ବେସାହାରା ହୋଇ ବି ପଶୁକୁ ଦେଲେ ସାହାରା

ଘଟଣା ବହୁଳ ଦୁନିଆ । ଯାତାୟାତ ସମୟରେ ରାସ୍ତାରେ ଅନେକ ସୁନ୍ଦର ସକରାତ୍ମକ ଘଟଣା ଦେଖିବାକୁ ମିଳିଥାଏ । କେହି କେହି ଏହି ସୁନ୍ଦର ଦୃଶ୍ୟକୁ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଥାନ୍ତି । ସେମିତି ଏକ ନିଆରା ଘଟଣା ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଯାହା କେବଳ ପଶୁପ୍ରେମୀ ନୁହେଁ ବରଂ ସମ୍ପୂର୍ଣ୍ଣ ମଣିଷ ସମାଜକୁ ମଣିଷପଣିଆର ବାର୍ତ୍ତା ଦେଇଛି ।
ଏହି ଫଟୋରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ଏକ ଗ୍ରିଲ୍ ସାହାରାରେ ରାସ୍ତାକଡ଼ରେ ବସିଛନ୍ତି । ତାଙ୍କର ଗୋଟିଏ ପାର୍ଶ୍ୱରେ ବିଛଣାଟିଏ ପଡ଼ିଛି, ଯେଉଁଥିରେ ୨ଟି କୁକୁର ବହୁତ ଆରାମରେ ଘୋଡ଼ି ହୋଇ ଶୋଇଛନ୍ତି । ଏଥିସହ ସେମାନଙ୍କ ପାଇଁ ଆଉ ଗୋଟିଏ ପାର୍ଶ୍ୱରେ ଦୁଇଟି ପ୍ଲାଷ୍ଟିକ୍ ପତ୍ରରେ ଖାଦ୍ୟ ଏବଂ ପାଣି ରହିଛି । ନିଜ ପାଖରେ କିଛି ନଥାଇ ବି ପଶୁଙ୍କୁ ସାହାରା ଦେଇ ମଣିଷପଣିଆ ନିଚ୍ଛକ ଉଦାହରଣ ଦେଇଛନ୍ତି ଏହି ବ୍ୟକ୍ତି । ଯେଉଁ ଲୋକ ଭାବନ୍ତି ଯେ, ଦୁନିଆରେ ମାନବିକତା ମରିଯାଇଛି, ସେମାନଙ୍କୁ ଏହି ଦୃଶ୍ୟ ନିଶ୍ଚୟ ପ୍ରଭାବିତ କରିବ ।


ଏହି ଫଟୋକୁ ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦା ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ସେ ଫଟୋଟି ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଯେଉଁ ମାନଙ୍କର କମ୍ ଅଛି, ସେମାନେ ଅଧିକ ଦିଅନ୍ତି।’ ତେବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ଫଟୋଟି ଲୋକଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଏହି ଫଟୋଟିକୁ ଲୋକମାନେ ବହୁତ ପସନ୍ଦ କରିବା ସହ ସେୟାର ଏବଂ ରି-ଟୁଇଟ୍ କରୁଛନ୍ତି । ଏହି ଫଟୋରେ ଜଣେ ୟୁଜର୍ସ କମେଣ୍ଟ ଦେଇ ଲେଖିଛନ୍ତି, ଯେଉଁମାନେ ହୃଦୟରୁ ଧନୀ ଅଟନ୍ତି । ସେହିପରି ଆଉ ଅନ୍ୟ ୟୁଜର୍ସ ଲେଖିଛନ୍ତି ମାନବିକତା, ଆଉ ଜଣେ ଲେଖିଛନ୍ତି ସୁନ୍ଦର ଫଟୋ, ବଡ଼ ଦିଲ୍ ୱାଲା । ଏପରି ଅନେକ ସୁନ୍ଦର ସୁନ୍ଦର କମେଣ୍ଟ ଆସୁଛି ।

Leave a Reply

Your email address will not be published. Required fields are marked *