ଫୁଡିଜ ଭିଲ୍ଲା ସ୍ୱତନ୍ତ୍ର- ଟେଷ୍ଟି ଟେଷ୍ଟି ଚିକେନ୍ କୋରମା

ଫୁଡିଜ ଭିଲ୍ଲା ସ୍ୱତନ୍ତ୍ର- ଟେଷ୍ଟି ଟେଷ୍ଟି ଚିକେନ୍ କୋରମା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଅନେକ ଲୋକ ଚିକେନ୍ ର ବିଭିନ୍ନ ଆଇଟମ ପସନ୍ଦ କରନ୍ତି ତେବେ ତାହା ଭିତରୁ ଚିକେନ କୋରମା ସେମାନଙ୍କର ଅଧିକ ପ୍ରିୟ ହୋଇଥାଏ। ଆମିଷ ପ୍ରିୟ ଲୋକ ଯେ କେହିବି ଏହି ଖାଦ୍ୟକୁ ପସନ୍ଦ କରିବ, କାରଣ ତାର ସ୍ବାଦ ଆଉ ରୂପ ସେଭଳି ହୋଇଥାଏ। ତେବେ ଯଦି ସବୁବେଳେ ହୋଟେଲରେ ଚିକେନ୍ କୋରମା ଖାଇବା ସମ୍ଭବ ନୁହେଁ ତେବେ ଘରେ ବାନନ୍ତୁ ସ୍ଵାଦିଷ୍ଟ ଚିକେନ କୋରମା। ଆମେ ଆପଣଙ୍କୁ ସେହି ରେସିପି ବିଷୟରେ ଜଣାଉଛୁ। ଚିକେନକୁ ହଳଦୀ, ପିଆଜ, କେଶର ଏବଂ ପୁରା ମସଲା ଦେଇ ପ୍ରସ୍ତୁତ କରାଯାଇଥାଏ। ଆପଣ ଏହାକୁ ରୁଟି, ନାନ୍ କିମ୍ବା ରୁମାଲ ରୁଟି ସହିତ ଖାଇ ପାରିବେ। ତେବେ ଏହାର ସହଜ ରେସିପି ବିଷୟରେ ଜାଣନ୍ତୁ।
ଚିକେନ୍ କୋରମା ପାଇଁ ଆବଶ୍ୟକ ସାମଗ୍ରୀ:-
୧/୨ କିଲୋ ଚିକେନ୍
୧ କପ୍ ତେଲ
୨-୩ ଗ୍ରାମ ଘିଅ
୮-୧୦ ଗୁଜୁରାତି
୬-୭ ଲବଙ୍ଗ
୨ ଚାମଚ ରସୁଣ ବଟା
୨ ଚାମଚ ଧନିଆ ପାଉଡର
୧ ଚାମଚ ଲଙ୍କା ଗୁଣ୍ଡ
ସ୍ୱାଦ ଅନୁସାରେ ଲୁଣ
୧ ଚାମଚ ଅଦା ବଟା
୧ କପ୍ ଦହି
୨ କଟା ପିଆଜ (ଭଜା, ଦହି ସହିତ ବଟା ହୋଇଥିବ)
୧ ଚାମଚ ଗରମ ମସଲା
କେଶର (୩ ଚାମଚ ପାଣି ସହିତ ମିଶ୍ରିତ)
ସଜାଇବା ପାଇଁ କଟା ହୋଇଥିବା ଧନିଆ ପତ୍ର

ଚିକେନ୍ କୋରମା କିପରି ତିଆରି କରିବେ:-
ଚିକେନ୍ କୋରମା ତିଆରି କରିବା ପାଇଁ ଏକ କଡାଇରେ ଘିଅ ଗରମ କରନ୍ତୁ। ଏବେ ଗୁଜୁରାତି, ଲବଙ୍ଗ, ରସୁଣ ପକାଇ ଭଲ ଭାବେ ଭାଜନ୍ତୁ। ଏହା ପରେ ଏଥିରେ ଚିକେନ୍ ମିଶାନ୍ତୁ ଏବଂ ଏହାକୁ ୨ ରୁ ୩ ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ। ଏହାକୁ କ୍ରମାଗତ ଭାବରେ ଘାଣ୍ଟନ୍ତୁ, ବ୍ରାଉନ ରଙ୍ଗ ହେବା ପରେ ଏଥିରେ ଧନିଆ ଏବଂ ନାଲି ଲଙ୍କା ଗୁଣ୍ଡ ମିଶାନ୍ତୁ। ତା’ପରେ ସ୍ୱାଦ ଅନୁଯାୟୀ ଲୁଣ ମିଶାନ୍ତୁ। ବର୍ତ୍ତମାନ ଏଥିରେ ଅଦା ପେଷ୍ଟ, ହଳଦୀ ଏବଂ ଭଜା ପିଆଜ- ଦହି ମିଶ୍ରଣ ମିଶାନ୍ତୁ। ଏହାକୁ ଘାଣ୍ଟି ଏକ ମିନିଟ୍ ପାଇଁ ସେମିତି ଛାଡ଼ି ଦିଅନ୍ତୁ। ଏହା ପରେ ଗରମ ମସାଲା ଏବଂ କେଶର ମିଶାନ୍ତୁ। ଯଦି ଆପଣଙ୍କୁ ଗ୍ରେଭି ଗାଢ଼ ଦିଶୁଛି ତେବେ ଏହାକୁ ଘୋଡାଇବା ପୂର୍ବରୁ କିଛି ପାଣି ଦିଅନ୍ତୁ। ମସଲା ଚିକେନ୍ ସହିତ ଭଲ ଭାବରେ ମିଶି ପାରିବ। ଏହାକୁ ୧୦ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ କମ୍ ନିଆଁରେ ରାନ୍ଧନ୍ତୁ। ମଝିରେ ମଝିରେ ଘାଣ୍ଟୁଥିବେ। ଏବେ ଆପଣଙ୍କ ଚିକେନ୍ କୋରମା ପ୍ରସ୍ତୁତ। ବର୍ତ୍ତମାନ ଏହାକୁ ଧନିଆ ପତ୍ର ଦେଇ ସଜେଇବା ସହ ନିଜେ ଖାଆନ୍ତୁ, ଏବଂ ପରିବାର ଲୋକ ଆଉ ଘରକୁ ଆସିଥିବା କୁଣିଆଙ୍କୁ ଖୁଆନ୍ତୁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: