ମୃତ୍ୟୁର ଦୁର୍ଗ ଭାବେ ପରିଚିତ ଏହି ସ୍ଥାନ, ସନ୍ଧ୍ୟା ହେଲେ ଏଠି ମଣିଷ ରହିବା ମନା

ମୃତ୍ୟୁର ଦୁର୍ଗ ଭାବେ ପରିଚିତ ଏହି ସ୍ଥାନ, ସନ୍ଧ୍ୟା ହେଲେ ଏଠି ମଣିଷ ରହିବା ମନା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭାରତରେ ରାଜାରଜୁଡ଼ା ସମୟରେ ନିଜ ଦେଶକୁ ଶତ୍ରୁ କବଳରୁ ସୁରକ୍ଷିତ ରଖିବା ପାଇଁ ଅନେକ ଦୁର୍ଗର ନିର୍ମାଣ କରିଥିଲେ ରାଜାମାନେ । ଏହାସହ ଇଂରେଜ ଶାସନ ବେଳେ ଭାରତରେ ସବୁଠୁ ଅଧିକ ଦୁର୍ଗ ତିଆରି ହୋଇଥିବାର ଇତିହାସରୁ ଜଣାପଡ଼େ। ବୀରତ୍ୱର ବାର୍ତ୍ତା ଦେଉଥିବା ସେହି ଦୁର୍ଗ ଗୁଡିକ ମଧ୍ୟରୁ ଏବେ ମଧ୍ୟ କେତେକ ଆମ ଦେଶରେ ରହସ୍ୟମୟ ଭାବେ ରହିଛି। ଏହି ସ୍ଥାନଗୁଡ଼ିକୁ ଯିବା ପାଇଁ ସମସ୍ତେ ସାହସ କରପାରନ୍ତି ନାହିଁ । ସେହି ପୁରୁଣା ଦୁର୍ଗଗୁଡିକ ଯେତିକି ବିପଜ୍ଜନକ ସେତିକି ରହସ୍ୟମୟ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏକ ରହସ୍ୟମୟ ଦୁର୍ଗ ବିଷୟରେ କହୁଛୁ ଯାହାକୁ ସାଧାରଣ ଭାବେ ଲୋକମାନେ ମୃତ୍ୟୁର ଦୁର୍ଗ ବୋଲି କହିଥାନ୍ତି। ଏହି ଦୁର୍ଗଟି ହେଉଛି କଲାଭନ୍ତି ଦୁର୍ଗ। ମହାରାଷ୍ଟ୍ରର ମୁମ୍ବାଇ-ପୁଣେ ମାର୍ଗରେ ପଡ଼େ, ଏହି ଦୁର୍ଗ କଲାଭନ୍ତି ଦୁର୍ଗ ବା ପ୍ରବଲଗଡ ଦୁର୍ଗ ଭାବେ ମଧ୍ୟ ପରିଚିତ। ଏହା ହେଉଛି ଭାରତର ସବୁଠାରୁ ବିପଜ୍ଜନକ ଏବଂ ରହସ୍ୟମୟ ଦୁର୍ଗ।


ଐତିହାସିକଙ୍କ ଅନୁଯାୟୀ, ଗୌତମ ବୁଦ୍ଧଙ୍କ ଜନ୍ମ ସହିତ ଏହି ଦୁର୍ଗ ସଂଶ୍ଳିଷ୍ଟ ବୋଲି କୁହାଯାଏ । ଭୂମିଠାରୁ ୨୩୦୦ ଫୁଟ ଉଚ୍ଚରେ ଏକ ପାହାଡ ଉପରେ ନିର୍ମିତ ହୋଇଛି ଦୁର୍ଗଟି। ପୂର୍ବରୁ ଏହାକୁ ‘ମୁରଂଜନ ଦୁର୍ଗ’ କୁହାଯାଉଥିବା ବେଳେ ଛତ୍ରପତି ଶିବାଜୀ ମହାରାଜ ଏହାକୁ ରାନୀ କଲାୱନ୍ତୀଙ୍କ ନାମ ଅନୁଯାୟୀ ‘କଲାଭନ୍ତି ଦୁର୍ଗ’ ନାମରେ ନାମିତ କରିଥିଲେ। ୨୩୦୦ ଫୁଟ ଉଚ୍ଚ ପାହାଡ ଉପରେ ନିର୍ମିତ ଏହି କଲାଭନ୍ତି ଦୁର୍ଗକୁ ଯିବା ଅତ୍ୟନ୍ତ କଷ୍ଟକର ହୋଇଥାଏ। ଏଠାକୁ ଯିବା ପାଇଁ ପଥର କାଟି କାଟି ତେଢାମେଢା ପାହାଚ ତିଆରି ହୋଇଛି। ଏହି ପାହାଚରେ ଚଢିବା ସମୟରେ ଅଧିକାଂଶ ଲୋକଙ୍କ ମୁଣ୍ଡ ବୁଲାଇଥାଏ। କାରଣ ଏହି ପାହାଚଗୁଡିକରେ ଦୌଡ଼ି ଏବଂ ରେଲିଂ ଭଳି କୌଣସି ସୁବିଧା ନାହିଁ ଧରି ଧରି ଚଢ଼ିବାକୁ। ଯଦି ପାହାଚ ଚଢିବା କିମ୍ବା ତଳକୁ ଓହ୍ଲାଇବା ସମୟରେ ସାମାନ୍ୟ ବ୍ୟତିକ୍ରମ ହୁଏ, ତେବେ ମଣିଷ ଏକାଥରେ ହଜାରେ ଫୁଟ ତଳକୁ ଖସିବ। ଏହାର ଆରୋହଣ ଅତ୍ୟନ୍ତ କଷ୍ଟକର ରହିଥାଏ। ଏଠାରେ ପାଦେ ପାଦେ ଜୀବନ ପାଇଁ ବିପଦ ରହିଥାଏ। ପ୍ରତ୍ୟେକ ପାଦରେ ଉପରକୁ ଚଢ଼ୁଥିବା ବ୍ୟକ୍ତିକୁ ଖସି ଯିବାର ଭୟ ଲାଗିଥାଏ। ଏଠି ଚଢିବା ଯେତିକି କଷ୍ଟ ଓହ୍ଲାଇବା ଆହୁରି ଅଧିକ ବିପଦଜନକ ହୋଇଥାଏ। ଚାନ୍ଦେରୀ, ମାଥେରାନ୍, କର୍ଣ୍ଣଲ, ଏରଶାଲ ଏବଂ ମୁମ୍ବାଇର ଆହୁରି କିଛି ଅଂଶ ଏହି ଦୁର୍ଗର ଶୀର୍ଷରୁ ଦେଖା ଯାଇଥାଏ।


ବର୍ଷା ଦିନରେ ପ୍ରବଳଗଡ ଦୁର୍ଗକୁ ଯିବା ମୃତ୍ୟୁକୁ ଡାକିବା ସହିତ ସମାନ ହୋଇଥାଏ। ସେଥିପାଇଁ ଏହି ସ୍ଥାନକୁ ପର୍ଯ୍ୟଟକମାନେ କେବଳ ଅକ୍ଟୋବରରୁ ମେ ମଧ୍ୟରେ ଯାଇଥାନ୍ତି। ଏହି ଦୁର୍ଗଟି ହଜାର ହଜାର ଫୁଟ ଉଚ୍ଚରେ ରହିଥିଲେ ମଧ୍ୟ ଏହାର ଚତୁର୍ଦ୍ଦିଗରେ ସବୁଜିମାରେ ଭରପୁର ରହିଛି। ଏହି କାରଣରୁ ପର୍ଯ୍ୟଟକମାନେ ରୋମାଞ୍ଚର ଅନୁସନ୍ଧାନରେ ଏହି ମୃତ୍ୟୁ ଦୁର୍ଗକୁ ଆସିଥାନ୍ତି। କଲାଭନ୍ତି ଦୁର୍ଗ ବା ପ୍ରବଳଗଡ ଦୁର୍ଗ ମହାରାଷ୍ଟ୍ରର ମାଥେରାନ୍ ଏବଂ ପାନଭେଲ୍ ମଧ୍ୟରେ ଅବସ୍ଥିତ। ଏହି ଦୁର୍ଗରେ ଆହୁରି ଅନେକ ରହସ୍ୟ ମଧ୍ୟ ଲୁଚି ରହିଥିବାର କୁହାଯାଏ। ଲୋକମାନେ ସନ୍ଧ୍ୟା ହେଲେ ଏଠାରେ ରୁହନ୍ତି ନାହିଁ। ରାତିରେ ଏହି ଦୁର୍ଗ ଅତ୍ୟନ୍ତ ଭୟାନକ ଏବଂ ରହସ୍ୟମୟ ରୂପ ନେଇଥାଏ। ସ୍ଥାନୀୟବାସିନ୍ଦାଙ୍କ କହିବା ଅନୁଯାୟୀ ରାତି ସମୟରେ ଏହି ଦୁର୍ଗରେ ଆତ୍ମା ବୁଲିଥାନ୍ତି। ଏହି କାରଣରୁ ରାତିରେ ସେଠାରେ କେହି ରୁହନ୍ତି ନାହିଁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: