ଗୌତମ ଆଦାନୀ ବିଶ୍ୱର ପଞ୍ଚମ ଧନୀ ବ୍ୟକ୍ତି

ଗୌତମ ଆଦାନୀ ବିଶ୍ୱର ପଞ୍ଚମ ଧନୀ ବ୍ୟକ୍ତି

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆଦାନୀ ଗ୍ରୁପ ମୁଖ୍ୟ ତଥା ଭାରତୀୟ ଉଦ୍ୟୋଗୀ ଗୌତମ ଆଦାନୀ ହେଲେ ବିଶ୍ୱର ପଞ୍ଚମ ଧନୀ ବ୍ୟକ୍ତି । ବିଖ୍ୟାତ ଷ୍ଟକ ଏକ୍ସପର୍ଟ ତଥା ନିବେଶକ ୱାରେନ ବଫେଟଙ୍କୁ ଷଷ୍ଠ ସ୍ଥାନକୁ ଠେଲି ଆଗକୁ ଯାଇଛନ୍ତି ଗୌତମ । ସୋମବାର ଫୋର୍ବସ ରିୟଲ ଟାଇମ ଟ୍ରାକର ରେ ଏହି ସୂଚନା ପ୍ରକାଶିତ ହୋଇଛି ।ଗୌତମଙ୍କ ମୋଟ୍ ସଂପତ୍ତି ୧୨୩.୭ ବିଲିଅନ ଡଲାର ରେ ପହଞ୍ଚିଛି । ପଛକୁ ଯାଇଥିବା ୱାରେନ ବଫେଟଙ୍କ ସମ୍ପତ୍ତି ମୂଲ୍ୟ ଏବେ ୧୨୧.୭ ବିଲିଅନ ଡଲାର ରହିଛି ।ଗୌତମଙ୍କ ଉପରକୁ ରହିଛନ୍ତି ମାତ୍ର ୪ ଜଣ ବ୍ୟକ୍ତି । ହେଲେ ଗୌତମ ଆଉ ସେମାନଙ୍କ ସଂପତ୍ତି ମୂଲ୍ୟ ଭିତରେ ଲମ୍ବା ପାର୍ଥକ୍ୟ ଅଛି । ଟେସଲା ମୁଖ୍ୟ ଇଲନ ମସ୍କ ପ୍ରଥମ ଧନୀ ହୋଇଥିବା ବେଳେ ତାଙ୍କ ସଂପତ୍ତି ମୂଲ୍ୟ ଗୌତମଙ୍କ ଠାରୁ ଦୁଇ ଗୁଣରୁ ମଧ୍ୟ ଅଧିକ । ଅର୍ଥାତ୍ ଇଲନଙ୍କ ସଂପତ୍ତି ମୂଲ୍ୟ ୨୬୯.୭ ବିଲିଅନ ଡଲାର ରହିଛି ।ଦ୍ୱିତୀୟରେ ଅଛନ୍ତି ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସ୍- ୧୭୦.୨ ବିଲିଅନ ଡଲାର, ତୃତୀୟରେ ବର୍ଣ୍ଣାଡ ଏର୍ଣ୍ଣଲ୍ଟ- ୧୬୭.୯ ବିଲିଅନ ଡଲାର, ଚତୁର୍ଥରେ ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍ସ- ୧୩୦.୨ ବିଲିଅନ ଡଲାର ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: