ଅଗ୍ରପୂଜ୍ୟ ଗଜାନନଙ୍କୁ କେମିତି କରିବେ ଆରାଧନା! ଜାଣି ରଖନ୍ତୁ ଏହି ସବୁ ବିଧି

ଅଗ୍ରପୂଜ୍ୟ ଗଜାନନଙ୍କୁ କେମିତି କରିବେ ଆରାଧନା! ଜାଣି ରଖନ୍ତୁ ଏହି ସବୁ ବିଧି

ପ୍ରିଜମ ନ୍ୟୁଜ୍ ବ୍ୟୁରୋ:ଗଣେଶ ଭଗବାନଙ୍କୁ ଘରେ ପୂଜା କଲେ ସୁଖ, ସମୃଦ୍ଧି, ଧନ-ସମ୍ପଦ ତଥା ଆପଣ ସୌଭାଗ୍ୟର ଅଧିକାରୀ ହୋଇପାରିବେ । ଦେବ ଦେବ ମହାଦେବ ଶିବ ଓ ପାର୍ବତୀଙ୍କ ପୁତ୍ର ହେଲେ ଗଣେଶ । ଶ୍ରୀଗଣେଶ ପ୍ରକୃତରେ ବୁଦ୍ଧି ଓ ଜ୍ଞାନର ପ୍ରଭୁ, ତେଣୁ ତାଙ୍କୁ ଆଜିର ଏହି ପବିତ୍ର ଦିବସରେ ଉପାସନା କଲେ ସମସ୍ତ ଶ୍ରଦ୍ଧାଳୁ ଅନେକ ଐଶ୍ୱର୍ଯ୍ୟ ହାସଲ କରିପାରିବେ ।

ଧନ-ସମ୍ପଦ ବୃଦ୍ଧି ଲାଗି ଶ୍ରୀଗଣେଶଙ୍କ ଉପାସନା:

ହଳଦିଆର ରଙ୍ଗର ମୋଦକ ଏବଂ ଧଳା ଟଗର ଫୁଲର ହାର ଅର୍ପଣ କରନ୍ତୁ । ‘ଓଁ ଗଂ ଗଣପତୟେ ନମଃ’ ଏହି ମନ୍ତ୍ରକୁ ୧୦୮ ଥର ଭକ୍ତି ଭାବନାର ସହିତ ଜପ କରନ୍ତୁ ।

ସୁଖ ଓ ସୌଭାଗ୍ୟ ବୃଦ୍ଧି ନିମନ୍ତେ ଗଜାନନଙ୍କ ପୂଜା ବିଧି:

‘ଓଁ ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭ, ନିର୍ବିଘ୍ନଂ କୁରୁମେଦେବ ସର୍ବ କାର୍ଯ୍ୟେଶୁ ସର୍ବଦା’ ଏହି ମନ୍ତ୍ରକୁ ସକାଳ କିମ୍ବା ସନ୍ଧ୍ୟା ସମୟରେ ଶୁଦ୍ଧପୂତଭାବେ ୧୦୮ ଥର ଜପ କରିବା ଉଚିତ । ନିଜ ଘରର ପୂଜା ଆସ୍ଥାନରେ ମା ଲକ୍ଷ୍ମୀଙ୍କ ଫଟୋ ନିକଟରେ ଶ୍ରୀଗଣେଶଙ୍କୁ ସ୍ଥାପନା କରି ଉଭୟ ଦେବାଦେବୀଙ୍କୁ ପୁଷ୍ପ ଓ ଗୋଲାପ ଅତର ଅର୍ପଣ କରନ୍ତୁ ।

ପ୍ରଭୁ ଶ୍ରୀଗଣେଶଙ୍କୁ ଗଣେଶ ଚତୁର୍ଥୀ ଦିନଠାରୁ ଆଗାମୀ ୨୭ ଦିନ ପର୍ଯ୍ୟନ୍ତ ମନ୍ତ୍ର ସହିତ ନିଷ୍ଠାପର ଭାବେ ପୂଜା କଲେ ପରିବାରରେ ସୁଖ ଓ ସମୃଦ୍ଧି ଆସିପାରିବ । ଏହି ୨୭ ଦିନ ପର୍ଯ୍ୟନ୍ତ ସ୍ୱଳ୍ପ କଥାବାର୍ତ୍ତା କରିବା ସହିତ ମନରେ ଶ୍ରୀଗଣେଶଙ୍କୁ ଧ୍ୟାନ ରଖିବାକୁ ପଡ଼ିବ । ଏହାଦ୍ୱାରା ଆପଣଙ୍କର ସମସ୍ତ ପ୍ରକାରର ବିଘ୍ନ କାର୍ଯ୍ୟର ସମାପ୍ତ ଘଟିବ । ଦୁଃଖ ଦୁର୍ଦ୍ଦଶା ସମେତ ଭୟ ମଧ୍ୟ ଦୂର ହୋଇଯିବ ।

ଶ୍ରୀଗଣେଶଙ୍କୁ ଆରାଧନା କଲେ ମନୁଷ୍ୟର ଜ୍ଞାନ ବୃଦ୍ଧି ହେବା ସହିତ ମନ ଓ ପ୍ରାଣରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ ହୋଇଥାଏ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: