ଇମୋସନାଲ ହେଲେ କରନ

ଇମୋସନାଲ ହେଲେ କରନ

ପ୍ରିଜମ ନ୍ୟୁଜ ବ୍ୟୁରୋ: ବଲିଉଡ ଷ୍ଟାର କପୁଲ ଆଲିଆ-ଭଟ୍ଟ ଓ ରଣବୀର କପୁରଙ୍କ ବହୁ ପ୍ରତିକ୍ଷିତ ବିବାହ ଏପ୍ରିଲ ୧୪ରେ ହେବାକୁ ଯାଉଛି । ଅର୍ଥାତ୍ ଗୁରୁବାର ଏମାନେ ସାତଜନ୍ମର ସାଥି ପାଲଟି ଯିବେ । ଆଉ ମାତ୍ର କିଛି ସମୟ ପରେ ଆଲିଆ ଭଟ୍ଟ ହେବେ ଆଲିଆ କପୁର । ଅର୍ଥାତ୍ କପୁର ଖାନଦାନର ବୋହୂ ହେବେ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ଅଲିଅଳି କନ୍ୟା ଆଲିଆ ଭଟ୍ଟ । ଏହି ବିବାହ ଖୁବ୍ ଧୁମଧାମରେ ପାଳନ କରାଯାଉଥିବା ବେଳେ ଏଥିରେ କିଛିଟା ସିକ୍ରେଟ ବି ରଖାଯାଇଛି । ତେବେ ଶୁକ୍ରବାର ସକାଳୁ ସେଲିବ୍ରିଟିମାନଙ୍କର ଗହଳି ଲାଗିଛି ଆଲିଆଙ୍କ ଘରେ । ଝିଅକୁ ବିବାହ ଶୁଭେଚ୍ଛା ବାର୍ତ୍ତା ଦେଉଛନ୍ତି ବଲିଉଡ ସେଲିବ୍ରିଟି । ଶୁଣିବାକୁ ମିଳିଛି ଏହି କ୍ରମରେ କରନ ଜୋହର ବି ପହଞ୍ଚିଥିଲେ ଆଲିଆଙ୍କ ନିକଟରେ । ଆଉ ତାଙ୍କ ସହ ଥିଲେ ନିର୍ଦ୍ଦେଶକ ତଥା ଆଲିଆଙ୍କ ବନ୍ଧୁ ଆୟନ ମୁଖାର୍ଜୀ । ତେବେ ଏମାନେ କୁଆଡେ ଏକାକି ଆଲିଆଙ୍କ ସହ କିଛି ସମୟ ବିତାଇଛନ୍ତି । ଅଭିନେତ୍ରୀଙ୍କୁ ବୋହୂ ବେଶରେ ଦେଖି ବନ୍ଧୁ ଆୟନ ମୁଖାର୍ଜୀଙ୍କ ଆଖିରେ ଆନନ୍ଦାଶ୍ରୁ ଦେଖାଯାଇଥିବା ବେଳେ କରନ ବି ନିଜକୁ ସମ୍ଭାଳି ପାରି ନ ଥିଲେ । କାହିଁକିନା କରନ ଆଲିଆଙ୍କୁ ତାଙ୍କ ଝିଅ ବୋଲି କୁହନ୍ତି । ତେଣୁ ଝିଅକୁ ବୋହୂ ବେଶରେ ଦେଖିବା ପରେ ଭିଜି ଯାଇଥିଲା କରନ ଜୋହରଙ୍କ ଆଖି । ଶେଷରେ ସେ ସମସ୍ତଙ୍କୁ କୋଳାଗ୍ରତ କରିଥିବା କୁହାଯାଉଛି ।ଆଲିଆ-ରଣବୀରଙ୍କ ବିବାହକୁ ନେଇ ତାଙ୍କ ପ୍ରଶଂସକମାନେ ଖୁସି ଥିବା ବେଳେ ଏମାନଙ୍କ ବିବାହ ଫଟୋକୁ କୁଆଡେ ସିକ୍ରେଟ ରଖାଯାଇଛି । ତେବେ ସମୟ ଆସିଲେ ଫ୍ୟାନ୍ସ ଏହା ଦେଖିପାରିବାର ସୁଯୋଗ ପାଇବେ ନିଶ୍ଚୟ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: