ଦୁଇ ସପ୍ତାହ ମଧ୍ୟରେ ରାଜ୍ୟରେ ଶିଖର ଛୁଇଁବ କରୋନା

ଦୁଇ ସପ୍ତାହ ମଧ୍ୟରେ ରାଜ୍ୟରେ ଶିଖର ଛୁଇଁବ କରୋନା

ପ୍ରିଜମ ନ୍ୟୁଜ ବ୍ୟୁରୋ:ରାଜ୍ୟରେ କୋଭିଡ୍‌ ସଂକ୍ରମଣ ଏବେ ବଢ଼ିବାରେ ଲାଗିଛି। ଜୁଲାଇ ମାସରେ ସଂକ୍ରମଣ ରୋକିବାକୁ ସତର୍କତା ଅବଲମ୍ବନ କରିବା ଜରୁରୀ। ବଢୁଥିବା ସଂକ୍ରମଣ ଆଉ ଦୁଇ ସପ୍ତାହ ପରେ ପିକ୍‌ ଛୁଇଁବାର ଆଶଙ୍କା ରହିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର ସୂଚନା ଦେଇଛନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି, ଚଳିତ ମାସ ଶେଷ ଆଡକୁ ପୁଣି ଥରେ ଧୀରେ ଧୀରେ ସଂକ୍ରମଣ ହ୍ରାସ ପାଇବ । ଅତି ବେଶୀରେ ସଂକ୍ରମିତ ସଂଖ୍ୟା ଏକ ହଜାର ରହିବ। ବ୍ୟାପକ ଟିକାକରଣ ଯୋଗୁଁ କୋଭିଡ ବିରୋଧରେ ଲଢ଼ିବା ପାଇଁ ଲୋକଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି ବଢିଛି ।

ସର୍ବସାଧାରଣ ସ୍ଥାନରେ ବା କୌଣସି କାର୍ଯ୍ୟକ୍ରମ ଅଧିକ ଲୋକଙ୍କ ସମାଗମ ହେଲେ ମାସ୍କ ପିନ୍ଧିବା ଜରୁରୀ। ଭୁବନେଶ୍ୱର ଓ କଟକରେ ମାସ୍କକୁ ବାଧ୍ୟ୍ୟତାମୂଳକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ସେ କହିଛନ୍ତି l ଆଜି ରାଜ୍ୟରୁ ୩୪୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: