ଘରୁ ବାହାରିବାକୁ କାହିଁକି ଡରୁଛନ୍ତି ହେମା ମାଳିନୀ

ଘରୁ ବାହାରିବାକୁ କାହିଁକି ଡରୁଛନ୍ତି ହେମା ମାଳିନୀ

ପ୍ରିଜମ ନ୍ୟୁଜ ବ୍ୟୁରୋ:ହେମା ମାଳିନୀ ନିଜର ସୁନ୍ଦରତା ଓ ଅଭିନୟ ପାଇଁ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଜିତି ଥାଆନ୍ତି। ବଲିଉଡ୍ ରେ ‘ଡ୍ରିମ୍ ଗାର୍ଲ’ ଭାବେ ପରିଚିତ ହେମା ମାଳିନୀ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି। ସେ କେବଳ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଅଭିନୟ, ନୃତ୍ୟ ଏବଂ ସୌନ୍ଦର୍ଯ୍ୟର ଛାପ ଛାଡ଼ି ନାହାନ୍ତି, ରାଜନୀତିରେ ମଧ୍ୟ ସେ ପାରଙ୍ଗମ। ତେବେ ନିକଟରେ ଅଭିନେତ୍ରୀ ତାଙ୍କୁ ବାହାରକୁ ଯିବାରେ ଡର ଲାଗୁଛି ବୋଲି କହିଛନ୍ତି। ଅଭିନେତ୍ରୀ ଜଣକ ମୁମ୍ବାଇର ସ୍ଥିତି ନେଇ ଦୁଃଖ ପ୍ରକାଶ କରିବା ସହ ଏହି କଥା କହିଛନ୍ତି।

ସେ କହିଛନ୍ତି ଯେ, ପୂର୍ବରୁ ମୁମ୍ବାଇ ଏହିପରି ନଥିଲା ଏବଂ ସେଥିପାଇଁ ସେ ଘରୁ ବାହାରକୁ ଯିବାକୁ ଭୟ କରୁଛନ୍ତି।ହେମା ମାଳିନୀ ଏପରିବି କହିଛନ୍ତି ଯେ ସେ ଘରୁ ବାହାରକୁ ଯିବାକୁ ବହୁତ ଡରୁଛନ୍ତି। “ମୁଁ ବାସ୍ତବରେ ବାହାରକୁ ଯିବାକୁ ଡରୁଛି, କାରଣ ରାସ୍ତାରେ ବହୁତ ଟ୍ରାଫିକ୍ ଏବଂ ଭିଡ଼ ହେଉଛି। ଦିଲ୍ଲୀ ଏବଂ ମଥୁରାରେ ମଧ୍ୟ ବହୁତ ଟ୍ରାଫିକ୍ ଥିଲା, କିନ୍ତୁ ବର୍ତ୍ତମାନ ସେଠାରେ ସବୁ ବ୍ୟବସ୍ଥିତ ହୋଇଛି। ପୂର୍ବରୁ ସୁଟିଂ ପାଇଁ ଆମେ ଏହି ରାସ୍ତାରେ ବହୁ ଥର ଯାତ୍ରା କରିଛୁ, କିନ୍ତୁ ବର୍ତ୍ତମାନ ଏହା ବହୁତ କଷ୍ଟକର ହେଉଛି। ମୁମ୍ବାଇ କଣ ଥିଲା ଏବଂ କଣ ହୋଇଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ବର୍ଷା ହେଲେ ମୁମ୍ୱାଇର ସ୍ଥିତି ଶୋଚନୀୟ ହୋଇ ପଡୁଛି। ରାସ୍ତାରେ ହେଇଥିବା ଗାତ ଗୁଡିକରେ ପାଣି ଭର୍ତି ହୋଇ ଯିବାକୁ ଡର ଲାଗୁଛି। ମତେତ ଭାବିକି ଡର ଲାଗୁଛି ଯେ ଗର୍ଭବତୀ ମହିଳାମାନେ କିପରି ଏହି ରାସ୍ତାରେ ଯାତାୟାତ କରୁଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: