ଗିରଫ ହେଲେ ଏହି ଫିଲ୍ମମେକର

ଗିରଫ ହେଲେ ଏହି ଫିଲ୍ମମେକର

ପ୍ରିଜମ ନ୍ୟୁଜ ବ୍ୟୁରୋ: ଗିରଫ ହେଲେ ମହାରାଷ୍ଟ୍ର ପୋଲିସ ଫିଲ୍ମମେକର ଓ ଅଭିନେତା ମହେଶ ମଞ୍ଜରେକର। ତାଙ୍କ ବିରୋଧରେ ଆଇପିସି ଧାରା ୨୯୨, ୩୪, ପୋକ୍ସ ଧାରା ୧୪, ଆଇଟି ଧାରା ୬୭, ୬୭ ଅନୁସାରେ କେସ ରୁଜୁ କରାଯାଇଛି । ମରାଠୀ ଫିଲ୍ମ ‘ନାୟ ଭାରନ ଭାତ ଲୋଂଚା କୋନ ନାୟ କୋଂଚା’ରେ ନାବାଳକଙ୍କ ସହ ଆପତ୍ତିଜନକ ଦୃଶ୍ୟ ଶୁଟିଂ କରିବା ଏବଂ ମହିଳାଙ୍କ ମାନହାନି ପରି ଚରିତ୍ର ପ୍ରଦର୍ଶନ କରିଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ବ୍ୟକ୍ତ କରା ଯାଇଥିଲା । କ୍ଷେତ୍ରୀୟ ମରାଠା ସେବା ସଂସ୍ଥା ଏ ନେଇ ଅଭିଯୋଗ ଦାଖଲ କରିଥିଲା। ଏହାକୁ ନେଇ ମାଜିଷ୍ଟ୍ରେଟ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ମଞ୍ଜରେକର ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: