୨୦୨୨ରେ ଭାରତୀୟଙ୍କ ପ୍ରିୟ ଖାଦ୍ୟ କଣ ଥିଲା ଜାଣନ୍ତୁ

୨୦୨୨ରେ ଭାରତୀୟଙ୍କ ପ୍ରିୟ ଖାଦ୍ୟ କଣ ଥିଲା ଜାଣନ୍ତୁ

ପ୍ରିଜମ ନ୍ୟୁଜ ବ୍ୟୁରୋ:ଖାଦ୍ୟ ପାନୀୟରେ ଭାରତୀୟ ଲୋକମାନେ ବହୁତ ଧନୀ ଅଟନ୍ତି। ସ୍ୱାସ୍ଥ୍ୟ ସହିତ ସ୍ୱାଦ ସହମଧ୍ୟ ସେମାନେ କମ୍ପରମାଇଜ କରନ୍ତି ନାହିଁ। ତେବେ ଏଭଳି ସ୍ଥିତିରେ ଏମିତି କେଉଁ ଖାଦ୍ୟର ସ୍ଵାଦ ୨୦୨୨ ମସିହାରେ ଭାରତୀୟଙ୍କ ମୁହଁରୁ ଛାଡ଼ି ନଥିଲା। ତେବେ ଏହି ସ୍ଵାଦ କୌଣସି ବିଦେଶୀ ଖାଦ୍ୟ ପିଜା-ବରଗର ନୁହେଁ, କିନ୍ତୁ ଭାରତୀୟ ଲୋକମାନେ ବର୍ଷସାରା ସୁସ୍ୱାଦୁ ବିରିୟାନୀ ଉପରେ ହୃଦୟ ହରାଇଲେ ବୋଲି ଜଣାପଡିଛି।୨୦୨୨ ମସିହାରେ ଲୋକମାନେ ଅନଲାଇନରେ କେଉଁ ଜିନିଷ ଅଧିକ ଅର୍ଡର କରିଥିଲେ ସେ ବିଷୟରେ ଆଲୋଚନା କରି ଖାଦ୍ୟ ବିତରଣ ଆପ୍ ସ୍ଵିଗି ଏକ ତଥ୍ୟ ପ୍ରକାଶ କରିଛି।

‘How India Swiggy’D 2022’ ନାମକ ବାର୍ଷିକ ଧାରାରେ, ବର୍ଷର ସବୁଠାରୁ ଅର୍ଡର ହୋଇଥିବା ଖାଦ୍ୟ ଭାବରେ ବିରିୟାନି ସ୍ଥାନ ପାଇଛି । ଏହି ରିପୋର୍ଟ ଅନୁଯାୟୀ, ଯେତେ ଡିସ୍ ତିଆରି ହେଉନା କାହିଁକି, କିନ୍ତୁ ୨୦୨୨ ମସିହାରେ କେବଳ ବିରିୟାନି ନିଜର ଦମ୍ ଦେଖାଇବା ସହ ଲୋକଙ୍କୁ ଆକୃଷ୍ଟ କରିଛି। ବିରିୟାନି ପ୍ରତି ମିନିଟରେ ୧୩୭ ଥର ଅର୍ଡର ହୋଇଛି ଯଥା ସେକେଣ୍ଡରେ ୨.୨୮ ବିରିୟାନି ଅର୍ଡର ହୋଇଛି। ଚଳିତ ବର୍ଷ ସର୍ବାଧିକ ଅର୍ଡର ହୋଇଥିବା ଶ୍ରେଷ୍ଠ ୫ ଟି ଖାଦ୍ୟ ମଧ୍ୟରେ ଚିକେନ୍ ବିରିୟାନି ଶୀର୍ଷରେ ରହିଛି।

ଅଧିକାଂଶ ଅର୍ଡର ହୋଇଥିବା ଖାଦ୍ୟ ତାଲିକାରେ ଦ୍ୱିତୀୟ ନମ୍ବରରେ ଭାରତୀୟମାନେ ମାସଲା ଡୋସାକୁ ପସନ୍ଦ କରିଥିଲେ ଏବଂ ଏହାକୁ ସର୍ବାଧିକ ଅର୍ଡର କରାଯାଇଥିଲା। ଚିକେନ୍ ଫ୍ରାଏଡ୍ ରାଇସ ତିନି ନମ୍ବରରେ ଥିଲା । ଯେତେବେଳେ କି ତିନି ନମ୍ବରରେ ପନିର ବଟର ମସାଲା ଏବଂ ଚତୁର୍ଥ ନମ୍ବରରେ ବଟର ନାନ୍ ଲୋକମାନଙ୍କ ଦ୍ୱାରା ସର୍ବାଧିକ ଅର୍ଡର ହୋଇଥିଲା। ଅନ୍ୟ ପଟେ, ପାଞ୍ଚ ନମ୍ବରରେ ଭେଜ୍ ଫ୍ରାଏଡ୍ ରାଇସ ଥିଲା, ଯାହାକୁ ଲୋକମାନେ ଘରେ ବସି ଅର୍ଡର କରିଥିଲେ। ତେବେ ସ୍ନାକ୍ସ କଥା କହିବାକୁ ଗଲେ ଆମର ପ୍ରିୟ ସିଙ୍ଗଡ଼ା ଶତାବ୍ଦୀ ଧରି ସମସ୍ତଙ୍କ ପାଇଁ ପ୍ରିୟ ହୋଇ ରହିଛି। ସ୍ୱିଗି ଏକ ବର୍ଷରେ ୪୦ ଲକ୍ଷ ସିଙ୍ଗଡ଼ା ପାଇଁ ଅର୍ଡର ଗ୍ରହଣ କରିଥିବାବେଳେ ଲୋକମାନେ ୨୨ ଲକ୍ଷ ପପକର୍ଣ୍ଣ ମଧ୍ୟ ଅର୍ଡର କରିଥିଲେ । ପାଓଭାଜି, ଫ୍ରେଞ୍ଚ୍ ଫ୍ରାଏସ୍, ଗ୍ରାଲିକ ବ୍ରେଡଷ୍ଟିକ୍ ମଧ୍ୟ ପ୍ରିୟ ସ୍ନାକ୍ସରେ ଅନ୍ତର୍ଭୁକ୍ତ କରାଯାଇଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: