ବନ୍ଦ ହେଲା କରନଙ୍କ ଶୋ କଫି ୱିଥ୍ କରନ

ବନ୍ଦ ହେଲା କରନଙ୍କ ଶୋ କଫି ୱିଥ୍ କରନ

ପ୍ରିଜମ ନ୍ୟୁଜ ବ୍ୟୁରୋ: ବଲିଉଡର ପ୍ରତିଷ୍ଠିତ ପ୍ରଯୋଜକ ତଥା ନିର୍ଦ୍ଦେଶକ କରନ ଜୋହର ତାଙ୍କର ଲୋକପ୍ରିୟ ଶୋ କଫି ୱିଥ କରନଙ୍କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହାର ସପ୍ତମ ସିଜନ ଆସିବ ବୋଲି ଆଲୋଚନା ହେଉଥିଲେ ମଧ୍ୟ ସେ ଖୋଲାଖୋଲି ଭାବେ ଏହାକୁ ଖଣ୍ଡନ କରିଛନ୍ତି । ଇନଷ୍ଟାଗ୍ରାମରେ ସେ ଏ ନେଇ ସୂଚନା ଦେଇଛନ୍ତି । ଗତ ୬ ସିଜନକୁ ଆପଣମାନେ ଦେଇଥିବା ଭଲ ପାଇବାକୁ ମୁଁ ଭୁଲି ପାରିବି ନାହିଁ । ତେବେ ସପ୍ତମ ସିଜନ ଆଉ ଆସିବନି ସେଥିପାଇଁ ମୁଁ ବ୍ୟକ୍ତିଗତ ଭାବେ ଦୁଃଖିତ ବୋଲି ସେ କହିଛନ୍ତି ।

ଏହି ଶୋରେ ବିଭିନ୍ନ ସେଲିବ୍ରେଟି ଯୋଗ ଦେଉଥିଲେ ଏବଂ କରନ ସେମାନଙ୍କ ବ୍ୟକ୍ତିଗତ ଓ ଫ୍ରଫେଶନାଲ ଜୀବନ ସମ୍ପର୍କରେ ପଚାରି ପ୍ରଶଂସକଙ୍କ ସହ ଶେୟାର କରିଥାନ୍ତି । ତେବେ ସେ କଣ ପାଇଁ ଏହାକୁ ବନ୍ଦ କଲେ ସେ ନେଇ କିଛି କହି ନାହାନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: