ଘାଟି ତଳକୁ ଖସିଲା ସେନା ବସ୍, ୬ ଯବାନ ସହିଦ

ଘାଟି ତଳକୁ ଖସିଲା ସେନା ବସ୍, ୬ ଯବାନ ସହିଦ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଜମ୍ମୁ-କାଶ୍ମୀରର ପହଲଗ୍ରାମରେ ନଦୀକୁ ଖସିଲା ସେନା ବସ୍। ଆଜି ଦିନ ୧୧ ବେଳେ ଘଟିଛି ଏହି ଦୁର୍ଘଟଣା। ଘାଟି ତଳକୁ ଖସି ପଡ଼ିଛି ଆଇଟିବିପି ଯବାନଙ୍କ ବସ । ଅମରନାଥ ଯାତ୍ରା ଡ୍ୟୁଟିରେ ନିୟୋଜିତ ଥିବା ଆଇଟିବିପି ଯବାନଙ୍କ ଏକ ବସ ଅନନ୍ତନାଗ ଚନ୍ଦନବାଡ଼ି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏବେସୁଦ୍ଧା ଅଘଟଣରେ ୬ ଜଣ ଯବାନ ପ୍ରାଣ ହରାଇଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି। ୧୦ ରୁ ଅଧିକ ଯବାନ ନିଖୋଜ ଅଛନ୍ତି।ବସରେ ପ୍ରାୟ ୩୯ ଜଣ ଯବାନ ଥିଲେ । ସେମାନେ ଅମରନାଥ ଯାତ୍ରା ଡ୍ୟୁଟି ସାରି ଫେରୁଥିଲେ ବୋଲି ଜଣାପଡିଛି । ତେବେ ପହଲଗାମ୍ ଯିବା ରାସ୍ତାରେ ବସଟି ବ୍ରେକ୍ ଫେଲ୍ ହୋଇଯାଇଥିଲା । ଫଳରେ ଏହା ଘାଟି ତଳକୁ ନଦୀକୁ ଖସି ପଡିଥିଲା। ଏଥିରେ ୩୭ ଜଣ ଆଇଟିବିପି ଓ ୨ ଜଣ ଜମ୍ମୁ-କାଶ୍ମୀର ପୋଲିସର ଯବାନ ଥିଲେ । ତେବେ ଅନେକ ଯବାନ ଏବେ ସୁଦ୍ଧା ନିଖୋଜ ଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: