ପୁଣି ଅସ୍ତ୍ରୋପଚାର କରି ଫସିଲେ ଏହି ଅଭିନେତ୍ରୀ, ବଦଳିଗଲା…

ପୁଣି ଅସ୍ତ୍ରୋପଚାର କରି ଫସିଲେ ଏହି ଅଭିନେତ୍ରୀ, ବଦଳିଗଲା…

ପ୍ରିଜିମ ନ୍ୟୁଜ ବ୍ୟୁରୋ: ନିଜକୁ ସୁନ୍ଦର ରଖିବା ପାଇଁ ଅଭିନେତ୍ରୀମାନେ ବିଭିନ୍ନ ପନ୍ଥା ଅାପଣାଇଥାନ୍ତି। ତେବେ ବର୍ତ୍ତମାନ ସମୟରେ ନିଜକୁ ଶୀଘ୍ର ସୁନ୍ଦର କରିବା ପାଇଁ ଅଭିନେତ୍ରୀମାନେ ଅସ୍ତ୍ରୋପଚାର କରାଇବାରେ ଲାଗିଛନ୍ତି ।ନିକଟରେ ଅସ୍ତ୍ରୋପଚାର କରି ପୁଣି ଫସିଛନ୍ତି ଜଣେ କନ୍ନଡ଼ ଅଭିନେତ୍ରୀ । ଅଭିନେତ୍ରୀ ଜଣକ ହେଲେ ସ୍ବାତୀ ସତିଶ୍ । ନିଜର ସୁନ୍ଦରତାରେ ଅନେକଙ୍କୁ ଦିଓ୍ୱାନା କରୁଥିବା ଏହି ଅଭିନେତ୍ରୀ ରୁଟ କେନାଲ ଅସ୍ତ୍ରୋପଚାର କରାଇଥିଲେ। ଯାହା ଏବେ ତାଙ୍କ ମୁହଁକୁ ସମ୍ପୂର୍ଣ୍ଣ ବିକୃତ କରି ଦେଇଛି। କିଛି ଦିନ ପୂର୍ବରୁ ଚେତନା ରାଜ ନାମକ ଏକ ଅଭିନେତ୍ରୀ ଏଭଳି କିଛି ଅସ୍ତ୍ରୋପଚାର କରାଇ ମୃତ୍ଯୁ ମୁଖରେ ପଡ଼ିଥିଲେ। ଏବେ ଅଭିନେତ୍ରୀ ସ୍ବାତୀଙ୍କ ମୁହଁ ଫୁଲି ଯାଇଛି। ଅନେକ ତାଙ୍କୁ ଚିହ୍ନି ପାରୁନାହାନ୍ତି।

ସୂଚନାନୁସାରେ , ସେ ଦାନ୍ତ ସର୍ଜରୀ କରାଇଥିଲେ ସର୍ଜରୀ ପୂର୍ବରୁ ସାଇଡ ଇଫେକ୍ଟ ବିଷୟରେ ଡାକ୍ତର ତାଙ୍କୁ କହିଥିବା ସେ କହିଛନ୍ତି। ବର୍ତ୍ତମାନ ସେ ଖାଇବା ଠିକ୍ ଭାବରେ ଚୋବାଇ ପାରୁ ନାହାନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: