ଆତ୍ମସମର୍ପଣ କଲେ ଆଲୋଚନା

ଆତ୍ମସମର୍ପଣ କଲେ ଆଲୋଚନା

ପ୍ରିଜମ ନ୍ୟୁଜ ବ୍ୟୁରୋ:ୟୁକ୍ରେନ୍‌ ସୈନ୍ୟବାହିନୀ ଆତ୍ମସମର୍ପଣ କଲେ ଆଲୋନା ପାଇଁ ମସ୍କୋ ପ୍ରସ୍ତୁତ ବୋଲି ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେର୍ଗେଇ ଲାଭ୍ରୋଭ୍‌ ଶୁକ୍ରବାର କହିଛନ୍ତି। ଆକ୍ରମଣକାରୀ ଶକ୍ତି ୟୁକ୍ରେନ୍‌କୁ ଅତ୍ୟାଚାରରୁ ମୁକ୍ତ କରିବାକୁ ଚାହାନ୍ତି। ଏହାକୁ ସାମରିକୀକରଣ ଓ ନାଜିବାଦ ଆଧିପତ୍ୟରୁ ମୁକ୍ତ କରିବା ଲାଗି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ସ୍ବତନ୍ତ୍ର ସାମରିକ ଅଭିଯାନ ଲାଗି ନିଷ୍ପତ୍ତି ନେଇଛନ୍ତି। ୟୁକ୍ରେନ୍‌ବାସୀ ସ୍ବାଧୀନ ଭାବେ ସେମାନଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିପାରିବେ ବୋଲି ଲାଭ୍ରୋଭ୍‌ ମସ୍କୋଠାରେ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ଆକ୍ରମଣ ବଳରେ ୟୁକ୍ରେନ୍‌ ସରକାରଙ୍କୁ କ୍ଷମତାଚ୍ୟୁତ କରିବାକୁ ମସ୍କୋ ଚାହୁଁଥିବା ଲାଭ୍ରୋଭ୍‌ଙ୍କ ମନ୍ତବ୍ୟରୁ ଜଣାପଡ଼ିଛି। ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ କହିଛନ୍ତି, ଯେକୌଣସି ସମୟରେ ବୁଝାମଣା ଲାଗି ମସ୍କୋ ପ୍ରସ୍ତୁତ। ତେବେ ଏଥିପାଇଁ ୟୁକ୍ରେନ୍‌ ସୈନ୍ୟବାହିନୀ ଆମ ଆହ୍ବାନ ଜବାବ ଦେବା ସହ ଅସ୍ତ୍ର ତ୍ୟାଗ କରିବା ଆବଶ୍ୟକ। ୟୁକ୍ରେନ୍‌ ଦଖଲ କରିବା କାହାର ଉଦ୍ଦେଶ୍ୟ ନୁହେଁ ବୋଲି ଲାଭ୍ରୋଭ୍‌ କହିଛନ୍ତି। ୟୁକ୍ରେନ୍‌ର ବେସାମରିକ ଭିତ୍ତିଭୂମି ଉପରେ ରୁଷିଆ ସୈନ୍ୟ ଆକ୍ରମଣ କରି ଧ୍ୱଂସ କରିଥିବାର ପର୍ଯ୍ୟାପ୍ତ ପ୍ରମାଣ ଥିବା ସତ୍ତ୍ୱେ ଲାଭ୍ରୋଭ୍‌ ଏହାକୁ ଖଣ୍ଡନ କରିଛନ୍ତି। ରୁଷିଆ ସୈନ୍ୟ ଶୁକ୍ରବାର ଉତ୍ତର ଏବଂ ଉତ୍ତରପୂର୍ବ ପଟୁ ୟୁକ୍ରେନ୍‌ ରାଜଧାନୀ କ୍ୱିଭ୍‌ରେ ପ୍ରବେଶ କରିଛନ୍ତି। ପୁଟିନ୍‌ଙ୍କ ଯୁଦ୍ଧ ଘୋଷଣା ପରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ରୁଷିଆ ବିରୋଧରେ ଅନ୍ତର୍ଜାତୀୟ କଟକଣା ଜାରି କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: