ତେଲେଙ୍ଗାନାରେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ

ତେଲେଙ୍ଗାନାରେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ

ପ୍ରିଜମ ନ୍ୟୁଜ ବ୍ୟୁରୋ: ତେଲଙ୍ଗାନାର ହାଇଦ୍ରାବାଦ ସ୍ଥିତ ଜୁବିଲି ହିଲ୍ସ ଅଞ୍ଚଳରେ ଜଣେ ୧୭ ବର୍ଷୀୟ ନାବାଳିକା ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିଲା। ଏହି ଘଟଣାର କିଛିଦିନ ପରେ ରବିବାର ପୁଣି ରାଜ୍ୟରେ ଅନ୍ୟ ଜଣେ ୧୧ ବର୍ଷର ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ମାମଲା ପଦାକୁ ଆସିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ଏବଂ ତାଙ୍କର ଜଣେ ବନ୍ଧୁ ନାବାଳିକାଙ୍କୁ ଅପହରଣ କରି ରାଙ୍ଗାରେଡ୍ଡୀ ଜିଲାର କୋନଦୁର୍ଗ ଗ୍ରାମର ଏକ କଲୋନୀରେ ଗଣବଳାତ୍କାର କରିଛନ୍ତି।ଦୁଇ ଅଭିଯୁକ୍ତଙ୍କୁ ମୋଘଲପୁରା ପୋଲିସ ଗିରଫ କରିଛି।

ମୋଘଲପୁରାରେ ସମ୍ପର୍କୀୟଙ୍କ ଘରେ ରହୁଥିବା ନାବାଳିକା ଗତ ୩୧ ତାରିଖରେ ପାହାଡ଼ିଶରିଫ୍‌ରେ ରହୁଥିବା ତାଙ୍କ ମା’ବାପାଙ୍କ ପାଖକୁ ଫେରୁଥିବା ବେଳେ ଟ୍ୟାକ୍ସି ଡ୍ରାଇଭର କଲିମ ଅଲି ତାଙ୍କୁ ସେଠାରେ ଛାଡ଼ି ଦେବାର ପ୍ରତିଶ୍ରୁତି ଦେଇଥିଲେ। ହେଲେ କଲିମ ଏବଂ ତାଙ୍କର ଜଣେ ସାଙ୍ଗ ଏକ କାର୍‌ରେ ନାବାଳିକାଙ୍କୁ ଅପହରଣ କରି ନେଇଥିଲେ। ପରେ ଦୁଇ ସାଙ୍ଗ ତାଙ୍କୁ ଗଣବଳାତ୍କାର କରିଥିଲେ ବୋଲି ପୋଲିସ କହିଛି। ପୀଡ଼ିତାଙ୍କ ବୟାନ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ ହୋଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: