ପୃଥ୍ୱୀ-୨ର ସଫଳ ବ୍ୟବହାରିକ ପରୀକ୍ଷଣ

ପୃଥ୍ୱୀ-୨ର ସଫଳ ବ୍ୟବହାରିକ ପରୀକ୍ଷଣ

ପ୍ରିଜମ ନ୍ୟୁଜ ବ୍ୟୁରୋ: ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ୩ ନଂ ଲଞ୍ଚ ପ୍ୟାଡ୍‌ରୁ ବୁଧବାର ରାତିରେ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ୱୀ-୨ର ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି । ଏହି ସୂଚନା ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଛି। ଏହି କ୍ଷେପଣାସ୍ତ୍ର ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ହୋଇଛି । ଏହି କ୍ଷେପଣାସ୍ତ୍ରର ଭୂ-ପୃଷ୍ଠରୁ ଭୂ-ପୃଷ୍ଠକୁ ଉତ୍‌କ୍ଷେପଣ କରାଯାଇ ପାରିବ। ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦି କ୍ଷମତା ୩୫୦ କିମି ରହିଛି । ଏହାସହ ଏହା ୫୦୦ରୁ ୧ ଟନ୍‌ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି । ପୃଥ୍ୱୀ-୨ର ଲମ୍ବ ୯ମିଟର, ଓସାର ୧୧୦ ସେଣ୍ଟିମିଟର ଓ ଓଜନ ୪.୬ ଟନ୍‌ ବୋଲି ଜଣାଯାଇଛି । ୨୦୦୩ ମସିହାରୁ ଭାରତୀୟ ସେନାରେ ଏହା ସାମିଲ ହୋଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: