ଦେଶରେ ୧୨ ହଜାର ପାର କଲା ଦୈନିକ କରୋନା ସଂକ୍ରମଣ

ଦେଶରେ ୧୨ ହଜାର ପାର କଲା ଦୈନିକ କରୋନା ସଂକ୍ରମଣ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଦେଶରେ ପୁଣି ବଢ଼ିବାକୁ ଲାଗିଲାଣି କରୋନା ସଂକ୍ରମଣ । ଆଜି ଦେଶରେ ୧୨ ହଜାର ପାର କରିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଦେଶରୁ ଆଉ ୧୨ହଜାର ୨୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ କରୋନାରେ ଗତ ୨୪ ଘଣ୍ଟାରେ ଆଉ ୧୧ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ଲଗାତର ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ୬୦ ହଜାର ନିକଟତର ହୋଇଛି ମୋଟ୍‌ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା । ଆଜିର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ୫୮, ୨୧୫ ଜଣ କରୋନା ସକ୍ରିୟ ଆକ୍ରାନ୍ତ ରହିଥିବା ସୂଚନା ଦିଆଯାଇଛି । ଏହାସହ ଆଜି ରାଜ୍ୟରୁ ୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: