏ। ଏହା ଦୁଇରୁ ଛଅ କ୍ୟାଲୋରୀ ବର୍ନ କରିଥାଏ। ଏହା ସହିତ କିସ୍ କରିବା ଦ୍ୱାରା ଶରୀରର ମେଟାବୋଲିଜିମ୍ ମଧ୍ୟ ବୃଦ୍ଧି ପାଇଥାଏ। ତେବେ ଟ୍ରେଡ ମିଲରେ ଏକ ମିନିଟ୍ ଜଗିଙ୍ଗି କରିବା ଦ୍ଵାରା କେବଳ ୧୧ କ୍ୟାଲୋରୀ ବର୍ନ ହୋଇଥାଏ । ଏହି ଅଧ୍ୟୟନକୁ ସୁନିଶ୍ଚିତ କରିବା ପାଇଁ, ଅନେକ ଲୋକଙ୍କୁ ନେଇ ଏକ ସର୍ଭେ ମଧ୍ୟ କରାଯାଇଥିଲା।
ଏହି ସର୍ବେକ୍ଷଣରୁ ଜଣାପଡିଥିଲା ଯେ ଚୁମ୍ବନ କରିବା ଦ୍ଵାରା ଶରୀରର ଅନେକ କ୍ୟାଲୋରୀ ବର୍ନ ହୋଇଥାଏ, ଯାହା କି ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ଏହାସହ ନିଜ ପାର୍ଟନରଙ୍କୁ ଚୁମ୍ବନ କରିବା ସମୟରେ ମନ ଖୁସି ହୋଇଥାଏ। ଯାହାକି ବ୍ୟକ୍ତିର ମାନସିକ ସ୍ୱାସ୍ଥ୍ୟକୁ ଭଲ ରଖେ । ବିଶେଷଜ୍ଞମାନେ କୁହନ୍ତି ଯେ ସେକ୍ସ ସମୟରେ କରାଯାଇଥିବା ଚୁମ୍ବନ ଦ୍ୱାରା ଶରୀରର ୯ କ୍ୟାଲୋରୀ ଶକ୍ତି ଖର୍ଚ୍ଚ ହୋଇଥାଏ। ତେଣୁ ଯଦି କେହି ତାଙ୍କ ସାଥୀଙ୍କୁ ୩୯୦ ଥର ଚୁମ୍ବନ କରନ୍ତି, ତେବେ ସେ ୧ ରୁ ୨ କିଲୋଗ୍ରାମ ଓଜନ ହ୍ରାସ କରିପାରିବେ।
ଚୁମ୍ବନରୁ ମିଳୁଥିବା ଅନ୍ୟାନ୍ୟ ଫାଇଦା ଗୁଡ଼ିକ ହେଉଛି:- ଶରୀରର ରକ୍ତ ସଞ୍ଚାଳନ ଠିକ ହୋଇଥାଏ, ନିଜ ପାର୍ଟନରଙ୍କ ସହ ସମ୍ପର୍କ ଦୃଢ଼ ହୋଇଥାଏ। ସକରାତ୍ମକ ଶକ୍ତି ବିସ୍ତାର ହୁଏ ଏବଂ ମନ ଖୁସି ରୁହେ। ଚୁମ୍ବନ ଶରୀରର ମେଟାବୋଲିଜିମ୍ ବଢାଇ ଥାଏ, ଯାହାକି ଚାପ ହ୍ରାସ କରିବାରେ ସହାୟ ହୁଏ। ଚୁମ୍ବନ କରିବା ବେଳେ ଅନେକ ମାଂସପେଶୀ କାମ କରେ, ଯେଉଁ କାରଣରୁ ଚେହେରା ସେପ୍ ହୁଏ। ଚୁମ୍ବନ ଦେବା ଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ହୁଏ। ଶରୀର ଆଣ୍ଟିବଡି ଛାଡିଥାଏ, ଯାହା ଜୀବାଣୁ ନଷ୍ଟ କରିଥାଏ। ରକ୍ତଚାପ କମ୍ କରେ। ଚୁମ୍ବନ ସେରୋଟୋନିନ୍, ଡୋପାମାଇନ୍ ପରି ଖୁସି ହରମୋନ୍ ବୃଦ୍ଧି କରେ, ଯାହା ମନୋବଳକୁ ଉନ୍ନତ କରିଥାଏ। ଯଦି ଆପଣ ହୃଦଘାତରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ନିଶ୍ଚିତ ଭାବରେ କିସ କରନ୍ତୁ। ଏହି କାରଣରୁ ଶରୀରରେ ଆଡ୍ରେନାଲିନ୍ ନାମକ ଏକ ହରମୋନ୍ ଉତ୍ପନ୍ନ ହୁଏ, ଯାହା ହୃଦୟକୁ ସୁସ୍ଥ ରଖିବା ପାଇଁ ଆବଶ୍ୟକ।

Leave a Reply

Your email address will not be published. Required fields are marked *