କୋରୋନା ଟିକା ଲଗାନ୍ତୁ ଫ୍ରିରେ କୁକୁଡ଼ା ନିଅନ୍ତୁ, ସରକାର ଦେଉଛନ୍ତି ଫ୍ରେସ ଚିକେନ

କୋରୋନା ଟିକା ଲଗାନ୍ତୁ ଫ୍ରିରେ କୁକୁଡ଼ା ନିଅନ୍ତୁ, ସରକାର ଦେଉଛନ୍ତି ଫ୍ରେସ ଚିକେନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସାରା ବିଶ୍ୱରେ କୋରୋନା ଭାଇରସ୍ ତାଣ୍ଡବ ରଚୁଥିବା ବେଳେ ପ୍ରତ୍ୟେକ ଦେଶରେ ଲୋକଙ୍କୁ ଏଥିରୁ ବଞ୍ଚାଇବା ପାଇଁ ଟିକାକରଣ ଜୋରଦାର ଚାଲିଛି। କୋରୋନା କବଳରୁ ପୃଥିବୀକୁ ବଞ୍ଚେଇବା ପାଇଁ ଟିକାକରଣ ସବୁଠୁ ପ୍ରଭାବୀ ମାଧ୍ୟମ ବୋଲି ସ୍ପଷ୍ଟ ହୋଇଛି। ତେବେ ସବୁ ଜାଣି ମଧ୍ୟ ଲୋକମାନେ ଟିକା ନେବାକୁ ପଛ ଘୁଞ୍ଚା ଦେଉଥୁବାର ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ ବିଭିନ୍ନ ଦେଶ ନିଜ ନାଗରିକମାନଙ୍କୁ ଟିକାକରଣ ପାଇଁ ମନାଇବାରେ ବ୍ୟସ୍ତ ଅଛନ୍ତି। କେହି କେହି ବିଭିନ୍ନ ଅଫର ଦେଇ ଲୋକଙ୍କୁ ଟିକା ନେବା ପାଇଁ ପ୍ରବର୍ତ୍ତାଉଥିବା ବେଳେ ଆଉ କେହି କେହି କଠୋର ନିୟମ ଲାଗୁ କରି ଟିକାକରଣ କରାଉଛନ୍ତି। କିଛି ଦିନ ତଳେ ଗୁଜୁରାଟରେ ଟିକା ନେବା ଲୋକଙ୍କୁ ସୁନା ଉପହାର ଦିଆଯାଉଥିଲା।

ସେହିଭଳି ଇଣ୍ଡୋନେସିଆ ସରକାର ନିଜ ଦେଶର ଗ୍ରାମାଞ୍ଚଳର ଲୋକଙ୍କୁ ଟିକାକରଣ ପାଇଁ ଯେଉଁ ଯେଉଁ ଅଫର ଦେଇଛନ୍ତି ଆପଣ ଜାଣିଲେ ଚକିତ ହେବେ । ପ୍ରାପ୍ତ ବୟସ୍କ ଏବଂ ବୃଦ୍ଧ ଲୋକଙ୍କୁ ଟିକା ନେବା ପାଇଁ ମନାଇବାକୁ ଏକ ଆକର୍ଷଣୀୟ ଉପାୟ ଅବଲମ୍ବନ କରିଛନ୍ତି ସେଠାକାର ସରକାର। ଇଣ୍ଡୋନେସିଆର କେତେକ ଅଞ୍ଚଳରେ ଲୋକଙ୍କୁ ଟିକାକରଣ ବଦଳରେ ତାଜା ଚିକେନ୍ ଦିଆଯାଉଛି । ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ପ୍ରଥମେ ଲୋକଙ୍କୁ ଟିକାକରଣ କରିବା ବହୁତ କଷ୍ଟସାଧ୍ୟ ଥିଲା। ବିଶେଷକରି ବୃଦ୍ଧମାନେ ଟିକା ନେବା ସପକ୍ଷରେ ନଥିଲେ। ଏଭଳି ପରିସ୍ଥିତିରେ ଟିକାକରଣ ପାଇଁ ଚିକେନ ଅଫର ଗତ ମାସରୁ ଆରମ୍ଭ କରଯାଇଥିଲା। ଏହା ପରେ ଟିକା ନେବା ପ୍ରତି ଅଧିକ ଲୋକ ଆଗ୍ରହୀ ହୋଇ ଆସୁଛନ୍ତି। ପୂର୍ବରୁ ଅତି କଷ୍ଟରେ ୨୫ ରୁ ୨୦୦ ଲୋକଙ୍କୁ ଟିକା ନେବା ପାଇଁ ସରକାର କର୍ମଚାରୀ ମନାଇବାରେ ସକ୍ଷମ ହୋଇଥିବା ବେଳେ, ବର୍ତ୍ତମାନ ପ୍ରତିଦିନ ଏହାର ଦୁଇଗୁଣ ଲୋକ ଟୀକାକରଣ ପାଇଁ କେନ୍ଦ୍ରରେ ପହଞ୍ଚୁଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ଇଣ୍ଡୋନେସିଆର ପେକାଟ ଜିଲ୍ଲାରେ ପ୍ରାୟ ୫୦୦ରୁ ଅଧିକ କୁକୁଡ଼ା ବଣ୍ଟନ କରାଯାଇଛି। ଯାହାଫଳରେ ସମ୍ପୂର୍ଣ୍ଣ ଜିଲ୍ଲାକୁ ଟିକାକରଣ କରାଯାଇ ପାରିଛି।ଚିକେନ୍ ଅଫର ସହ ସେଠାରେ ଲୋକଙ୍କୁ ଟିକାକରଣ ବିଷୟରେ ଅବଗତ କରାଇବା ପାଇଁ ବିଭିନ୍ନ ଯୋଜନା ଚାଲିଛି। ତେବେ ଲୋକମାନେ ଟିକା ବଦଳରେ ଚିକେନ୍ ପାଇ ଅଧିକ ଖୁସି ଥିବାର କୁହନ୍ତି । ଇଣ୍ଡୋନେସିଆର କରୋନା ଭାଇରସ୍ ଦ୍ୱାରା ଦୁଇ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବାବେଳେ ଏହି ଦେଶରେ ପ୍ରାୟ ୫୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ତେବେ ଛୁଟିଦିନରେ ଇଣ୍ଡୋନେସିଆର ଦୁଇଟି ପ୍ରସିଦ୍ଧ ଦ୍ୱୀପପୁଞ୍ଜ ଜାଭା ଏବଂ ସୁମାତ୍ରାରେ ଅଧିକ କୋରୋନା ମାମଲା ବୃଦ୍ଧି ପାଇଥିଲା। ବର୍ତ୍ତମାନ ଏଠାରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଧିକରୁ ଅଧିକ ଟିକାକରଣ କରିବା ଆରମ୍ଭ କରିଛି। ତେବେ ଏହା ପୂର୍ବରୁ ଭାରତର ବିଭିନ୍ନ ରାଜ୍ୟ ସମେତ ଚୀନରେ ମଧ୍ୟ ଟୀକାକରଣ ପାଇଁ ବିଶେଷ ଅଫର ଦିଆଯାଉଥିବାର ଦେଖିବାକୁ ମିଳିଥିଲା ଏବଂ ଏହି ପଦ୍ଧତି ବିଶେଷ ପ୍ରଭାବୀ ଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: