ଭାରତର ଏହି ମରୁଭୂମି ଦୂରକରିବ ବିଜୁଳି ସଙ୍କଟ

ଭାରତର ଏହି ମରୁଭୂମି ଦୂରକରିବ ବିଜୁଳି ସଙ୍କଟ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଥର ମରୁଭୂମିକୁ ଭାରତର ସବୁଠାରୁ ବଡ ବାଲୁକା ମରୁଭୂମି କୁହାଯାଏ। ଏହାର ବିଶେଷତ୍ୱ ​​ହେଉଛି ଏହା ରାଜସ୍ଥାନ ଏବଂ ଗୁଜୁରାଟର ସୀମାଠାରୁ ପାକିସ୍ତାନ ପର୍ଯ୍ୟନ୍ତ ବ୍ୟାପିଛି। ଥର ମରୁଭୂମିର ପ୍ରାୟ ୯୦% ରାଜସ୍ଥାନରେ ଅଛି, ତେଣୁ ରାଜସ୍ଥାନକୁ ମରୁଭୂମି ଅଞ୍ଚଳ ମଧ୍ୟ କୁହାଯାଏ। ସାରା ବିଶ୍ୱରେ ଦେଖାଯୁଥିବା ବୃହତ୍ତମ ମରୁଭୂମି ତାଲିକାରେ ଥର ମରୁଭୂମି ୯ମ ସ୍ଥାନରେ ରହିଛି ଏବଂ ଏହା ସର୍ବ ବୃହତ ଏବଂ ଉତ୍ତପ୍ତ ମରୁଭୂମି ଭାବରେ ପରିଗଣିତ। ତେବେ ଆସନ୍ତୁ ଜାଣିବା ଭାରତ ସବୁଠୁ ବଡ ମରୁଭୂମି ସହିତ ଜଡିତ କିଛି ମଜାଦାର କଥା, ଯାହା ଆପଣ କେବେ ଶୁଣି ନଥିବେ।

‘ ଥର’ ପାକିସ୍ତାନର ଥାରପାରକରଙ୍କ ନାମରେ ନାମିତ ହୋଇଛି:

ଥର ମରୁଭୂମିର ପ୍ରାୟ ୯୦ ପ୍ରତିଶତ ଭାରତରେ ଏବଂ ଅବଶିଷ୍ଟାଂଶ ୧୦ ପ୍ରତିଶତ ପାକିସ୍ତାନରେ ଅଛି। ଥର ମରୁଭୂମି ପ୍ରାୟ ୨ ଲକ୍ଷ ୮୦ ହଜାର ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପିଛି, ଥର ମରୁଭୂମିର ବହୁଦୂର ପର୍ଯ୍ୟନ୍ତ ଖାଲି ବାଲୁକା କୁଦ୍ ଦୃଶ୍ୟମାନ ହୋଇଥାଏ, ଏଠାରେ ଖରାଦିନେ ତାପମାତ୍ରା ଏତେ ବଢିଯାଏ ଯେ ବାଲିଗୁଡ଼ିକ ଟକମକ ହୋଇ ଭାତ ବା ପାଣି ଫୁଟିଲା ପରି ଫୁଟିବା ଆରମ୍ଭ କରନ୍ତି। ଏହା ବ୍ୟତୀତ ଶୀତଦିନେ ଏଠାରେ ତାପମାତ୍ରା ଯଥେଷ୍ଟ ହ୍ରାସ ପାଉଠିବାରୁ ପ୍ରବଳ ଥଣ୍ଡା ଅନୁଭବ ହୁଏ।

ବହୁତ କମ୍ ଜନସଂଖ୍ୟା:

ପ୍ରବଳ ଉତ୍ତାପ ଓ ଥଣ୍ଡା ହେତୁ ଥର ମରୁଭୂମିରେ ଜନସଂଖ୍ୟା ବହୁତ କମ୍ ଏବଂ ଗ୍ରାମଗୁଡିକ ମାଇଲ୍ ମାଇଲ ଦୂରରେ ରହିଥାଏ। ମାଟି ଆଉ ପାଣି ବିନାତ ଚାଷ ହେବା ଅସମ୍ଭବ, ତେଣୁ ବିଶେଷ କଥା ହେଉଛି ଏଠାରେ ରହୁଥିବା ଅଧିକାଂଶ ଲୋକ ପଶୁପାଳନରେ ନିୟୋଜିତ ଅଟନ୍ତି। ଏଠାରେ ଓଟ ପାଳନ ସାଧାରଣ, କିନ୍ତୁ ଗାଈ, ମେଣ୍ଢା ଓ ଛେଳି ଆଦି ପଶୁମାନଙ୍କ ମଧ୍ୟରେ ଅଛନ୍ତି। ଥର ମରୁଭୂମିରେ ବାସ କରୁଥିବା ଲୋକଙ୍କୁ ବହୁ ଦୂର ଯାଇ ଜଳ ସଂଗ୍ରହ କରିବାକୁ ପଡ଼ିଥାଏ।

ସୌର ପ୍ୟାନେଲ ଦ୍ଵାରା ଭାରତରୁ ଦୂର ହୋଇପାରେ ବିଜୁଳି ଅଭାବ :

ପ୍ରାଚୀନ କାଳରେ ଥର ମରୁଭୂମି ମଧ୍ୟ ଏକ ଉର୍ବର ଭୂମି ଥିଲା, କିନ୍ତୁ ଜଳ ଅଭାବ ହେତୁ ଏହି ଭୂମି ମରୁଭୂମିରେ ପରିଣତ ହୋଇଥିବା ଐତିହାସିକମାନେ କୁହନ୍ତି। ଏକ ଅନୁସନ୍ଧାନ ଅନୁଯାୟୀ, ଯଦି ସମଗ୍ର ଥର ମରୁଭୂମିକୁ ଗୋଟିଏ ସିଟ୍ ସୌର ପ୍ୟାନେଲରେ ଆଚ୍ଛାଦିତ କରାଯାଏ, ତେବେ ସମଗ୍ର ଭାରତକୁ ଏକସଙ୍ଗେ ବିଦ୍ୟୁତ୍ ଯୋଗାଣ କରାଯାଇପାରିବ। ଏବଂ ଭାରତେ ବେବେବି ବିଜୁଳି ଅଭାବ ରହିବ ନାହିଁ।

ବଢୁଛି ଥର ମରୁଭୂମି କଳେବର:

ଆପଣ ଜାଣନ୍ତି କି ବୈଜ୍ଞାନିକଙ୍କ କହିବ ଅନୁଯାୟୀ ଥର ମରୁଭୂମି ପ୍ରତିବର୍ଷ ଉତ୍ତର-ପୂର୍ବ ଆଡକୁ ଗତି କରୁଛି। ଅର୍ଥାତ୍ ଏହା ବଢୁଛି। ଏହି କାରଣରୁ ବର୍ତ୍ତମାନ ହରିୟାଣାରେ ମରୁଭୂମି ବ୍ୟାପିବା ଆରମ୍ଭ କରିଛି, କହି ରଖୁ ଯେ, ଥର ମରୁଭୂମି ଆଗକୁ ନ ଯିବା ପାଇଁ ଭାରତ ସରକାର ୬୪୯ କିଲୋମିଟର ଲମ୍ବା ଇନ୍ଦିରା କେନାଲ ନିର୍ମାଣ କରିଛନ୍ତି। ଏହି କେନାଲ ମାଧ୍ୟମରେ ମରୁଭୂମି ଅଞ୍ଚଳକୁ ସବୁଜତା ଆଣିବା ପାଇଁ ସଫଳ ପ୍ରୟାସ କରାଯାଉଛି। ଥର ମରୁଭୂମି ବୃଦ୍ଧି ଏବେ ଚିନ୍ତାର କାରଣ ହୋଇଛି।

ଥର ବାଲି ଶହ ଶହ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି:

ରାଜସ୍ଥାନରେ ପ୍ରବାହିତ ପ୍ରବଳ ପବନ ଶହ ଶହ କିଲୋମିଟର ଦୂର ପର୍ଯ୍ୟନ୍ତ ଥର ମରୁଭୂମିର ବାଲି ଉଡ଼ାଇ ନେଇଥାଏ, ଏହି କାରଣରୁ ରାଜସ୍ଥାନର ଅଧିକାଂଶ ରାସ୍ତା, ଘର ଛାତରେ ବାଲି ଦେଖାଯାଏ, ଥର ମରୁଭୂମିରେ ଏତେ ଗରମ ଯେ ଖାଲି ପାଦରେ ଚାଲିଲେ ମଣିଷଙ୍କ ପାଦ ପୋଡ଼ି ଯିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: