ଆସିଲା ଭୟଙ୍କର ତଥ୍ୟ, ୨୭ ବର୍ଷ ପରେ ବିଶ୍ବରୁ ସରିଯିବ ସମସ୍ତ ଖାଦ୍ୟ

ଆସିଲା ଭୟଙ୍କର ତଥ୍ୟ, ୨୭ ବର୍ଷ ପରେ ବିଶ୍ବରୁ ସରିଯିବ ସମସ୍ତ ଖାଦ୍ୟ

ପ୍ରିଜମ ନ୍ୟୁଜ ବ୍ୟୁରୋ: ମଣିଷ ଏବେ ଏତେ ପରିମାଣର ଖାଦ୍ୟ ଶସ୍ୟ ନଷ୍ଟ କରୁଛି ଯେ ଖାଦ୍ୟ ଶସ୍ୟ ବିନା ତାର ଜୀବନ କ’ଣ ହେବ ତାହା ମଧ୍ୟ ସେ ବୁଝି ପାରୁ ନାହିଁ। ଠିକ୍ ଭାବରେ ଖାଇବା ପାଇଁ ଗରିବ ଲୋକ ଦୁଇଓଳି ରୁଟି ଦୁଇଖଣ୍ଡ ମଧ୍ୟ ପାଉ ନାହିଁ, ତଥାପି ମଣିଷମାନେ ଖାଦ୍ୟ ନଷ୍ଟରୁ ବିରତ ରହୁ ନାହାନ୍ତି। କିନ୍ତୁ ଏବେ ଏମିତି କିଛି ତଥ୍ୟ ପ୍ରକାଶ ପାଇଛି ଯାହାକୁ ଜାଣିବା ପରେ ଯଦି ମଣିଷମାନେ ସତର୍କ ନହୁଏ , ତେବେ ତାକୁ ଭୟଙ୍କର ପରିସ୍ଥିତିର ସାମ୍ନା କରିବାକୁ ହେବ। ଵୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଆସନ୍ତା ୨୭ ବର୍ଷ ମଧ୍ୟରେ ବିଶ୍ଵର ସମସ୍ତ ଖାଦ୍ୟ ଶସ୍ୟ ଶେଷ ହୋଇଯିବ।ଅନ୍ତର୍ଜାତୀୟ ରିପୋର୍ଟ ଅନୁଯାୟୀ, ଏପ୍ରିଲ ୨୪ ରୁ ବୈଜ୍ଞାନିକମାନେ ମୃତ୍ୟୁର ଦିନ ଗଣିବା ଆରମ୍ଭ କରିଛନ୍ତି। ତାହା ହେଉଛି, ଯେଉଁ ଦିନ ସମସ୍ତ ଖାଦ୍ୟଶସ୍ୟ ଏହି ଦୁନିଆରୁ ଶେଷ ହୋଇଯିବ। ଵୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଆଜିଠାରୁ ପୃଥିବୀ ବାସିନ୍ଦାଙ୍କ ପାଖରେ ମାତ୍ର ୨୭ ବର୍ଷ, ୨୫୧ ଦିନ ବାକି ଅଛି। ସମାଜବିଜ୍ଞାନୀ ଏଡୱାର୍ଡ ୱିଲସନ କହିଛନ୍ତି ଯେ ଯଦି ଆମେ ବର୍ତ୍ତମାନର ପୃଥିବୀର ଲୋକଙ୍କ ଖାଦ୍ୟ ଚାହିଦା ପୂରଣ କରିବାକୁ ଚାହୁଁ ତେବେ ଆମକୁ ଦୁଇଟି ପୃଥିବୀ ଦରକାର ହେବ।ଏଡୱାର୍ଡ କହିଛନ୍ତି ଯେ ପୃଥିବୀରେ ମଣିଷମାନଙ୍କ ପାଇଁ ଖାଦ୍ୟ ସାମଗ୍ରୀ ଉତ୍ପାଦନର ଏକ ସୀମା ଅଛି। ଯଦି ପୃଥିବୀର ପ୍ରତ୍ୟେକ ମଣିଷ ଶାକାହାରୀ ହୁଅନ୍ତି, ତେବେ ପୃଥିବୀର କୃଷକ ଏବଂ ସେମାନଙ୍କର ଚାଷ ମଣିଷର ଆବଶ୍ୟକତାକୁ ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଉତ୍ପାଦନ କରିବାକୁ ସକ୍ଷମ ହେବେ ନାହିଁ। ସେ କହିଛନ୍ତି ଯେ ଆଗାମୀ ଦିନରେ ବିଶ୍ଵର ଜନସଂଖ୍ୟା ଏତେ ବୃଦ୍ଧି ପାଇବ ଯେ ପୃଥିବୀରେ ମନୁଷ୍ୟର ଖାଦ୍ୟ ଚାହିଦା ପୂରଣ ହୋଇପାରିବ ନାହିଁ। ଆଗାମୀ ୨୭ ବର୍ଷରେ, ବିଶ୍ଵର ଜନସଂଖ୍ୟା ୧୦ ବିଲିୟନ ଅର୍ଥାତ୍ ୧୦୦୦ କୋଟିରେ ପହଞ୍ଚିବ। ଯଦି ଆମେ ଖାଦ୍ୟ ଚାହିଦା ବିଷୟରେ କହିବା, ତେବେ ୨୦୧୭ ବର୍ଷ ତୁଳନାରେ ଏହା ୭୯ ପ୍ରତିଶତ ବୃଦ୍ଧି ପାଇବ।

ପୃଥିବୀକୁ କେତେ ଲୋକଙ୍କ ପାଇଁ ଖାଦ୍ୟ ଉତ୍ପାଦନ କରିବାକୁ ପଡିବ?

ବଢ଼ୁଥିବା ଜନସଂଖ୍ୟା ଏବଂ ଖାଦ୍ୟ ଉତ୍ପାଦନକୁ ହିସାବ କରିବା ପରେ ବିଶେଷଜ୍ଞମାନେ ସିଦ୍ଧାନ୍ତ ନେଇଛନ୍ତି ଯେ ଆସନ୍ତା ୪୦ ବର୍ଷ ମଧ୍ୟରେ ମଣିଷକୁ ଯେତିକି ଖାଦ୍ୟ ଉତ୍ପାଦନ କରିବାକୁ ପଡିବ, ଗତ ୮ ହଜାର ବର୍ଷ ମଧ୍ୟରେ ମଣିଷ ସେତିକି ଉତ୍ପାଦନ କରି ନାହିଁ। ଵୈଜ୍ଞାନିକମାନେ ଦାବି କରିଛନ୍ତି ଯେ ପୃଥିବୀ ଆଗାମୀ ଦିନରେ ୧୦୦୦ କୋଟି ଲୋକଙ୍କୁ ଖାଇବାକୁ ଦେବ, କିନ୍ତୁ ଏହା ପରେ ପୃଥିବୀ ଉପରେ ମଧ୍ୟ ଚାପ ପଡ଼ିବ। ବୈଜ୍ଞାନିକମାନେ କହିଛନ୍ତି ଯେ, ଲୋକମାନେ ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ଖାଉଛନ୍ତି ଏବଂ ଏହାକୁ ନଷ୍ଟ କରୁଛନ୍ତି। ଏଭଳି ପରିସ୍ଥିତିରେ ପୃଥିବୀରେ ଖାଦ୍ୟ ଉତ୍ପାଦନ ପାଇଁ ଚାପ ମଧ୍ୟ ବଢିବ। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ପୃଥିବୀର ସମସ୍ତ ଲୋକ ଶାକାହାରୀ ହୁଅନ୍ତି ତେବେ ଅଧିକ ଜନସଂଖ୍ୟାକୁ ଖାଇବାକୁ ଦିଆଯାଇପାରିବ। ଉଦାହରଣ ସ୍ୱରୂପ, ମକା ଅପେକ୍ଷା ମାଂସ ଉତ୍ପାଦନ ପାଇଁ ୭୫ ଗୁଣ ଅଧିକ ଶକ୍ତି ବ୍ୟବହୃତ ହୁଏ। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ୨୦୫୦ ସୁଦ୍ଧା ବିଶ୍ଵର ସମସ୍ତ ଦେଶରେ ଖାଦ୍ୟର ଅଭାବ ଦେଖାଯିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: