ଆଙ୍ଗୁଠି ଫୁଟାଉଥିଲେ ସାବଧାନ! ଦେଖାଦେବ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା

ଆଙ୍ଗୁଠି ଫୁଟାଉଥିଲେ ସାବଧାନ! ଦେଖାଦେବ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଅନେକ ଲୋକଙ୍କର ଟିକେ ପରେ ଟିକେ ଆଙ୍ଗୁଠି ଫୁଟାଇବା ଅଭ୍ୟାସ ରହିଥାଏ। କିଛି ଲୋକ ସବୁ ସମୟରେ ସବୁ ସ୍ଥାନରେ ଆଙ୍ଗୁଠି ଫୁଟେଇ ଥାଆନ୍ତି। ଯଦି ଆପଣଙ୍କର ମଧ୍ୟ ଏପରି ଅଭ୍ୟାସ ଅଛି, ତେବେ ତୁରନ୍ତ ସତର୍କ ହୋଇ ଯାଆନ୍ତୁ। ଏଭଳି କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।
ଡାକ୍ତରଙ୍କ କହିବା ଅନୁଯାୟୀ, ଯଦି ଆପଣ ହାତ କିମ୍ବା ଗୋଡ ଆଙ୍ଗୁଠି ବାରମ୍ବାର ଫୁଟାଉଛନ୍ତି, ତେବେ ଏହି ଅଭ୍ୟାସ ଆପଣଙ୍କ ହାଡ ଉପରେ ଖରାପ ପ୍ରଭାବ ପକାଇପାରେ। ଏହା ଆପଣଙ୍କ କାର୍ଯ୍ୟ କରିବାର କ୍ଷମତା ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ତେଣୁ ଯଦି ଆପଣଙ୍କର ମଧ୍ୟ ଏପରି ଅଭ୍ୟାସ ଅଛି, ତେବେ ତୁରନ୍ତ ଏହି ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ।
ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଆଙ୍ଗୁଠି ଫୁଟାଇବା ଦ୍ୱାରା ଆର୍ଥ୍ରାଇଟିସ୍ ବା ଆଣ୍ଠୁଗଣ୍ଠି ଯୋଡ ସମସ୍ୟା ସୃଷ୍ଟି ହୋଇପାରେ। ରିପୋର୍ଟ ଅନୁଯାୟୀ ମଣିଷ ଶରୀରର ହାଡ ପରସ୍ପର ସହିତ ଲିଗାମେଣ୍ଟ ଦ୍ୱାରା ଯୋଡ଼ି ହୋଇଛି। ଯଦି ବାରମ୍ବାର ଆଙ୍ଗୁଠି ଫୁଟାଯାଇଥାଏ, ଏହା ଦ୍ଵାରା synovial fluid ତରଳ ହ୍ରାସ ହେବାରେ ଲାଗିଥାଏ। ଯଦି ଆପଣ ସର୍ବଦା ଏଭଳି କରୁଛନ୍ତି, ତେବେ ଆପଣଙ୍କୁ ସାରା ଜୀବନ ଆର୍ଥ୍ରାଇଟିସ୍ ବା ଆଣ୍ଠୁଗଣ୍ଠି ସମସ୍ୟାର ସାମ୍ନା କରିବାକୁ ପଡିପାରେ।
ଆମ ଶରୀରରେ ଏକ ଜଏଣ୍ଟ ଅଛି, ଏହି ଜଏଣ୍ଟରେ ଥିବା ତରଳ ଆମ ଶରୀରର ହାଡକୁ ଯୋଡ଼ିବାରେ ସାହାଯ୍ୟ କରେ। ଏହି ତରଳକୁ synovial fluid କୁହାଯାଏ। ଯାହାକି ଆମ ଶରୀରରେ ତେଲ ଭଳି କାମ କରେ। ଏହାର ଅର୍ଥ ହେଉଛି ଏହି ତରଳ ହାଡକୁ ପରସ୍ପର ସହ ଘର୍ଷଣକୁ ରୋକିଥାଏ। synovial fluid ତରଳ ପଦାର୍ଥରେ ଥିବା ଗ୍ୟାସରୁ କାର୍ବନ ଡାଇଅକ୍ସାଇଡ୍ ଏକ ନୂତନ ସ୍ଥାନ ସୃଷ୍ଟି କରେ। ଯାହାକି ବବୁଲସ ବା ଫୋଟକା ତିଆରି କରେ। ଯେତେବେଳେ ଆମେ ହାଡ ବା ଆଙ୍ଗୁଠି ଫୁଟାଉ, ଏହି ଫୋଟକାଗୁଡିକ ଫାଟିଯାଏ। ଯାହାଦ୍ଵାରା ଆପଣଙ୍କ ଆଙ୍ଗୁଠିରେ ସମସ୍ୟା ସୃଷ୍ଟି ହୋଇଥାଏ।
ଏକ ଅଧ୍ୟୟନରୁ ଜଣାପଡିଛି ଯେ ଅତ୍ୟଧିକ ଆଙ୍ଗୁଠି ଫୁଟାଇବା କାରଣରୁ ହାତରେ ଫୁଲା ହୋଇପାରେ। ଆହୁରି ମଧ୍ୟ, କୋମଳ ଟିସୁରେ ଫୁଲା ସମସ୍ୟା ଦେଖା ଯାଇପାରେ। ଅଧ୍ୟୟନରୁ ଜଣାପଡିଛି ଯେ ଯଦି ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଙ୍ଗୁଠିଗୁଡିକୁ ଫୁଟାଉଛନ୍ତି, ତେବେ ହୁଏତ ଆପଣଙ୍କର ଆଙ୍ଗୁଠି କାମ କରିବା ବନ୍ଦ କରିପାରେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: