ଆତଙ୍କବାଦୀଙ୍କ ଟାର୍ଗେଟରେ ମହିଳା-ଶିଶୁ, ଟିଭି ଅଭିନେତ୍ରୀଙ୍କୁ ଗୁଳିକରି ହତ୍ୟା

ଆତଙ୍କବାଦୀଙ୍କ ଟାର୍ଗେଟରେ ମହିଳା-ଶିଶୁ, ଟିଭି ଅଭିନେତ୍ରୀଙ୍କୁ ଗୁଳିକରି ହତ୍ୟା

ପ୍ରିଜମ ନ୍ୟୁଜ ବ୍ୟୁରୋ: ପୁଣି ଅଶାନ୍ତ ହୋଇ ପଡ଼ିଛି ଜମ୍ମୁକାଶ୍ମୀର। ଏଠାରେ ଟାର୍ଗେଟ ହତ୍ୟା ବନ୍ଦ ହେବାର ନା ଧରୁନି । ଆତଙ୍କବାଦୀମାନେ ଏବେ ମହିଳା ଓ ଶିଶୁମାନଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ଆରମ୍ଭ କରିଦେଇଛନ୍ତି । ଲଗାତାର ୨ୟ ଦିନରେ ଘାଟିରେ ଦୁଇଟି ହତ୍ୟାକାଣ୍ଡ ଦେଖିବାକୁ ମିଳିଛି । ଆତଙ୍କବାଦୀ ମାନେ ବୁଧବାର ବଡଗାମର ଚାଦୁରା ଅଞ୍ଚଳରେ ୩୫ବର୍ଷୀୟ ଟିଭି ଅଭିନେତ୍ରୀ ଅମରିନ ଭଟ୍ଟଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ସୂଚନା ଅନୁଯାୟୀ, ଅମରିନ୍ ନିଜ ଘର ଆଗରେ ପୁତୁରା ସହ ଛିଡା ହୋଇଥିବା ବେଳେ ଆତଙ୍କବାଦୀମାନେ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲେ ।

ଦିନକ ପୂର୍ବରୁ ଘାଟିରେ ଆତଙ୍କବାଦୀମାନେ ଜଣେ କନଷ୍ଟେବଳଙ୍କୁ ଟାର୍ଗେଟ କରିଥିଲେ, ଯେଉଁଥିରେ କି ତାଙ୍କର ୯ ବର୍ଷର ଶିଶୁକନ୍ୟା ଆହତ ହୋଇଥିଲା ।ପୋଲିସର କହିବା ଅନୁସାରେ ଅଭିନେତ୍ରୀ ଅମରୀନଙ୍କ ଉପରେ ଗୁଳିମାଡ଼ ସନ୍ଧ୍ୟା ୭ଟା ୫୫ମିନିଟରେ ହୋଇଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଗୁଳିକାଣ୍ଡରେ ଅମରିନଙ୍କ ୧୦ବର୍ଷର ପୁତୁରା ଆହତ ହୋଇଛନ୍ତି ।ତାଙ୍କ ହାତରେ ଗୋଟିଏ ଗୁଳି ବାଜିଛି। ଅନ୍ୟପକ୍ଷରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହିଛନ୍ତି। ସେହିପରି ଜମ୍ମୁ-କଶ୍ମୀର କୁପଓ୍ଵାଡାରେ ସୁରକ୍ଷାବଳଙ୍କ ଗୁଳିରେ ଲସ୍କର-ଏ-ତୋଇବାର ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: