ଟଙ୍କା ନେଲେ ମାଗିବାରୁ ମହିଳାଙ୍କୁ ମାରିବାକୁ ଧମକ ଦେଲେ! ଟିଭି ଦୁନିଆର ଏହି ଜଣାଶୁଣା ଅଭିନେତା

ଟଙ୍କା ନେଲେ ମାଗିବାରୁ ମହିଳାଙ୍କୁ ମାରିବାକୁ ଧମକ ଦେଲେ! ଟିଭି ଦୁନିଆର ଏହି ଜଣାଶୁଣା ଅଭିନେତା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଅଡୁଆରେ ଟେଲି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା କରଣବୀର ବୋହରା । ତାଙ୍କ ବିରୋଧରେ ଆସିଛି ଠକେଇ ଅଭିଯୋଗ। ଜଣେ ମହିଳା କରଣବୀରଙ୍କ ନାମରେ ଆଣିଛନ୍ତି ଏହି ଠକେଇ ଅଭିଯୋଗ। ମୁମ୍ବାଇ ପୋଲିସ ଷ୍ଟେସନରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି।୪୦ ବର୍ଷୀୟା ମହିଳା ଅଭିନେତାଙ୍କ ସମେତ ୬ଜଣଙ୍କ ନାଁରେ ଠକେଇ ଅଭିଯୋଗ ଆଣିଛନ୍ତି।

ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ମହିଳା ଜଣକ ମନୋଜ ବୋହରା ବା କରଣବୀର ବୋହରା ତାଙ୍କ ଠାରୁ ୧.୯୯ କୋଟି ଟଙ୍କା ଋଣ ନେଇଛନ୍ତି। ୨.୫ ପ୍ରତିଶତ ସୁଧ ସହିତ ସେ ଟଙ୍କା ଫେରସ୍ତ କରିବେ ବୋଲି ଅଭିନେତା ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ତାଙ୍କୁ ମାତ୍ର ୧ କୋଟି ଟଙ୍କା ଫେରସ୍ତ କରାଯାଇଥିଲା।ଏହାକୁ ନେଇ ମହିଳା ଜଣକ ଆହୁରି ଅଭିଯୋଗ କରିଛନ୍ତି କି ଯେତେବେଳେ ସେ ତାଙ୍କ ଟଙ୍କା ଫେରସ୍ତ ପାଇଁ କହିଥିଲେ ସେତେବେଳେ ତାଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ତେବେ ପୋଲିସ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି କରଣଭୀର ବୋହରା ଏବଂ ଅନ୍ୟମାନଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି।ନାଗିନ, ବିଗବସ୍ ଭଳି ଅନେକ ଲୋକପ୍ରିୟ ଧାରାବାହିକରେ ତାଙ୍କୁ ଦେଖିବାକୁ ମିଳିଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: