ଏକ୍ସପାଏରୀ ଡେଟ୍ ସରିଥିଲେ ବ୍ୟବହାର କରି ପାରିବେ ଏସବୁ ଜିନିଷ

ଏକ୍ସପାଏରୀ ଡେଟ୍ ସରିଥିଲେ ବ୍ୟବହାର କରି ପାରିବେ ଏସବୁ ଜିନିଷ

ପ୍ରିଜମ ନ୍ୟୁଜ ବ୍ୟୁରୋ:ସାଧାରଣତଃ ବଜାରରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀ ଗୋଟିଏ ବ୍ୟବହାର ଉପଯୋଗୀ ଶେଷ ତାରିଖ ବା ଏକ୍ସପାଏରି ଡେଟ୍ ରହିଥାଏ। କାରଣ ଏକ୍ସପାଏରୀ ଡେଟ୍ ସରିଥିବା ଖାଦ୍ୟ ସେବନ କରିବା ଦ୍ବାରା ଅନେକ ପ୍ରକାର ଶାରୀରିକ ସମସ୍ୟା ଦେଖାଦେଇଥାଏ। ଅନେକ ସମୟରେ ଏକ୍ସପାଏରୀ ଡେଟ୍ ସରିଥିବା ଖାଦ୍ୟ ଜୀବନ ନେଇପାରେ। ବଜାରରେ ମିଳୁଥିବା ପାଣିରେ ମଧ୍ୟ ଏକ୍ସପାଏରୀ ଡେଟ୍ ରହିଥାଏ। କିନ୍ତୁ ଏପରି ଅନେକ ଖାଦ୍ୟ ପଦାର୍ଥ ରହିଛି ଯାହାକୁ ଆପଣ ଏକ୍ସପାଏରୀ ଡେଟ୍ ସରିବା ପରେ ମଧ୍ୟ ବ୍ୟବହାର କରି ପାରିବେ। ଯଦି ଏହି ଖାଦ୍ୟ ପଦାର୍ଥ ଗୁଡିକୁ ଆପଣ ଭଲଭାବେ ଷ୍ଟୋର୍ କରି ରଖନ୍ତି। ତେବେ ଆପଣ ଏହାକୁ ବହୁ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ। ତେବେ ଚାଲନ୍ତୁ ଜାଣିବା ସେ ସବୁ ଜିନିଷ ଗୁଡ଼ିକ କଣ କଣ।

ମହୁ- ମହୁରେ ଅମ୍ଳୀୟ ପିଏଚ୍ କମ୍ ଥାଏ। ଯାହା ବ୍ୟାକ୍ଟେରିଆ ସୃଷ୍ଟିକୁ ରୋକିଥାଏ। ଆପଣ କେବଳ ମହୁକୁ ଏକ ଏୟାର୍ ଟାଇଟ୍ କାଚ ଜାରରେ ଷ୍ଟୋର୍ କରି ରଖନ୍ତୁ। ଏହା ବର୍ଷ ବର୍ଷ ଧରି ଆପଣଙ୍କ ବ୍ୟବହାରରେ ଲାଗି ପାରିବ। ଏହା ସେବନ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ। କିନ୍ତୁ ମହୁ ରଖିବା ପୂର୍ବରୁ ଯାଞ୍ଚ କରି ରଖନ୍ତୁ ଅନେକ ସମୟରେ ବଜାରରେ ମହୁରେ ଚିନି ଶିରା ବା ଅନ୍ୟାନ୍ୟ ଜିନିଷ ମିଶିଥାଏ, ଯାହାକୁ ମହୁକୁ ଖରାପ କରିଥାଏ ଓ ଏଗୁଡ଼ିକ ଏକ୍ସପାଏରୀ ଡେଟ୍ ସରିବା ପରେ ବ୍ୟବହାର କରିବା କ୍ଷତିକାରକ ହୋଇଥାଏ।

ଭିନେଗାର- ଭିନେଗାରରେ ସ୍ବ-ସଂରକ୍ଷଣ ବା ସେଲ୍ଫ -ପ୍ରିଜର୍ଭିଙ୍ଗ୍ ଏଜେଣ୍ଟ ରହିଛି। ଯାହା ଆଚାର ଭଳି ଅନ୍ୟ ଖାଦ୍ୟ ପଦାର୍ଥକୁ ସଂରକ୍ଷିତ କରି ରଖିବାରେ ବ୍ୟବହାର ହୋଇଥାଏ। ଆପଣ ନିଜ ରୋଷେଇ ଘର କ୍ୟାବିନେଟରରେ ଭିନେଗାରକୁ ସଞ୍ଚୟ କରି ରଖିପାରିବେ। ଏମିତିକି ଏହା ଗରମ ପରିବେଶରେ ବି ନଷ୍ଟ ହୁଏ ନାହିଁ।

ଲୁଣ- ସାଧାରଣତଃ ଲୁଣ ହେଉ ଅବା ସନ୍ଧବ ଲୁଣ ହେଉ, ସବୁ ପ୍ରକାରର ଲୁଣକୁ ସଂଗୃହୀତ କରି ରଖିଲେ। ଏହା ଲମ୍ବା ସମୟ ଯାଏଁ ଖରାପ ହୁଏ ନାହିଁ। ଲୁଣକୁ ସଂଞ୍ଚୟ କରି ରଖିବାପାଇଁ ଏକ ଏୟାର୍ ଟାଇଟ୍ କଣ୍ଟେଇନର୍ ବା ଜାର ବ୍ୟବହାର କରନ୍ତୁ। ତେବେ ଲୁଣ ଅଧିକ ଦିନ ରହିଲେ ପାଣି ହୋଇଯିବାର ଆଶଙ୍କା ରହିଛି। ଲୁଣ ଶୁଖିଲା ଜାଗାରେ ରହିଲେ ବର୍ଷ ବର୍ଷ ରହିଥାଏ।ପାସ୍ତା- ପାସ୍ତା ଆଦ୍ରତା ଦ୍ବାର ପ୍ରଭାବିତ ହେବାଯାଏଁ ଖରାପ ହୁଏ ନାହିଁ। ପାସ୍ତାକୁ ଏକ ଏୟାର ଟାଇଟ୍ କଣ୍ଟେନରରେ ରଖନ୍ତୁ। ଏହା ଏକ୍ସପାଏରୀ ଡେଟ୍ ପରେ ମଧ୍ୟ ପ୍ରାୟ ୧-୨ ବର୍ଷ ପର୍ଯ୍ୟନ୍ତ ବ୍ୟବହାର ଯୋଗ୍ୟ ହୋଇ ରହିଥାଏ। ପାସ୍ତାକୁ ପୋକ ହେବାରୁ ରକ୍ଷା କରିବା ପାଇଁ ଶୁଖିଲା ଲଙ୍କାର ବ୍ୟବହାର କରିପାରିବେ। ଯଦି ଥୋଲି ହୋଇଛି ତେବେ ତାହାକୁ ବ୍ୟବହାର କରନ୍ତୁ ନାହିଁ।

ଚିନି- ସାଧାରଣତଃ ରିଫାଇଣ୍ଡ୍ ଚିନିର ପ୍ୟାକେଟ୍ ଉପରେ ଏହାର ବ୍ୟବହାର ସମୟ ୨ ବର୍ଷ ଲେଖା ହେଇଥାଏ। କିନ୍ତୁ ଯଦି ଚିନିକୁ ସଠିକ୍ ରୂପେ ସଂଗୃହିତ କରି ରଖାଯାଏ, ତେବେ ଏହାକୁ ମଧ୍ୟ ବହୁଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ। ଏହାକୁ ସଂରକ୍ଷିତ କରି ରଖିବା ପାଇଁ ଏକ ଶୁଖିଲା ଏବଂ ସଫା ଜାରର ବ୍ୟବହାର କରନ୍ତୁ। ଏବଂ ଏହାକୁ ବାହାର କରିବା ପାଇଁ ସର୍ବଦା ଶୁଖିଲା ଚାମଚର ବ୍ୟବହାର କରନ୍ତୁ। ତେବେ ଧ୍ୟାନ ରଖିବେ ଯଦି ଆପଣଙ୍କ ସଞ୍ଚିତ ଚିନି କ୍ରିଷ୍ଟଲାଇଜ୍ ହୁଏ ଓ ଏଥିରୁ ଆଦ୍ର ଗନ୍ଧ ଆସିବାରେ ଲାଗେ, ତେବେ ଜାଣିବେ ଯେ ଏହାକୁ ଫୋପାଡିବାର ସମୟ ଆସିଛି।

ଗୁଡ:- ସେହିପରି ଭଲ ଗୁଡ଼ ମଧ୍ୟ ଅଧିକ ଦିନ ରହିଥାଏ। ଗୁଡ ଏକ୍ସପାଏରୀ ଡେଟ୍ ସରିବା ପରେ ମଧ୍ୟ ଅନେକ କାମରେ ଲାଗିଥାଏ। ଏଥିରେ ଅନେକ ଔଷଧ ପ୍ରସ୍ତୁତ ହୋଇପାରେ। ସେହିପରି ଘିଅ, ରାଶି, ପେଶୁ, କଫି, ତେନ୍ତୁଳି, ଶୁଖିଲା ଲଙ୍କାର ଏକ୍ସପାଏରୀ ଡେଟ୍ ସରିବା ପରେ ମଧ୍ୟ ଅଧିକ ଦିନ ବ୍ୟବହାର କରି ପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: