ଏସିଆ କପ ୨୦୨୨: ସୁପର-୪ ଦ୍ୱିତୀୟ ମ୍ୟାଚରେ ଆଜି ଭାରତ ପାକିସ୍ତାନ ମୁଁହାମୁଁହି

ଏସିଆ କପ ୨୦୨୨: ସୁପର-୪ ଦ୍ୱିତୀୟ ମ୍ୟାଚରେ ଆଜି ଭାରତ ପାକିସ୍ତାନ ମୁଁହାମୁଁହି

ପ୍ରିଜମ ନ୍ୟୁଜ ବ୍ୟୁରୋ:ଏସିଆ କପ ୨୦୨୨ରେ ଆଜି ସୁପର-୪ ଦ୍ୱିତୀୟ ମ୍ୟାଚ ଖେଳାଯିବ। ଏବଂ ଏହି ମ୍ୟାଚରେ ପୁଣି ଥରେ ମୁଁହାମୁଁହି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଓ ଭାରତ। ଚଳିତ ଏସିଆ କପର ସୁପର-୪ରେ ସ୍ଥାନ ପାଇଥିବା ଆଜିର ଏହି ହାଇଭୋଲଟେଜ ମ୍ୟାଚକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଗତ ରବିବାର ଉଭୟ ଦଳ ସିରିଜର ପ୍ରଥମ ମ୍ୟାଚ ଖେଳିଥିବା ବେଳେ ଆଜି ଦ୍ୱିତୀୟ ମ୍ୟାଚ ଖେଳିବାକୁ ଯାଉଛନ୍ତି। ପ୍ରଥମ ମ୍ୟାଚରେ ଭାରତ ପାକିସ୍ତାନକୁ ହରେଇ ବିଜୟୀ ହୋଇଥିଲା।

ତେବେ ଏହି ୭ ଦିନ ମଧ୍ୟରେ ଉଭୟ ଦଳରେ ଅନେକ ଖେଳାଳି ବଦଳିଛନ୍ତି। ଏଥର ଉଭୟ ଦଳ ପାଇଁ ପରିସ୍ଥିତି ବଦଳି ଯାଇଛି। ଆହତ କାରଣରୁ ଭାରତର ଷ୍ଟାର ଅଲରାଉଣ୍ଡର କ୍ରିକେଟର ରବିନ୍ଦ୍ର ଜାଡେଜା ଏସିଆ କପରୁ ବାଦ ପଡିଛନ୍ତି। ଏଥି ସହିତ ପାକିସ୍ତାନର ଦ୍ରୁତ ବୋଲର ଶାହନାୱାଜ ଦହାନି ମଧ୍ୟ ଭାରତ ବିପକ୍ଷରେ ଆଜିର ଏହି ମ୍ୟାଚ୍ ଖେଳିପରିବେ ନାହିଁ। ଏହା ବ୍ୟତୀତ ଭାରତର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ କହିଛନ୍ତି ଯେ ଭାରତୀୟ ଦ୍ରୁତ ବୋଲର ଆଭେଶ ଖାନ ମଧ୍ୟ ସମ୍ପୂର୍ଣ୍ଣ ଫିଟ୍ ନୁହଁନ୍ତି। ଏଭଳି ପରିସ୍ଥିତିରେ ଉଭୟ ଦଳର ଶ୍ରେଷ୍ଠ ଏକାଦଶରେ ପରିବର୍ତ୍ତନ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି। ତେବେ ଆଜିର ମ୍ୟାଚ ବେଶ ରୋଚକ ହେବ ବୋଲି ଆଶା କରାଯାଉଛି। ଭାରତ ତାର ପୂର୍ବ ସ୍ଥିତି ବଜାୟ ରଖି ଖେଳ ଜିତିବା ପାଇଁ ପ୍ରୟାସ କରିବା ସହ ପାକିସ୍ତାନ ଦଳ ମଧ୍ୟ ଆଗକୁ ଯିବା ପାଇଁ ଜୋରଦାର ପ୍ରସ୍ତୁତି ହୋଇଥିବ।

ସୁପର -୪ ରେ ଶନିବାର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଶ୍ରୀଲଙ୍କା ଓ ଆଫଗାନିସ୍ତାନ। ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଅନୁଷ୍ଠିତ ଏସିଆ କପ୍ ସୁପର-୪ ରାଉଣ୍ଡ ମୁକାବିଲାରେ ରୋମାଞ୍ଚକର ବିଜୟ ହାସଲ କରିଛି ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୬ ୱିକେଟ ହରାଇ ୧୭୫ ରନ କରିଥିଲା ।ଶ୍ରୀଲଙ୍କା ଏହି ମ୍ୟାଚରେ ଆଫଗାନିସ୍ତାନକୁ ୪ ଓ୍ଵିକେଟରେ ହରାଇଛି। ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ସାମ୍ନାରେ ୧୭୬ ରନ୍‌ର ଲକ୍ଷ୍ୟ ରଖିଥିଲା। ଶ୍ରୀଲଙ୍କା ମାତ୍ର ୬ ଓ୍ଵିକେଟ ହରାଇ ମ୍ୟାଚ୍‌ ଉପରେ କବଜା କରିନେଇଥିଲା। ଆଉ ୫ଟି ବଲ୍‌ ବାକି ଥାଇ ଶ୍ରୀଲଙ୍କା ଜିତିନେଇଥିଲା ମ୍ୟାଚ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: