ବାହାଘରରେ ବର ସହ ଟ୍ରାଜେଡି, ଭିଡ଼ିଓ ଦେଖି ହସି ହସି ବେଦମ୍ ଲୋକେ

ବାହାଘରରେ ବର ସହ ଟ୍ରାଜେଡି, ଭିଡ଼ିଓ ଦେଖି ହସି ହସି ବେଦମ୍ ଲୋକେ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବର୍ତ୍ତମାନ ଦେଶରେ ବିବାହ ଋତୁ। କରୋନା କଟକଣା ଭିତରେ ଲୋକମାନେ ବିବାହ ହେଉଥିଲେ ହେଁ ଟିକିଏ ଖୁସି ମଜା କରୁଛନ୍ତି ନିଜ ନିଜ ଷ୍ଟାଇଲରେ। ଉଭୟ ବର ଏବଂ କନ୍ୟାଙ୍କ ପାଇଁ ବିବାହ ଅତ୍ୟନ୍ତ ସ୍ୱତନ୍ତ୍ର ଦିନ ହୋଇଥାଏ । ଏହି ବିବାହ ଋତୁରେ ଅନେକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆଜିକାଲି ଇଣ୍ଟରନେଟରେ ଏପରି ଏକ ସୁନ୍ଦର ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖି ଲୋକ ହସି ହସି ବେଦମ୍ ହେଉଛନ୍ତି।
ଭିଡିଓରେ ବର ‘ବାବୁଜୀ ଜାରା ଧୀର ଚଲୋ ଗୀତରେ ନାଚୁଥିବାର ଦେଖିବାକୁ ମିଳିଛି। ତେବେ ଏହି ସମୟରେ ବର ନିଜ ବନ୍ଧୁଙ୍କ କାନ୍ଧରେ ବସିଥିବା ବେଳେ ଅତ୍ୟନ୍ତ ଉତ୍ସାହିତ ହୋଇ ନାଚୁଥିବାର ଦେଖିବାକୁ ମିଳିଥିଲା। କିନ୍ତୁ ସେ ଜାଣି ନଥିଲେ ଯେ ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ଉପରେ ଚଡ଼କ ପଡ଼ିବ। ନାଚିବାବେଳେ ବର ଏବଂ ତାଙ୍କ ବନ୍ଧୁଙ୍କ ସନ୍ତୁଳନ ବିଗିଡ଼ି ଯିବାରୁ ଦୁହେଁ ତଳେ ଗଛ କାଚିଲା ପରି ତଳେ ପଡ଼ିଯାଇଥିଲେ। କିଛି ଲୋକ ଏହାପରେ ତାଙ୍କୁ ଓ ତାଙ୍କ ବନ୍ଧୁଙ୍କୁ ଉଠେଇବା ସହ ଦେହ ମୁଣ୍ଡ ଆଉଁସି ଦେଇଥିଲେ। କିନ୍ତୁ ସେତିକି ବେଳେ ସେଠାରେ ଥିବା ଆଉ କିଛି ଲୋକ ଏହାର ଏକ ଭିଡିଓ ତିଆରି କରିଥିଲେ, ଯାହା ବର୍ତ୍ତମାନ ଭାଇରାଲ ହେଉଛି।
ଏହି ଭିଡିଓ ଇନଷ୍ଟାଗ୍ରାମରେ ନିରଂଜନ ମହାପାତ୍ର ନାମକ ଆକାଉଣ୍ଟରୁ ସେୟାର କରାଯାଇଥିଲା। ଯାହାକୁ ଏପର୍ଯ୍ୟନ୍ତ ୧ ଲକ୍ଷ ୭୯ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ଇନଷ୍ଟାଗ୍ରାମ ବ୍ୟତୀତ ଲୋକମାନେ ଏହାକୁ ଫେସବୁକ୍ ଏବଂ ଅନ୍ୟାନ୍ୟ ସୋସିଆଲ୍ ମିଡିଆ ସାଇଟରେ ମଧ୍ୟ ବହୁତ ଦେଖୁଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: