ଆଜିଠୁ ଆରମ୍ଭ ଜେଇଇ ମେନ୍‌

ଆଜିଠୁ ଆରମ୍ଭ ଜେଇଇ ମେନ୍‌

ପ୍ରିଜମ ନ୍ୟୁଜ ବ୍ୟୁରୋ:୨୦୨୨ ଶିକ୍ଷାବର୍ଷରେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଚାଲିଛି ଜେଇଇ ମେନ ପରୀକ୍ଷା ।ଆଜି ଜେଇଇ ମେନ୍‌-ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ। ଓଡ଼ିଶାର ୨୪ଟି ସହରରେ ଏହି ପରୀକ୍ଷା ହେଉଛି। ୩୫ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଜାରି ରହିବ । ପରୀକ୍ଷା ଲାଗି ଦେଶରେ ୫୦୧ ଓ ବିଦେଶରେ ୨୨ଟି ସହରରେ କେନ୍ଦ୍ର ହୋଇଛି । ପ୍ରତିଦିନ ଦୁଇଟି ସିଫ୍ଟରେ ପରୀକ୍ଷା ହେବ । ପ୍ରଥମ ସିଫ୍ଟ ପରୀକ୍ଷା ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଓ ଦ୍ୱିତୀୟ ସିଫ୍ଟ ଅପରାହ୍ନ ୩ଟାରୁ ୬ଟା ପର୍ଯ୍ୟନ୍ତ ହେଉଛି । ଅଧଘଣ୍ଟା ଆଗରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ପଡ଼ିବ। ଏହାସହ କରୋନା କଟକଣା ସହ ସାମାଜିକ ଦୂରତା, ମାସ୍କ ଆଦି ଜରୁରୀ କରାଯାଉଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: