ଜନି ରାକ୍ଷସ, ତାଙ୍କୁ ଡିଭୋର୍ସ ନ ଦେଲେ ମୁଁ ମରିଯିବି

ଜନି ରାକ୍ଷସ, ତାଙ୍କୁ ଡିଭୋର୍ସ ନ ଦେଲେ ମୁଁ ମରିଯିବି

ପ୍ରିଜମ ନ୍ୟୁଜ ବ୍ୟୁରୋ: ହଲିଉଡ ଅଭିନେତା ଜନି ଡିପଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଲେ ପତ୍ନୀ ଅମ୍ବର ହର୍ଡ। ଫିଲ୍ମ ପରି ରିୟଲ ଲାଇଫରେ ବି ତାଙ୍କର ରାକ୍ଷସ ପ୍ରକୃତି ରହିଛି ବୋଲି ପତ୍ନୀ କହିଛନ୍ତି। ଯାହା ଫଳରେ ସେ ତାଙ୍କଠୁ ଖୁବ୍ ଶୀଘ୍ର ଡିଭୋର୍ସ ନେବାକୁ ଚାହୁଁଛନ୍ତି।

ସେ କହିଛନ୍ତି, ମୁଁ ଜନିଙ୍କୁ ବହୁତ ଭଲପାଏ। ତାଙ୍କଠୁ ଡିଭୋର୍ସ ନେବା ମୋ ପାଇଁ ବହୁତ କଷ୍ଟ। କିନ୍ତୁ ମୁଁ ବାଧ୍ଯ ହେଉଛି ଏସବୁ କରିବାକୁ। ନହେଲେ ମୁଁ ବଞ୍ଚିବି ନାହିଁ। ଜନି ନିଶା କରିବା ସମୟରେ ରାକ୍ଷସ ପାଲଟି ଯାଆନ୍ତି। ସବୁ ହିତାହିତ ଜ୍ଞାନ ଭୁଲିଯଆନ୍ତି। ୨୦୧୬ରେ ଅମ୍ବର ଡିଭୋର୍ସ ପାଇଁ ଆବେଦନ କରିବା ସହ ୨୦୧୮ରେ ୱାଶିଂଟନ ଡିସିରେ ଏ ସମ୍ପର୍କରେ କହିଥିଲେ। ବର୍ତ୍ତମାନ ପୁଣି ଏହାକୁ ନେଇ ବିବାଦ ଚାଲିଛି। ତେବେ ଜନି ଏହାକୁ ଖଣ୍ଡନ କରି ଏଭଳି କିଛି ହୋଇନାହିଁ ବୋଲି କହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: