ଆଶ୍ଚର୍ଯ୍ୟ! ଶରୀରରେ ନିଆଁ ଲଗାଇ କରାଯାଉଛି ମାରାତ୍ମକ ରୋଗର ଚିକିତ୍ସା

ଆଶ୍ଚର୍ଯ୍ୟ! ଶରୀରରେ ନିଆଁ ଲଗାଇ କରାଯାଉଛି ମାରାତ୍ମକ ରୋଗର ଚିକିତ୍ସା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୌଣସି ରୋଗର ଚିକିତ୍ସା ପାଇଁ ଡାକ୍ତରୀ ଔଷଧ କିମ୍ବା ଜଡ଼ିବୁଟିର ବ୍ୟବହାର କଥା ଜାଣିଥିବେ। କିନ୍ତୁ ଆପଣ କେବେ ଶରୀରରେ ନିଆଁ ଲଗାଯାଇ ଚିକିତ୍ସା କରାଯିବା କଥା ଶୁଣିଛନ୍ତି କି? ହେଲେ ଚାଇନାରେ ଏହିଭଳି ଚିକିତ୍ସା ପ୍ରାୟ ୧୦୦ ବର୍ଷରୁ ଅଧିକ ସମୟ ଧରି ଚାଲି ଆସୁଛି। ଚାଇନାରେ ଏହି ଫାୟାର ଥେରାପି ଅନେକ ମାରାତ୍ମକ ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଏ। ୱାଙ୍ଗ ଫେଙ୍ଗାଓ ଏହି ଥେରାପି ପାଇଁ ଚାଇନାରେ ବେଶ ଚର୍ଚ୍ଚିତ ଅଟନ୍ତି। ଚାଇନାରେ ଫାୟାର ଥେରାପିକୁ ଏକ ସ୍ବତନ୍ତ୍ର ଚିକିତ୍ସା ପଦ୍ଧତି ବୋଲି ବିଶ୍ୱାସ କରାଯାଏ। ଏହାଦ୍ବାରା ମାନସିକ ଚାପ, ଅବସାଦ, ବଦହଜମି, କ୍ୟାନସର ଆଦି ରୋଗ ଭଲ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଏକ ୱେବସାଇଟ୍ ଅନୁଯାୟୀ, ରୋଗୀର ପିଠିରେ ଜଡ଼ିବୁଟି ପେଷ୍ଟ ଲଗାଯାଏ ଏବଂ ପରେ ଏହାକୁ ଟାୱେଲରେ ଘୋଡାଇ ଦିଆଯାଏ। ଏହାପରେ ପାଣି ଏବଂ ମଦ ତା ଉପରେ ସ୍ପ୍ରେ କରାଯାଇ ଶରୀରରେ ନିଆଁ ଲାଗିଯାଏ। ଏନେଇ, ୱାଙ୍ଗ ଫେଙ୍ଗାଓ କହିଛନ୍ତି ଯେ ଅନେକ ଥର ଲୋକମାନେ ଆଘାତ ପାଇଛନ୍ତି, ବେଳେବେଳେ ରୋଗୀର ମୁହଁ ଏବଂ ଶରୀରର ଅନ୍ୟ ଅଙ୍ଗ ମଧ୍ୟ ଜଳି ଯାଇଛି, କିନ୍ତୁ ଉପଯୁକ୍ତ ପଦ୍ଧତି ଅଭାବରୁ ଏହା ଘଟିଥାଏ। କିନ୍ତୁ ମୁଁ ହଜାର ହଜାର ଲୋକଙ୍କୁ ଫାୟାର ଥେରାପି ଚିକିତ୍ସା କରିବା ସହ ଶିକ୍ଷା ଦେଇଛି, କିନ୍ତୁ କୌଣସି ଦୁର୍ଘଟଣା ହୋଇନାହିଁ।
ୱାଙ୍ଗ ଫେଙ୍ଗାଓ କହିଛନ୍ତି ଯେ ମାନବ ଇତିହାସରେ ଫାୟାର ଥେରାପି ହେଉଛି ଚତୁର୍ଥ ପ୍ରମୁଖ ବିପ୍ଳବ। ଏହା ଉଭୟ ଚାଇନିଜ୍ ଏବଂ ପାଶ୍ଚାତ୍ୟ ଚିକିତ୍ସା ବ୍ୟବସ୍ଥାକୁ ପଛରେ ପକାଇ ଦିଏ। ଯେହେତୁ ଗୁରୁତର ରୋଗର ଚିକିତ୍ସାରେ ବିପୁଳ ପରିମାଣର ଖର୍ଚ୍ଚ କରିବା ସମସ୍ତଙ୍କ ପକ୍ଷରେ ସମ୍ଭଵ ହୋଇନଥାଏ, ଏଭଳି ପରିସ୍ଥିତିରେ ଫାୟାର ଥେରାପି ପ୍ରଭାବଶାଳୀ ଏବଂ ସେମାନଙ୍କ ପାଇଁ ଶସ୍ତା ଚିକିତ୍ସା ହୋଇଥାଏ। ତେବେ ଏହି ଫାୟାର ଥେରାପି ଚିକିତ୍ସାକୁ ଚୀନର ବହୁ ଶକ୍ତିଶାଳୀ ଓ ଧନୀଲୋକ ମଧ୍ୟ ଆପଣାଇ ଥାଆନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: