ଶିକାର ଖୋଜୁଛି ଏନସିବି: ଡ୍ରଗ୍ସ ମାମଲାରେ ଧର୍ମା ପ୍ରଡକ୍ସନର କ୍ଷିତିଜ ପ୍ରସାଦ ଗିରଫ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଡ୍ରଗ୍ସ ମାମଲାରେ ଧର୍ମା ପ୍ରଡକ୍ସନର କ୍ଷିତିଜ ପ୍ରସାଦ ଗିରଫ । ମୁମ୍ବାଇର ଏନସିବି ଟିମ୍ କ୍ଷିତିଜଙ୍କୁ ଗିରଫ କରିଛି । ଏହି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଜୋରଦାର ଅନୁସନ୍ଧାନ କରୁଛି ଏବଂ ସେଲିବ୍ରିଟଙ୍କୁ କ୍ରମାଗତ ପ୍ରଶ୍ନ କରୁଛି। ଏହି କ୍ରମରେ ଏନସିବି ଟିମ୍ ଶୁକ୍ରବାର ଦିନ ଧର୍ମା ପ୍ରଡକ୍ସନର କ୍ଷିତିଜ ପ୍ରସାଦଙ୍କୁ ପଚରାଉଚରା କରିବା ପରେ ଗିରଫ କରିଛି।
ସେପଟେ ଏନସିବି ଟିମ୍ ଆଜି ଏନସିବି କାର୍ଯ୍ୟାଳୟରେ ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ୍ ଏବଂ ଶ୍ରଦ୍ଧା କପୁରଙ୍କୁ ପଚରାଉଚରା କରିଛି । ଶ୍ରଦ୍ଧାଙ୍କୁ ସାଢେ ପାଞ୍ଚ ଘଣ୍ଟା ଏବଂ ସାରାଙ୍କୁ ସାଢ଼େ ଚାରି ଘଣ୍ଟା ଧରି ପଚରାଉଚରା କରାଯାଇଛି । ସେହିପରି ଦୀପିକା ପାଦୁକୋନଙ୍କୁ ଏନସିବି ୬ ଘଣ୍ଟା ଧରି ଜେରା କରିଛି ।


ଏହି ଅନୁସନ୍ଧାନରେ ଏନସିବି ପୱାନା ହ୍ରଦରେ ପାର୍ଟି ସମେତ ଅନେକ ପ୍ରଶ୍ନ ପଚାରିଥିଲା। ‘କେଦାରନାଥ’ ଚଳଚ୍ଚିତ୍ର ପରେ ସାରା ଅଲ୍ଲୀ ଖାନଙ୍କୁ ସୁଶାନ୍ତଙ୍କ ସହ ଛୁଟି କାଟିବା ବିଷୟରେ ପ୍ରଶ୍ନ କରାଯାଇଥିଲା। ସେହିପରି ଶ୍ରଦ୍ଧାଙ୍କୁ ‘ଛିଛୋରେ’ର ସଫଳତା ଏବଂ ପୁଣେରେ ସୁଟିଂ ପରେ ହ୍ୟାଙ୍ଗଆଉଟ୍ ଭିଲ୍ଲାରେ ଆୟୋଜିତ ଏକ ପାର୍ଟିରେ ଯୋଗଦେବା ନେଇ ପ୍ରଶ୍ନ କରାଯାଇଛି। ଦୀପିକାଙ୍କୁ NCB ୬ ଘଣ୍ଟା ଧରି ପଚରାଉଚରା କରିଥିଲା। ମିଳିଥିବା ସୂଚନା ଅନୁସାରେ ଦୀପିକା ହ୍ବାଟସପ ଆପ୍ ରେ ଡ୍ରଗ୍ସ ଚାଟ୍ ତାଙ୍କ ମ୍ୟାନେଜର କରିସ୍ମାଙ୍କ ସହ କରିଥିବା ସ୍ୱୀକାର କରିଛନ୍ତି। ତେବେ ସେ ଡ୍ରଗ୍ସ ସେବନକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛନ୍ତି। ଏହା ବ୍ୟତୀତ ଏନସିବି ସୂତ୍ରରୁ ପ୍ରକାଶ ଯେ ଦୀପିକା ଏକ ବିଶେଷ ପ୍ରକାରର ସିଗାରେଟ୍ ଟାଣୁଥିବା ସ୍ବୀକାର କରିଛନ୍ତି। ଏବଂ କହିଛନ୍ତି, ତାଙ୍କର ସମଗ୍ର ଗୋଷ୍ଠୀ ଡ୍ରପ୍ ବ୍ୟବହାର କରନ୍ତି, ଯାହା ଏକ ସ୍ୱତନ୍ତ୍ର ପ୍ରକାରର ସିଗାରେଟ୍।ଏଥି ସହିତ, ଯେତେବେଳେ ତାଙ୍କୁ ପଚରାଗଲା ଯେ ଏହି ଡ୍ରପ୍ ସିଗାରେଟରେ ଡ୍ରଗ୍ସ ଅଛି କି, ସେତେବେଳେ ସେ କିଛି ନକହି ନିରବ ରହିଥିଲେ। ଏମିତି ହ୍ବାଟସପ୍ ଚାଟ୍ ବ୍ୟବହାର କରିଥିବା କୋଡ୍ ସମ୍ପର୍କରେ ବି ସେ ସ୍ପଷ୍ଟ ଉତ୍ତର ଦେଇ ନାହାଁନ୍ତି।
ଏଠାରେ କହି ରଖୁଛୁ, କରଣ ଜୋହରଙ୍କ ପାର୍ଟି ଭିଡିଓ ଭାଇରାଲ୍ ହେବା ପରେ ସେ ବି ଏବେ ଏନସିବି ସ୍କାନରରେ ଅଛନ୍ତି। ସେପଟେ କରଣ ଅଭିଯୋଗକୁ ଖଣ୍ଡନ କରିବା ସହ ସୋସିଆଲ ମିଡିଆରେ ନିଜର ବିବୃତ୍ତି ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ‘କିଛି ନ୍ୟୁଜ୍ ଚ୍ୟାନେଲ୍, ପ୍ରିଣ୍ଟ୍ / ଇଲେକ୍ଟ୍ରୋନିକ୍ ମିଡିଆ ଏବଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମିଥ୍ୟା ଏବଂ ବିଭ୍ରାନ୍ତିକର ରିପୋର୍ଟ କରୁଛନ୍ତି ଯେ, ମୁଁ ଜୁଲାଇ ୨୮, ୨୦୧୯ରେ ମୋ ଘରେ ଏକ ପାର୍ଟିର ଆୟୋଜନ କରିଥିଲି ଯେଉଁଥିରେ ଡ୍ରଗ୍ସ ସେବନ କରାଯାଇଥିଲା। ମୁଁ ପୂର୍ବରୁ କହିସାରିଛି ଯେ ସମସ୍ତ ଅଭିଯୋଗ ମିଥ୍ୟା ଅଟେ। ମୁଁ ପୁନର୍ବାର ଦୋହରାଉଛି ଯେ ଅଭିଯୋଗଗୁଡ଼ିକ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ମିଥ୍ୟା ଅଟେ। ପାର୍ଟିରେ କୌଣସି ନିଶାଦ୍ରବ୍ୟ ସେବନ କରାଯାଇ ନଥିଲା। ମୁଁ କହିବାକୁ ଚାହେଁ ଯେ ମୁଁ ଡ୍ରଗ୍ସ ଖାଏ ନାହିଁ କିମ୍ବା ଏହାକୁ ପ୍ରୋତ୍ସାହିତ କରେ ନାହିଁ। ‘
ଆସନ୍ତା ୩ ଦିନ ମଧ୍ୟରେ ଏ ପର୍ଯ୍ୟନ୍ତ ହୋଇଥିବା ସମସ୍ତ ଅନୁସନ୍ଧାନ ରିପୋର୍ଟ ଡିଜିଙ୍କୁ ପଠାଯିବ। ମୁମ୍ବାଇ ଜେନାଲ୍ ଏହାର ପୃଥକ ରିପୋର୍ଟ ଦାଖଲ କରୁଥିବା ବେଳେ ଦିଲ୍ଲୀ ଏସଆଇଟି ଦଳ ସେମାନଙ୍କ ରିପୋର୍ଟ ଦାଖଲ କରିବ। ଏନସିବି ସୂତ୍ର ଅନୁଯାୟୀ, ‘ଏନସିବିର ଏ ପର୍ଯ୍ୟନ୍ତ କରାଯାଇଥିବା ଅନୁସନ୍ଧାନର ଏକ ବିସ୍ତୃତ ରିପୋର୍ଟ ଏନସିବି ଡିଜି ରାକେଶ ଆସ୍ଥାନାଙ୍କ ନିକଟକୁ ପଠାଯିବ, ଏହା ପରେ ଅଧିକ ଅନୁସନ୍ଧାନ କରାଯିବ’।

%d bloggers like this: