ପୁଣି ଧମାଲ କଲେ ଉର୍ମିଲା- ଗୋବିନ୍ଦାଙ୍କ ଯୋଡ଼ି

ପୁଣି ଧମାଲ କଲେ ଉର୍ମିଲା- ଗୋବିନ୍ଦାଙ୍କ ଯୋଡ଼ି

ପ୍ରିଜମ ନ୍ୟୁଜ ବ୍ୟୁରୋ: ବଲିଉଡ୍ ର ଜଣାଶୁଣା ନାୟିକାଙ୍କ ମଧ୍ୟରୁ ଉର୍ମିଲା ମାତୋଣ୍ଡକର ଅନ୍ୟତମ। ତାଙ୍କ ସୁନ୍ଦର ଚେହେରା ସହ ଦମଦାର ଡ୍ୟାନ୍ସ ଓ ଅଭିନୟ ଲୋକଙ୍କୁ ବାନ୍ଧି ରଖିଥାଏ। କିନ୍ତୁ ସେ ବଲିଉଡର ଜଣେ ଅଭିନେତାଙ୍କ ପ୍ରଶଂସାରେ ସତମୁଖ। ସେ ଅନୁଭବ କରନ୍ତି ଯେ ଯେତେବେଳେ ଅଭିନେତା ଗୋବିନ୍ଦା ପରଦାରେ ଅଭିନୟ କରନ୍ତି, ସେତେବେଳେ କେହି ତାଙ୍କ ପାଖରୁ ଆଖି ଫେରାଇ ପାରନ୍ତି ନାହିଁ। ସେ କୁହନ୍ତି, “ମୋର ମନେ ଅଛି, ଯେତେବେଳେ ମୁଁ ଗୋବିନ୍ଦାଙ୍କ ସହ ମୋର ପ୍ରଥମ ସିନେମା ସାଇନ୍ କରିଥିଲି, ସେତେବେଳେ ମୁଁ ଅଧିକ ପରିଶ୍ରମ କରିବାକୁ ସ୍ଥିର କରିଥିଲି, ଯାହାଫଳରେ ମୁଁ ଗୋବିନ୍ଦାଙ୍କ ଦର୍ଶକମାନଙ୍କ ଦୃଷ୍ଟି ମୋ ଆଡ଼କୁ କିଛି ସମୟ ପାଇଁ ଆକର୍ଷିତ କରିପାରିବି। ଯେହେତୁ ସେ ମୁଁ ଏକାଠି ଅଭିନୟ କରୁଥିଲି।ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀ ଆହୁରି କହିଛନ୍ତି ଯେ, ‘ ମୁଁ ଅନୁଭବ କରିଛି ଯେ ଯେତେବେଳେ ସେ ପରଦାକୁ ଆସନ୍ତି, କେହି ତାଙ୍କ ପାଖରୁ ଆଖି ଫେରାଇ ପାରନ୍ତି ନାହିଁ। ମୁଁ ଆଜି ପର୍ଯ୍ୟନ୍ତ ବହୁତ ଚେଷ୍ଟା କରିଛି, କିନ୍ତୁ ମୁଁ ତାଙ୍କ ଲେବଲରେ ପହଞ୍ଚିବାରେ ସକ୍ଷମ ହୋଇ ନାହିଁ। ସେ ଭଲଭାବରେ ଜାଣନ୍ତି ତାଙ୍କୁ କଣ କରିବାକୁ ହେବ।

‘DID ସୁପର ମମ୍’ର ବିଚାରକ ହୋଇଛନ୍ତି ଉର୍ମିଲା:-

ଉର୍ମିଲା ମାତୋଣ୍ଡକର ଆହୁରି ମଧ୍ୟ ଗୋବିନ୍ଦାଙ୍କ ପ୍ରଶଂସା କରି କହିଛନ୍ତି, ‘ଯେତେବେଳେ ସେ ସୁଟିଂ କରୁଛନ୍ତି, ସେ କେବଳ ଜଣେ ଅଭିନେତା କିମ୍ବା ନୃତ୍ୟଶିଳ୍ପୀ ନୁହଁନ୍ତି, ବରଂ ଜଣେ କଳାକାର ମଧ୍ୟ ଅଟନ୍ତି। ସୂଚନା ଥାଉକି ଉର୍ମିଲା ଏବେ ‘DID ସୁପର ମମ୍’ରେ ବିଚାରପତି ଭାବରେ ନଜର ଆସୁଛନ୍ତି। ରେମୋ ଡି’ସୁଜା ଏବଂ ଭାଗାଶ୍ରୀ ମଧ୍ୟ ଏହି ଅଭିନେତ୍ରୀଙ୍କ ସହ ସୋ’ର ବିଚାରକ ଅଛନ୍ତି।

‘ଉର୍ମିଲା ରେ ଉର୍ମିଲା’ ଟ୍ରାକ ନୃତ୍ୟରେ ନଜର ଆସିବେ ଉର୍ମିଲା:-

ଏହି ଡ୍ୟାନ୍ସ ରିଅଲିଟି ସୋ’ରେ ପ୍ରାୟ ୨୨ ବର୍ଷ ପରେ, ଉର୍ମିଲା ଗୋବିନ୍ଦାଙ୍କ ସହ ୨୦୦୦ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘କୁଆଁରା’ର ଫେମସ ଟ୍ରାକ‘ ଉର୍ମିଲା ରେ ଉର୍ମିଲା’ରେ ନାଚୁଥିବାର ନଜର ଆସିଛନ୍ତି। ଉର୍ମିଲା କୁହନ୍ତି, ‘ମୁଁ ସବୁବେଳେ ଗୋବିନ୍ଦାଙ୍କର ଜଣେ ବଡ଼ ପ୍ରଶଂସକ ରହି ଆସିଛି ଏବଂ ମୁଁ ତାଙ୍କର ସମସ୍ତ ଚଳଚ୍ଚିତ୍ର ଦେଖେ।’ ଉଭୟ ଉର୍ମିଲା ଏବଂ ଗୋବିନ୍ଦା ଅଭିନୟ ବ୍ୟତୀତ ନୃତ୍ୟ ଦକ୍ଷତା ପାଇଁ ଜଣାଶୁଣା।

ଉର୍ମିଲା ଏବଂ ଗୋବିନ୍ଦା ନାଚ ଷ୍ଟେଜ୍ ରେ ଲାଗିଲା ନିଆଁ :-

DID ସୁପର ମମ ମଞ୍ଚରେ ଉଭୟ ଗୋବିନ୍ଦା ଏବଂ ଉର୍ମିଳା ଏକାଠି ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ପାଇଁ ଏକ ବିଶେଷ ଅନୁଭବ ଦେଇଛନ୍ତି। ଉର୍ମିଲା କହିଛନ୍ତି, ‘ସେ ପ୍ରକୃତରେ ହିଁ ଆପଣଙ୍କ ଧ୍ୟାନ ଆକର୍ଷଣ କରିବେ ଏବଂ ମୁଁ ନିଶ୍ଚିତ ଅଭିନେତ୍ରୀ ଯେ କେହିବି ହୁଅନ୍ତୁ, ଯଦି ସେ ଗୋବିନ୍ଦାଙ୍କ ସହ ନାଚୁଛନ୍ତି, ତେବେ ଦର୍ଶକ କେବଳ ଗୋବିନ୍ଦାଙ୍କୁ ହିଁ ଦେଖିବେ।’ ତେବେ ଗୋବିନ୍ଦା ଉର୍ମିଳାଙ୍କ ବ୍ୟତୀତ ଭାଗ୍ୟଶ୍ରୀ ଓ ଅନ୍ୟ ପ୍ରତିଯୋଗୀଙ୍କ ସହ ଧମାଲ କରିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: