ଉଦ୍ଧବଙ୍କ ବିରୋଧରେ ଇଡି ଯାଞ୍ଚ ଦାବି

ଉଦ୍ଧବଙ୍କ ବିରୋଧରେ ଇଡି ଯାଞ୍ଚ ଦାବି

ପ୍ରିଜମ ନ୍ୟୁଜ ବ୍ୟୁରୋ: ସମୟ ଯେତେ ଗଡୁଛି ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ସେତେ ବଢିବାରେ ଲାଗିଛି । ଏପରି ସ୍ଥିତିରେ ଭାରତୀୟ ଜନତା ପାର୍ଟିର ନେତା କିରିଟ ସୋମେୟା ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମ୍ପତ୍ତି ବିରୋଧରେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରିଛନ୍ତି । ଏହାସହ ଉଦ୍ଧବଙ୍କ ସମ୍ପତ୍ତିର ଯାଞ୍ଚ କରିବାକୁ ସୋମେୟା ହାଇକୋର୍ଟରେ ଦାବି କରିଛନ୍ତି ।

ତେବେ ଏହି ଜନସ୍ୱାର୍ଥ ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇନଥିବା ଜଣାପଡିଛି । ଏହିସବୁ ସମ୍ପତ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ପତ୍ନି ଓ ଶିବସେନାର ଜଣେ ବିଧାୟକ ଏକାଠି କିଣିଥିବା ଅଭିଯୋଗ ହୋଇଛି । ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ସମ୍ପତ୍ତିର ତଦନ୍ତ ପାଇଁ ବିଜେପି ନେତା ଦାବି କରିଛନ୍ତି । ଏହା ବ୍ୟତୀତ ସେ ଦାବି କରିଛନ୍ତି ଯେ, ଏନଫୋର୍ସାମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଏବଂ ଅନ୍ୟନ୍ୟ ଏଜେନ୍ସିମାନେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଓ ତାଙ୍କ ପରିବାର ଦ୍ୱାରା ଆଲିବାଗ ସମ୍ପତ୍ତିର ବୈଧତା ଯାଞ୍ଚ କରନ୍ତୁ ।

ବିଜେପି ନେତା ସୋମେୟା କିରିଟ ତାଙ୍କ ଆବେଦନରେ ଦାବି କରିଛନ୍ତି ଯେ, ଉଦ୍ଧବ ଓ ବିଧାୟକ ଓ ବିଧ୍ରାକ ନିର୍ବାଚନ ସତ୍ୟପାଠ ସମୟରେ ସଠିକ୍ ସୂଚନା ଦେଇନଥିଲେ । ତେଣୁ ଏନେଇ ଏବେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: