ହାତରେ ବନ୍ଧୁକ କାନ୍ଧରେ ଖଟିଆ ଥୋଇ ଗର୍ଭବତୀଙ୍କୁ ଡାକ୍ତରଖାନା ପହଞ୍ଚାଇଲେ ଯବାନ

ହାତରେ ବନ୍ଧୁକ କାନ୍ଧରେ ଖଟିଆ ଥୋଇ ଗର୍ଭବତୀଙ୍କୁ ଡାକ୍ତରଖାନା ପହଞ୍ଚାଇଲେ ଯବାନ

ପ୍ରିଜମ ନ୍ୟୁଜ ବ୍ୟୁରୋ:ନକ୍ସଲ ପ୍ରଭାବିତ ଛତିଶଗଡରେ ଜିଲ୍ଲା ରିଜର୍ଭ ଗାର୍ଡ ଫୋର୍ସର ଜଣେ ଯବାନ ମାନବିକତାର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଦାନ୍ତେୱାଡାରେ ସର୍ଚ୍ଚ ଅପରେସନ୍ ସମୟରେ ପ୍ରସବ ଯନ୍ତ୍ରଣା ଭୋଗୁଥିବା ଜଣେ ଗର୍ଭବତୀ ମହିଳାଙ୍କୁ ଜିଲ୍ଲା ରିଜର୍ଭ ଗାର୍ଡ (DRG) ଫୋର୍ସ କର୍ମଚାରୀମାନେ ଗୋଟିଏ ଖଟରେ ଉଠାଇ ଡାକ୍ତରଖାନାକୁ ନେଇଥିଲେ। ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଭିଡିଓ ଦେଖିବା ପରେ ସମସ୍ତେ ଯବାନଙ୍କୁ ପ୍ରଶଂସା କରୁଛନ୍ତି।ଏଠାରେ ପୋଷ୍ଟ ହୋଇଥିବା ଯବାନମାନେ ଅଧିକାଂଶ ସମୟରେ ଏଠାକା ବାସିନ୍ଦାଙ୍କୁ ସାହାଯ୍ୟ କରନ୍ତି।ଏବେ ଏପରି ଏକ ମାମଲା ଦନ୍ତେୱାଡାର ରେୱାଲି ଗାଁରେ ଦେଖିବାକୁ ମିଳିଥିଲା। ଏଠାରେ ଜିଲ୍ଲା ରିଜର୍ଭ ଗାର୍ଡ ଫୋର୍ସ କର୍ମଚାରୀମାନେ ଗର୍ଭବତୀ ମହିଳାଙ୍କୁ ଖଟରେ ଉଠାଇ ଡାକ୍ତରଖାନା ନେଇଥିଲେ।

ବାସ୍ତବରେ, ନକ୍ସଲମାନେ ରେୱାଲି ଗାଁର ରାସ୍ତାକୁ ଅନେକ ସ୍ଥାନରୁ ହାଣି ଦେଇଥିବା ବେଳେ ଏହି ସମୟରେ ସେହି ଗାଁର ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଯେତେବେଳେ ତାଙ୍କ ସ୍ୱାମୀ ଆମ୍ବୁଲାନ୍ସକୁ ଡାକିଲେ, ନକ୍ସଲମାନେ ରାସ୍ତା ହାଣି ଦେବା କାରଣରୁ ଆମ୍ବୁଲାନ୍ସ କର୍ମଚାରୀମାନେ ଗାଁରେ ପହଞ୍ଚିବାକୁ ଅସମର୍ଥତା ପ୍ରକାଶ କରିଥିଲେ।ତେଣୁ DRG ଯବାନମାନେ ଖଟକୁ ଏକ ଷ୍ଟ୍ରେଚ ଭାବେ ବ୍ୟବହାର ଉକ୍ତ ମହିଳାଙ୍କୁ ଖଟରେ ପ୍ରାୟ ୩ କିଲୋମିଟର ପର୍ଯ୍ୟନ୍ତ ଡାକ୍ତରଖାନାକୁ ନେଇଥିଲେ, ଯେଉଁଠାରେ ଏକ DRG ପାଟ୍ରୋଲିଂ ଗାଡି ତାଙ୍କୁ ୯୦ କିଲୋମିଟର ଦୂରରେ ଥିବା ପାଲନାର ଡାକ୍ତରଖାନାକୁ ନେବାକୁ ଅପେକ୍ଷା କରିଥିଲା। ଉଭୟ ଶିଶୁ ଏବଂ ମା’ ଭଲ ଅଛନ୍ତି। ତେବେ ହାତରେ ବନ୍ଧୁକ ଓ ଖଟରେ ମହିଳାଙ୍କୁ ନେଇଯାଉଥିବା ଯବାନଙ୍କ ଫଟୋ ଏବେ ବେଶ ଭାଇରାଲ ହେବାରେ ଲାଗିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: