ହତ୍ୟା କରି ଟାଙ୍ଗି ଦେଲେ, ବନ୍ଦ ଘରୁ ମିଳିଲା ମୃତଦେହ

ହତ୍ୟା କରି ଟାଙ୍ଗି ଦେଲେ, ବନ୍ଦ ଘରୁ ମିଳିଲା ମୃତଦେହ

ପ୍ରିଜମ ନ୍ୟୁଜ ବ୍ୟୁରୋ: ରାଜଧାନୀରେ ପୁଣି ଚାଞ୍ଚଲ୍ୟ। ଏକ ବନ୍ଦ କୋଠରିରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ନିୟୁ ଫରେଷ୍ଟ ପାର୍କ ଅଞ୍ଚଳର ଏକ ବନ୍ଦ ଘରୁ ପୋଲିସ ଏହି ମୃତଦେହ ଜବତ କରିଛି। ମୃତ ଛାତ୍ର ଜଣଙ୍କ ହେଲେ ଖୋର୍ଦ୍ଧା ସରପାରି ଗାଁର ଜ୍ୟୋତି ରଞ୍ଜନ ସାହୁ। ସେ ଖୋର୍ଦ୍ଧାର ମଳିପଡ଼ା କଲେଜରେ ଯୁକ୍ତ ୩ରେ ପଢୁଥିଲେ।ତାଙ୍କ ହାତରେ କଡ଼ି ବନ୍ଧା ହୋଇଥିବା ବେଳେ ମୁହଁରେ ମଧ୍ୟ କପଡ଼ା ବନ୍ଧା ହୋଇଛି।

ତେଣୁ ତାଙ୍କୁ କେହି ହତ୍ୟା କରି ଏପରି ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ପ୍ରାଥମିକ ଭାବେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା କମିଶନରେଟ୍‌ ପୋଲିସ ପକ୍ଷରୁ ସୂଚନା ମିଳିଛି।

ଜ୍ୟୋତିଙ୍କ ବାପା ପଞ୍ଚୁ ସାହୁ କହିଛନ୍ତି, ତାଙ୍କ ପୁଅ ୩ ମାସ ହେବ ନିୟୁ ଫରେଷ୍ଟ ପାର୍କ ଅଞ୍ଚଳରେ ରହି କାମ କରିବା ସହ ପାଠ ପଢ଼ାପଢ଼ି କରୁଥିଲା। ହାତରେ କଡ଼ି ପଡ଼ିଥିବା ବେଳେ ପାଟିରେ କପଡ଼ା ବନ୍ଧା ହୋଇଛି। ତେଣୁ ତାଙ୍କ ପୁଅକୁ କେହି ହତ୍ୟା କରି ଟାଙ୍ଗି ଦେଇଥିବା ସେ ସନ୍ଦେହ କରୁଥିବା କହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: