ଈଶାନ୍ତ ନା ସିରାଜ !ଅଡୁଆରେ ସିଲେକ୍ସନ କମିଟି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆସନ୍ତା ୫ ତାରିଖରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ହେବ। ସେଥିପାଇଁ ମଇଦାନ ବି ତୟାର। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରୁ ଆରମ୍ଭ ହେବ ସଫର। କିଏ ଜିତିବ, କାହାର ପରଫରମାନ୍ସ ଟପ୍ ରହିବ, ଆକଳନ କରିବା ମୁସ୍କିଲ। ଇନଫର୍ମ ଭାରତ ଓ ଇଂଲଣ୍ଡ ଜବରଦସ୍ତ ମୁକାବିଲା ହେବ ବୋଲି ଆଶା କରାଯାଉଛି।
ନିକଟରେ ଅଷ୍ଟ୍ରେଲିଆକୁ ତା’ର ମାଟିରେ ପରାସ୍ତ କରି ଟେଷ୍ଟ ସିରିଜ ନିଜ ନାଁରେ କରିଛି ଟିମ୍ ଇଣ୍ଡିଆ। କୋହଲି ବିନା ୟଙ୍ଗଷ୍ଟରଙ୍କୁ ନେଇ ରାହାଣେ ବାହିନୀ ଟପ୍ ପରଫରମାନ୍ସ ଦେଇଥିଲା। ଏପରିକି କଙ୍ଗାରୁ ଟିମକୁ ମୁହଁତୋଡ଼ ଜବାବ ଦେଇଛି ଟିମ୍ ଇଣ୍ଡିଆ। ତା’ରି ମାଟିରେ ଦଳ ୨-୧ରେ ସିରିଜ୍ ହାତେଇଛି। ସେପଟେ, ଇଂଲଣ୍ଡ ବି କିଛି କମ୍ କରିନି। ଏସୀୟ ଭୂମିରେ ଅର୍ଥାତ୍ ଶ୍ରୀଲଙ୍କା ଟୁର୍ କରି ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ କ୍ଲିନ୍ ସୁଇପ୍ କରିଛି ଦଳ। ଟିମକୁ ମୋଇନ୍ ଅଲ୍ଲୀ, ବେନ ଷ୍ଟୋକ୍ସଙ୍କ ପରି ଖେଳାଳି କମବ୍ୟାକ୍ କରୁଛନ୍ତି। ତେଣୁ ଭାରତ-ଇଂଲଣ୍ଡ ସିରିଜ୍ ବେଶ୍ ରୋମାଞ୍ଚକ ହେବା ଆଶା କରାଯାଉଛି।


ତେବେ, ଟିମ୍ ଇଣ୍ଡିଆକୁ ଟେନସନରେ ପକାଇଛି ପ୍ଲେଇଙ୍ଗ ଇଲେଭେନ୍ ସିଲେକ୍ସନ। ଆହତ ଖେଳାଳି ଦଳକୁ କମବ୍ୟାକ୍ କରୁଛନ୍ତି। ତେଣୁ ଦଳରେ ସାମିଲ୍ ହେବ କିଏ, ସେ ନେଇ ଅଡୁଆରେ ଚୟନକର୍ତ୍ତା। ଏମଏ .ଚିଦାମ୍ବରମ ପିଚ୍ ସ୍ପିନରଙ୍କୁ ସୁହାଉଥିବାରୁ ଦଳ ୩ ସ୍ପିନର ଖେଳାଇବ। ବୁମରାଙ୍କୁ ସାଥ୍ ଦେବ କିଏ ? ଈଶାନ୍ତ ନା ମହମ୍ମଦ ସିରଜ ? ଈଶାନ୍ତ ଅଭିଜ୍ଞ ଓ ୱିକେଟ୍ ଟେକର ବୋଲର। ତେବେ, ଆହତ ଯୋଗୁ ଅଷ୍ଟ୍ରେଲିଆ ସିରିଜ୍ ଖେଳିନାହାନ୍ତି। ସେପଟେ, କିନ୍ତୁ ୟଙ୍ଗ ସିରାଜ ଅଷ୍ଟ୍ର୍ଲେଲିଆ ବିପକ୍ଷ ୩ଟି ମ୍ୟାଚରୁ ୧୩ ୱିକେଟ୍ ନେଇ ଅଡୁଆ ସୃଷ୍ଟି କରିଛନ୍ତି। କାରଣ ଇନଫର୍ମ ସିରଜକୁ ବାଦ୍ ଦେବାକୁ ଚାହିଁ ନାହାନ୍ତି ସିଲେକ୍ସନ କମିଟି। ଅନ୍ୟପଟେ, ବିଶ୍ୱର ଟପ୍ ଟିମ୍ ବିରୋଧରେ ଲଢ଼ିବ ଇଂଲଣ୍ଡ।ତେଣୁ ଅଭିଜ୍ଞ ଈଶାନ୍ତ ଖେଳିବା ନିହାତି ଜରୁରୀ। ତେବେ ଖୁବଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି। ସେପଟେ, ଦଳକୁ ହାର୍ଦ୍ଦିକ ପାଣ୍ଡ୍ୟା, ବୁମରା କମବ୍ୟାକ୍ ପାଇଁ ତୟାର୍। ଇଂଲଣ୍ଡ ଏହି ଗସ୍ତରେ ୪ଟି ଟେଷ୍ଟ, ୫ଟି ଟି-ଟ୍ୱେଣ୍ଟି ଓ ୩ଟି ଦିନିକିଆ ଖେଳିବ।

%d bloggers like this: