ଖରାଦିନେ ତ୍ଵଚାକୁ ସୁସ୍ଥ ଓ ସୁନ୍ଦର ରଖିବ ଗ୍ରୀନ-ଟି

ଖରାଦିନେ ତ୍ଵଚାକୁ ସୁସ୍ଥ ଓ ସୁନ୍ଦର ରଖିବ ଗ୍ରୀନ-ଟି

ପ୍ରିଜମ ନ୍ୟୁଜ ବ୍ୟୁରୋ:ଖରାଦିନେ ଅଧିକ ଖରା ଓ ଗରମ କାରଣରୁ ତ୍ଵଚାରେ ବହୁ ମାତ୍ରାରେ ସନ୍ ଟ୍ୟାନ ପଡ଼ିବା ସହ ଚେହେରା ଡଲ ଦେଖାଯାଏ। ତେଣୁ ଅନେକ ନିଜ ତ୍ୱଚାକୁ ଉଜ୍ବଳ କରିବା ପାଇଁ ଅନେକ ବିୟୁଟି ଟ୍ରିଟମେଣ୍ଟ କରିଥାନ୍ତି। କେହି କେହି ଘରୋଇ ଉପଚାର ମଧ୍ୟ କରିଥାନ୍ତି। ଅନେକ ପ୍ରକାର ଘରୋଇ ଉପଚାର ମଧ୍ୟରୁ ଗ୍ରୀନ ଟି ଫେସ୍ ସ୍ପ୍ରେ’, ଫେସ୍ ପ୍ୟକ୍ ଅଧିକ ଲାଭଦାୟକ ରହିଥାଏ। ଏହାର ବ୍ୟବହାର ଦ୍ୱାରା ତ୍ୱଚାରେ କୌଣସି ପ୍ରକାର ଦାଗ, ଟ୍ୟାନ୍ କିମ୍ବା ତ୍ୱଚା ଡଲ୍ ହୋଇ ନଥାଏ।

ଫେସ୍ ସ୍ପ୍ରେ ପ୍ରସ୍ତୁତି ବିଧି:ପ୍ରଥମେ ପ୍ୟାନରେ ଗୋଟେ କପ୍ ପାଣି ଗରମ କରନ୍ତୁ। ଏହାପରେ ସେଥିରେ ଗ୍ରୀନ ଟି ବ୍ୟାଗ୍ ପକାଇ ୨୦ ମିନିଟ୍ ଯାଏଁ ଛାଡ଼ିଦିଅନ୍ତୁ। ପରେ ସେହି ପାଣିରେ ଭିଟାମିନ୍ ଇ କ୍ୟାପସୁଲ୍, ମହୁ ଅଳ୍ପ ଗ୍ଲିସେରିନ୍ ପକାନ୍ତୁ। ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ। ଏବେ ସେହି ମିଶ୍ରଣକୁ ଏକ ସ୍ପ୍ରେ ବୋତଲରେ ଭର୍ତ୍ତି କରି ଫ୍ରିଜରରେ ରଖିଦିଅନ୍ତୁ। ଏହି ସ୍ପ୍ରେକୁ ରାତିରେ ଶୋଇବା ପୂର୍ବରୁ ବା ସକାଳୁ ମୁହଁ ଧୋଇବା ପରେ କିଛି ସମୟ ପାଇଁ ଲଗାଇ ରଖନ୍ତୁ।ଏହି ମିଶ୍ରଣକୁ ପ୍ରତିଦିନ ମୁହଁରେ ଲଗାଇବା ଦ୍ୱାରା ମୁହଁରୁ ଦାଗ ଓ ବ୍ରଣ ଆଦି ଦୂର ହୋଇଥାଏ। ଏହା ଚେହେରାର ଚମକ ବଢ଼ାଇଥାଏ।ଏହାର ବ୍ୟବହାର ଦ୍ୱାରା ତ୍ୱଚା ହାଇଡ୍ରେଟ୍ ରହିବା ସହ ଇନଫେକ୍ସନ, ଏଲର୍ଜି ଆଦିର ଭୟ ନଥାଏ।

ଏମିତି ତିଆରି କରନ୍ତୁ ଗ୍ରୀନ୍‌ ଟି ଫେସ୍ ପ୍ୟାକ୍‌:

ଅମୃତଭଣ୍ଡା- ଗ୍ରୀନ୍‌ ଟି ପ୍ୟାକ୍‌: ପାଚିଲା ଅମୃତଭଣ୍ଡା ସହିତ ଗ୍ରୀନ୍‌ ଟି ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ସଫା ମୁହଁରେ ଲଗାଇ ୧୫ ମିନିଟ୍‌ ରଖିବା ପରେ ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏହାଦ୍ୱାରା ଟ୍ୟାନ୍‌ ସମସ୍ୟା ଦୂର ହୋଇଯିବ।

ଅଦା- ଗ୍ରୀନ୍‌ ଟି ପ୍ୟାକ୍‌: ୩ଟି ଗ୍ରୀନ୍‌ ଟି ପ୍ୟାକ୍‌ ସହ ଖଣ୍ଡେ ଅଦାକୁ ଭଲ ଭାବେ ଛେଚି ପାଣିରେ ଭଲ ଭାବେ ଫୁଟାଇ ଦିଅନ୍ତୁ। ପାଣି ଫୁଟି ଅଧା ହୋଇଗଲେ ଏହାକୁ କାଢ଼ି ଥଣ୍ଡା କରନ୍ତୁ। ଏହାକୁ ବ୍ରଣ ହୋଇଥିବା ସ୍ଥାନରେ ଲଗାନ୍ତୁ ଉପକୃତ ହେବେ।

ଚାଉଳ ଗୁଣ୍ଡ- ଗ୍ରୀନ୍‌ ଟି ପ୍ୟାକ୍‌: ଚାଉଳକୁ ଭଲ ଭାବେ ଗୁଣ୍ଡ କରିଦିଅନ୍ତୁ। ସେଥିରେ ୨ଟି ଗ୍ରୀନ୍‌ ଟି ବ୍ୟାଗ୍‌ ଖୋଲି ମିଶାନ୍ତୁ। ସେଥିରେ ଅଳ୍ପ ଲେମ୍ବୁରସ ଏବଂ ଆବଶ୍ୟକ ମାତ୍ରାରେ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ମିନିଟ୍‌ ରଖିବା ପରେ ଧୀରେ ଧୀରେ ସ୍କ୍ରବ୍‌ କରି ମୁହଁ ଧୋଇ ଦିଅନ୍ତୁ। ଏହାଦ୍ୱାରା ସ୍କିନ୍‌ ଅଧିକ ବ୍ରାଇଟ୍‌ ଲାଗିବା ସହ ଗ୍ଲୋ ମଧ୍ୟ ବଢ଼ିବ।

ଲିଚୁ- ଗ୍ରୀନ୍‌ ଟି ପ୍ୟାକ୍‌: ୩ଟି ଷ୍ଟ୍ରବେରୀକୁ ଭଲ ଭାବେ ପେଷ୍ଟ କରି ସେଥିରେ ଅଧା ଚାମଚ ମହୁ ଏବଂ ୧ ପ୍ୟାକ୍‌ ଗ୍ରୀନ୍‌ ଟି ଖୋଲି ମିଶାଇ ଦିଅନ୍ତୁ। ଏହି ପେଷ୍ଟ୍‌କୁ ମୁହଁରେ ଲଗାଇ ତଳୁ ଉପରକୁ ଘଷନ୍ତୁ। ଅଧ ଘଣ୍ଟା ରଖିବା ପରେ ମୁହଁ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏହି ପ୍ୟାକ୍‌ ଲଗାଇବା ଦ୍ୱାରା ରିଙ୍କଲ୍‌ ମାର୍କ ଦୂର ହେବା ସହ ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: