କାର ଦୁର୍ଘଟଣାରେ ଟାଟା ଆଣ୍ଡ ସନ୍ ପୂର୍ବତନ ଚେୟାରମ୍ୟାନ୍ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ

କାର ଦୁର୍ଘଟଣାରେ ଟାଟା ଆଣ୍ଡ ସନ୍ ପୂର୍ବତନ ଚେୟାରମ୍ୟାନ୍ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମୁମ୍ବାଇ ନିକଟରେ ଏକ କାର ଦୁର୍ଘଟଣାରେ ଶିଳ୍ପପତି ତଥା ପୂର୍ବତନ ଟାଟା ଆଣ୍ଡ ସନ୍ ଚେୟାରମ୍ୟାନ୍ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ପାଲଘର ପୋଲିସ ଅଧିକାରୀ ଏହି ଦୁର୍ଘଟଣାରେ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା କଥା ନିଶ୍ଚିତ କରିଛନ୍ତି।

ରିପୋର୍ଟରେ କୁହାଯାଇଛି ଯେ, ତାଙ୍କ କାର ରାସ୍ତାରେ ଥିବା ଡିଭାଇଡରକୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଯେଉଁଥିରେ ଶିଳ୍ପପତି ସାଇରସ୍ ମିସ୍ତ୍ରୀ ଗୁରୁତର ଆହତ ହୋଇଥିଲେ । ଗୁଜୁରାଟର ଅହମ୍ମଦାବାଦରୁ ଫେରୁଥିବା ବେଳେ ମୁମ୍ବାଇ ନିକଟ ପାଲଘରରେ ଏହି ଦୁର୍ଘଟଣା ଘଟିଥିଲା।

ସାଇରସ୍ ମିସ୍ତ୍ରୀ ଅହମ୍ମଦାବାଦରୁ ମୁମ୍ବାଇ ଫେରୁଥିବାବେଳେ ତାଙ୍କ କାର ଡିଭାଇଡରକୁ ଧକ୍କା ଦେଇଥିଲା। କାରରେ ଡ଼୍ରାଇଭରଙ୍କୁ ମିଶାଇ ଚାରି ଜଣ ଲୋକ ଥିଲେ। ସମସ୍ତେ ଆହତ ହୋଇଥିବା ବେଳେ ସେମାନଙ୍କୁ କାସାସ୍ଥିତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: