ଓଟ ନୁହେଁ ବିନା ପାଣିରେ ସାରାଜୀବନ ମରୁଭୂମିରେ ବଞ୍ଚି ରହେ ଏହି ଜୀବ

ଓଟ ନୁହେଁ ବିନା ପାଣିରେ ସାରାଜୀବନ ମରୁଭୂମିରେ ବଞ୍ଚି ରହେ ଏହି ଜୀବ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୁହାଯାଏ ଜଳ ହିଁ ଜୀବନ। ଜଳ ବିନା ଜୀବ ବଞ୍ଚି ରହିବା କଷ୍ଟକର। କିନ୍ତୁ ଦୁନିଆରେ ଏପରି ଏକ ପ୍ରଜାତିର ମୂଷା ଅଛନ୍ତି ଯେଉଁମାନେ ବଞ୍ଚି ରହିବା ପାଇଁ ପାଣିର ଆବଶ୍ୟକତା କେବେ ଅନୁଭବ କରେ ନାହିଁ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ପ୍ରଜାତିର ମୂଷା ମରୁଭୂମିରେ ରହିଲେ ମଧ୍ୟ କେବେ ବି ପାଣି ପିଅନ୍ତି ନାହିଁ ବା ସେମାନେ ବିନା ପାଣିରେ ବଞ୍ଚି ରୁହନ୍ତି। ଏହି ପ୍ରଜାତିର ମୂଷା କେବଳ ଗଛ ମୂଳ ଖାଇ ବଞ୍ଚନ୍ତି। ମୂଳରେ ରହୁଥିବା ଆର୍ଦ୍ରତା ଦ୍ଵାରା ତାର ଜଳ ଆବଶ୍ୟକତା ପୂରଣ କରେ । ଏହି ମୂଷାକୁ କଙ୍ଗାରୁ ମୂଷା କୁହାଯାଏ। ଏହାର ଅନ୍ୟାନ୍ୟ ବୈଶିଷ୍ଟ୍ୟ ମଧ୍ୟ ରହିଛି। ଏହା ହେଉଛି ଦୁନିଆର ଏକମାତ୍ର ଯିବା ଯିଏ ପାଣି ପିଇବା ବିନା ଚିରଦିନ ବଞ୍ଚିପାରିବ।

ଏହି ମୂଷା ଉତ୍ତର ଆମେରିକାର ମରୁଭୂମିରେ ଦେଖିବାକୁ ମିଳେ। ଏହାକୁ କଙ୍ଗାରୁ ମୂଷା କୁହାଯାଏ। ଏହାର ଗୋଡ ଏବଂ ଲାଞ୍ଜ ଅଷ୍ଟ୍ରେଲିଆରେ ମିଳୁଥିବା କଙ୍ଗାରୁ ଭଳି ଦେଖିବାକୁ। ଏହାର ଗାଲର ବାହାରେ ଥଳି ମଧ୍ୟ ରହିଥାଏ। ସେ ଏହି ଥଳିରେ ଖାଦ୍ୟ ସାମଗ୍ରୀ ଆଣିଥାନ୍ତି । ତା’ପରେ ଏହାକୁ ନିଜ ପେଟରେ ସଂଗ୍ରହ କରନ୍ତି।ତେବେ ଏହାର ଗତିବିଧି ଏବଂ ଶାରୀରିକ ଥଳି ହେତୁ ଏହାକୁ କଙ୍ଗାରୁ ଭାବେ ବିବେଚନା କରାଯାଏ ଏବଂ ଏହାର ନାମ କଙ୍ଗାରୁ ରିୟାଟ। ଏହା କଙ୍ଗାରୁ ପରି ଲମ୍ଫ ମଧ୍ୟ ଦେଇଥାଏ। ମରୁଭୂମିରେ ବଢ଼ୁଥିବା କାକଟସ୍ ଉଦ୍ଭିଦ ଉପରେ ସହଜରେ ଡେଇଁପାରେ।

ଏହି ମୂଷା ମରୁଭୂମି ଜୀବନର ଏକ ବିଶେଷ ଅଂଶ। ଅବଶ୍ୟ ଏହା ଜଳ ପିଏ ନାହିଁ, କିନ୍ତୁ ଶରୀରରେ ଅଧିକ ପରିମାଣର ଜଳ ଥିବାରୁ ଅନ୍ୟ ପ୍ରାଣୀମାନେ ଏହାକୁ ଖାଇଥାନ୍ତି। ଏହା ବହୁତ ଦ୍ରୁତ ଗତିରେ ଦୌଡ଼ି ପାରେ।ଏହା ଏକ ସେକେଣ୍ଡରେ ୬ ମିଟର ଦୂରତା ଅତିକ୍ରମ କରିପାରେ।ଶତ୍ରୁ କବଳରୁ ବଞ୍ଚାଇବା ପାଇଁ ଖୁବ୍ ଦୃତ୍ ଗତିରେ ଦୌଡିବା ସହ ବାୟୁଗତିରେ ଦିଗ ପରିବର୍ତ୍ତନ କରିଥାଏ। ଏଥି ପାଇଁ ତାହାର ଲମ୍ବା ଲାଞ୍ଜ ବ୍ୟବହାର କରେ। କଙ୍ଗାରୁ ମୂଷାମାନେ ଲମ୍ଫ ମାରିବା ସହିତ ଗତି କରନ୍ତି ଏବଂ ସେମାନଙ୍କର ଜମ୍ପଗୁଡିକ ଏତେ ସିଦ୍ଧ ଯେ ସେମାନେ ବଡ଼ ଲମ୍ଫ ମଧ୍ୟ ମାରିପାରନ୍ତି।

ଏହାର ଲାଞ୍ଜ ୨୦ ସେମି ଏବଂ ଶରୀର ପ୍ରାୟ ୧୮ ସେମି ଅର୍ଥାତ୍ ମୂଷାର ମୋଟ ଲମ୍ବ ପ୍ରାୟ ୩୮ ସେମି। ଏହାର ଆଗ ଗୋଡ ଛୋଟ, ମୁଣ୍ଡ ବଡ ଏବଂ ଆଖି ଛୋଟ ହୋଇଥାଏ। ଉପରେ ଥିବା କେଶ ହଳଦିଆ କିମ୍ବା ବାଦାମୀ ଏବଂ ତଳଟି ଧଳା ହୋଇଥାଏ । କଙ୍ଗାରୁ ମୂଷାର ପାଦ ଶରୀରର ଅନ୍ୟ ଅଙ୍ଗ ଅପେକ୍ଷା ବହୁତ ବଡ ଅଟେ। ବାସ୍ତବରେ, ଏହା ସତ୍ୟ ଯେ ଯେଉଁ ପ୍ରାଣୀ ଏବଂ ଉଦ୍ଭିଦ ମରୁଭୂମିରେ ରହିଥା’ନ୍ତି, ସେମାନେ କମ୍ ଜଳ ଆବଶ୍ୟକ କରନ୍ତି। କିନ୍ତୁ ଏହି ମୂଷା ଅଳ୍ପ କିମ୍ବା ଆଦୌ ଜଳ ମଧ୍ୟ ଆବଶ୍ୟକ କରେ ନାହିଁ। ମରୁଭୂମିରେ ବଢୁଥିବା ଉଦ୍ଭିଦ ତଥା ଗୁଳ୍ମର ମୂଳ ଖାଇ ଏହା ତାହାର ଜଳ ଆବଶ୍ୟକତା ପୂରଣ କରେ। ଗଛ ଏବଂ ଉଦ୍ଭିଦ ମୂଳରେ ନିଶ୍ଚିତ ଭାବରେ କିଛି ଆର୍ଦ୍ରତା ରହିଥାଏ।ଏହାର କିଡନୀ ଏତେ ଶକ୍ତିଶାଳୀ ଏବଂ ଭଲ କାମ କରେ ଯେ କେବଳ ସେହି ଆର୍ଦ୍ରତାରୁ ଶରୀରର ଜଳ ଆବଶ୍ୟକତା ପୂରଣ କରେ । ଗଛ ମୂଳରୁ ମିଳୁଥିବା ସେହି ଆର୍ଦ୍ରତା ଏହାକୁ ଜୀବନ୍ତ ରଖିବା ପାଇଁ ଯଥେଷ୍ଟ । ଏହି ମୂଳରୁ ସେ ଖାଦ୍ୟର ଆବଶ୍ୟକତା ମଧ୍ୟ ପୂରଣ କରିଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: