ଭାରତକୁ ବ୍ୟାନ କଲା FIFA, ଆୟୋଜନ କରିପାରିବ ନାହିଁ ମହିଳା ବିଶ୍ଵକପ

ଭାରତକୁ ବ୍ୟାନ କଲା FIFA, ଆୟୋଜନ କରିପାରିବ ନାହିଁ ମହିଳା ବିଶ୍ଵକପ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଇଣ୍ଡିଆ ଫୁଟବଲ ଫେଡେରେଶନକୁ ବ୍ୟାନ କଲା FIFA। ଭାରତ କରିପାରିବନି ୧୭ ବର୍ଷରୁ କମ ମହିଳା ବିଶ୍ଵକପ ଫୁଟବଲ୍ ର ଆୟୋଜନ। ବିଶ୍ଵ ଫୁଟବଲ୍ ଅନୁଷ୍ଠାନ FIFA ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (AIFF)କୁ ଆଜି ତତ୍କାଳ ପ୍ରଭାବରେ ବ୍ୟାନ କରିଛି । ଫିଫା ଥାର୍ଡ ପାର୍ଟିର ଅନୁଚିତ ପ୍ରଭାବର ଆଳ ଦେଖାଇ ଭାରତ ଫୁଟବଲ ଫେଡେରେଶନକୁ ନିଲମ୍ବିତ କରିଛି । କେବଳ ସେତିକି ନୁହେଁ ଆସନ୍ତା ଅକ୍ଟୋବରରେ ଭାରତରେ ଆୟୋଜିତ ହେବାକୁ ଥିବା ୧୭ ବର୍ଷରୁ କମ ଫିଫା ମହିଳା ବିଶ୍ୱକପ-୨୦୨୨କୁ ମଧ୍ୟ ଛଡ଼ାଇ ନେଇଛି ।

ଏନେଇ FIFA ପକ୍ଷରୁ କୁହାଯାଇଛି ଯେ, ଏଆଏଫ୍‌ଏଫ୍ କାର୍ଯ୍ୟକାରୀ କମିଟିର ଶକ୍ତିକୁ ଗ୍ରହଣ କରିବା ପାଇଁ ପ୍ରଶାସନ ଏକ ସମିତି ଗଠିତ କରିବା ଆଦେଶର ନିରସ୍ତ ହେବାପରେ ଏବଂ ଏଆଇଏଫଏଫ୍ ପ୍ରଶାସନ ଦ୍ୱାରା ଦୈନିକ ମାମଲା ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିବା ପରେ ନିଲମ୍ବନ ହଟାଇ ଦିଆଯିବ । ଫିଫା କହିଛି ଯେ, ନିଲମ୍ବନର ଅର୍ଥ ହେଲା ଯେ, ଭାରତରେ ୨୦୨୨ ଅକ୍ଟୋବର ୧୧-୩୦ରେ ହେବାକୁ ଥିବା FIFA ୧୭ ବର୍ଷରୁ କମ ମହିଳା ବିଶ୍ୱକପର ଆୟୋଜନ କରିପାରିବ ନାହିଁ । ଏହି ଟୁର୍ଣ୍ଣାମେଣ୍ଟସଂପର୍କିତ ଆଗାମୀ ପଦକ୍ଷେପକୁ ଆକଳନ କରାଯାଉଛି ଏବଂ ଆବଶ୍ୟକ ପଡ଼ିଲେ ଏହି ମାମଲାକୁ ବ୍ୟୁରୋକୁ ପଠାଯିବ ବୋଲି ଫିଫା ପକ୍ଷରୁ କୁହାଯାଇଛି ।

ତେବେ ଗତ ୮୫ ବର୍ଷ ଭିତରେ ଏହା ପ୍ରଥମ ଥର ହୋଇଛି ଯେ FIFA ଭାରତ ଫୁଟବଲ ଫେଡେରେଶନକୁ ନିଲମ୍ବିତ କରିଛି। ତେବେ ଏହି ନିଲମ୍ବନ ଭାରତୀୟ ଖେଳାଳୀମାନଙ୍କ ପାଇଁ ଅନ୍ତରାଷ୍ଟ୍ରୀୟ ଓ ମହାଦେଶୀୟ ସ୍ତରରେ ଖେଳିବା ନେଇ ଆଶଙ୍କା ସୃଷ୍ଟି କରିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: