ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ପରଲୋକରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କ ପତ୍ନୀ ତଥା ରାଜ୍ୟର ‘ପ୍ରଥମ ମହିଳା’ ସୁଶୀଳା ଦେବୀ ।
ରାଜ୍ୟର ‘ପ୍ରଥମ ମହିଳା’ ଶ୍ରୀମତୀ ସୁଶୀଳା ଦେବୀଙ୍କ ମୃତ୍ୟୁ ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଜଣେ ଆମାୟିକ ଏବଂ ଧର୍ମପ୍ରାଣ ବ୍ୟକ୍ତିବିଶେଷ ଭାବେ ବର୍ଣ୍ଣନା କରିବା ସହ ପ୍ରଫେସର୍ ଗଣେଶୀ ଲାଲ୍ ଏବଂ ତାଙ୍କ ପରିବାରର ଅନ୍ୟ ଶୋକଭିଭୂତ ସଦସ୍ୟମାନଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।
ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।
My Deepest condolences on the untimely demise of First Lady of Odisha Smt. Susheela Devi Ji (wife of Honourable @GovernorOdisha Shri Ganeshi Lal ji) . Pray to Mahaprabhu Shri Jagannath to bless the departed soul. My SandArt at puri beach in Odisha . pic.twitter.com/XBBw2lKby6
— Sudarsan Pattnaik (@sudarsansand) November 23, 2020