କୁକୁର କାମୁଡ଼ିଲେ ପ୍ରଥମେ କଣ କରିବେ

କୁକୁର କାମୁଡ଼ିଲେ ପ୍ରଥମେ କଣ କରିବେ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଅନେକ ସମୟର କୁକୁର ମାରାତ୍ମକ ହୋଇ ମଣିଷ ମନଙ୍କୁ କମୁଥାଏ। ବେଳେବେଳେ ମଣିଷମାନଙ୍କ ଜୀବନ ନେଇଯାଏ ଏହି କୁକୁର। ଭାରତରେ ବର୍ଷକୁ ପ୍ରାୟ ୧୦ ଲକ୍ଷ ବ୍ୟକ୍ତି କୁକୁର କାମୁଡ଼ା ରେ ଆକ୍ରାନ୍ତ ହୋଇଥାନ୍ତି । ଏଥିରେ ଛୋଟ ପିଲାଙ୍କ ସଂଖ୍ୟା ଅଧିକ ମାତ୍ରାରେ ଥାଏ । କୁକୁର କାମୁଡିଲେ ହେଉଥିବା ଜ୍ବଳାନ୍ତକ ରୋଗ ବିଭିନ୍ନ ଦେଶ ପାଇଁ ଏକ ଗୁରୁତର ସଙ୍କଟ ରହିଆସିଛି । କୁକୁର କାମୁଡ଼ିଲେ ମଣିଷ ପାଗଳ ମଧ୍ୟ ହୋଇଯାଇପାରେ । ଅନେକ କ୍ଷେତ୍ରରେ ଡାକ୍ତରୀ ଚିକିତ୍ସା ଅବହେଳା ଫଳରୁ ବ୍ୟକ୍ତିଙ୍କ ମୃତ୍ୟୁ ମଧ୍ୟ ହୋଇଥାଏ । କୁକୁର କାମୁଡ଼ିବା କାରଣରୁ ମୁଣ୍ଡରେ ଓ ବେକରେ ଆଘାତର ଆଶଙ୍କା ଅଧିକ ଥାଏ । ତେବେ କୁକୁର କାମୁଡିବା ମାତ୍ରେ ପ୍ରାଥମିକ ଚିକିତ୍ସା କଲେ ସାଙ୍ଗେ ସାଙ୍ଗେ ମୁତ୍ୟୁକୁ ଏଡାଇ ହେବ । ତେବେ ଆସନ୍ତୁ ଜାଣିବା କୁକୁର କାମୁଡ଼ିଲେ ପ୍ରଥମେ କ’ଣ କରିବେ ।

– କୁକୁର ହିଂସ୍ର ଦିଶୁଥିଲେ ଆଖପାଖରେ ଯିବା ଆସିବା କରିବେ ନାହିଁ । କିମ୍ବା କୁକୁରକୁ ଉସକେଇବା ଭଳି କୌଣସି କାର୍ଯ୍ୟ କରନ୍ତୁ ନାହିଁ। ଟେକା ପଥର ଫୋପାଡନ୍ତୁ ନାହିଁ।

– ବାହାରକୁ ଯିବା ସମୟରେ କୁକୁରମାନେ ବୁଲୁଥିଲେ ସାଙ୍ଗରେ ବାଡ଼ି ନେଇକରି ଯାଆନ୍ତୁ ।

– କୁକୁର କାମୁଡ଼ିଲେ ପ୍ରଥମେ କୌଣସି ଲେପ ନଲଗେଇ ବା ଝଡ଼ାଫୁଙ୍କା ନକରି ସେହି ସ୍ଥାନକୁ ସାବୁନ ଓ ପାଣିରେ ପ୍ରାୟ ୩୦ ମିନିଟ ଧୁଅନ୍ତୁ । ଏଭଳି କରିବା ଦ୍ଵାରା ୪୦ ପ୍ରତିଶତ ସଂକ୍ରମଣ କମିବାର ସମ୍ଭାବନା ରହିଥାଏ।

– ଯଦି ସାବୁନ ନାହିଁ କ୍ଷତ ଉପରେ ପାଣି ୧୦ ରୁ ୧୫ ମିନିଟ ଢାଳି ଭଲଭାବେ ଧୋଇଦିଅନ୍ତୁ।

– ଏହାସହ ତୁରନ୍ତ କୌଣସି ଆଣ୍ଟିସେପ୍ଟିକ ଲୋସନ ଲଗାଇ ଡାକ୍ତର ପାଖକୁ ଯାଆନ୍ତୁ । ସେଠାରେ ଆଘାତର ଗୁରୁତ୍ଵ ଦେଖି ଟୀକା ନିଅନ୍ତୁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: