ଅତି ସହଜରେ ପ୍ରସ୍ତୁତ କରନ୍ତୁ ଦୂତୀଆ ଘାଣ୍ଟ

ଅତି ସହଜରେ ପ୍ରସ୍ତୁତ କରନ୍ତୁ ଦୂତୀଆ ଘାଣ୍ଟ

ପ୍ରିଜମ ନ୍ୟୁଜ ବ୍ୟୁରୋ:ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ବା ମୂଳାଷ୍ଟମୀ ଦିନ ଦ୍ୱିତୀୟା ଓଷା ପାଳନ କରାଯିବାର ପରଦିନ ପ୍ରସ୍ତୁତ କରାଯାଏ ଘାଣ୍ଟ ତରକାରୀ। ଏହି ହିସାବରେ କାଲି ପ୍ରତ୍ୟେକ ଓଡ଼ିଆଙ୍କ ଘରେ ତିଆରି ହେବ ଦୂତୀଆ ଘାଣ୍ଟ ତରକାରୀ। ବନ୍ଧୁ ବାନ୍ଧବଙ୍କ ଘରକୁ ମଧ୍ୟ ପଠାଯିବ ଦୂତୀଆ ଘାଣ୍ଟ। ତେବେ ଲୋକମାନେ ଭିନ୍ନ ଭିନ୍ନ ପ୍ରଣାଳୀରେ ତିଆରି କରନ୍ତି ଘାଣ୍ଟ। ଆଜି ଆମେ ଆପଣଙ୍କୁ ଗୋଟିଏ ସହଜ ଓ ସ୍ଵାଦିଷ୍ଟ ପ୍ରଣାଳୀରେ ଘାଣ୍ଟ ତିଆରି ବିଷୟରେ କହିବୁ।

ଆବଶ୍ୟକ ସାମଗ୍ରୀ:

ଆଳୁ, ପୋଟଳ,ବାଇଗଣ, ସାରୁ,କଖାରୁ, ଖମ୍ବ ଆଳୁ, କଦଳୀ, କାଙ୍କଣ, ଗଜା ମୁଗ, ଗଜା ବୋଟ, ମଟର, ଅନ୍ୟାନ୍ୟ ପରିବା, ପିଆଜ ଅଦା, ରସୁଣ, ଗରମ ମସଲା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ, ତେଲ, ମସଲା ଗୁଣ୍ଡ।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ସମସ୍ତ ପରିବାକୁ ଖଣ୍ଡ ଖଣ୍ଡ କରି କାଟି ଭଲଭାବେ ଧୋଇ ରଖି ଦିଅନ୍ତୁ। ଏହାପରେ ପୂର୍ବଦିନରୁ ଭିଜେଇ ରଖିଥିବା ବୋଟ, ମଟର ଓ ଚଣାକୁ ସିଝାଇ ଦିଅନ୍ତୁ। ଏବେ ପିଆଜକୁ ସରୁ ସରୁ କରି କଟି ଦିଅନ୍ତୁ ଏବଂ ଅଦା ରସୁଣ ପେଷ୍ଟ ପ୍ରସ୍ତୁତ କରି ରଖନ୍ତୁ। ଏବେ ଗ୍ୟାସରେ ଗୋଟିଏ ପାତ୍ର ବସେଇ ସେଥିରେ ତେଲ ପାକାଇ ଗୋଟା ମସଲା ପକାନ୍ତୁ। ଏହାପରେ ସେଥିରେ କଟା ପିଆଜ ପକେଇ ବ୍ରାଉନ ହେବା ପର୍ଯ୍ୟନ୍ତ ଘାଣ୍ଟନ୍ତୁ। ଏହାପରେ ଅଦା ରସୁଣ ପେଷ୍ଟ ପକାଇ ଘାଣ୍ଟନ୍ତୁ। ଏବେ ସେଥିରେ ଲଙ୍କା ଗୁଣ୍ଡ ଓ ଅନ୍ୟାନ୍ୟ ମସଲା ଗୁଣ୍ଡ ପକାଇ ଭାଲଭାବେ ଗୋଳାନ୍ତୁ। ୪/୫ ମିନିଟ ଘଣ୍ଟିବା ପରେ ସେଥିରେ ଟମାଟୋ ପକାଇ ଅଳ୍ପ ଭାଜନ୍ତୁ। ମସଲାରେ ଟମାଟୋ ଭଲଭାବେ ମିଶିଗଲା ପରେ ଏବେ କଟା ଆଳୁ, ଖମ୍ବ ଆଳୁ, ସରୁ ପକେଇ କସନ୍ତୁ। ୫ରୁ୮ ମିନିଟ ପରେ ଅନ୍ୟାନ୍ୟ କଞ୍ଚା ପରିବା ପକାଇ ଭଲଭାବେ ମସଲା ସହ ଗୋଳାନ୍ତୁ। ପ୍ରାୟ ୧୦ ମିନିଟି ଅଧ୍ୟମ ଆଞ୍ଚରେ ମସଲା ଦେହରେ ପରିବା ହୋଲେଇବା ପରେ ଏବେ ସେଥିରେ ଅଳ୍ପ ପାଣି ଦିଅନ୍ତୁ। କିଛି ସମୟ ତରକାରୀ ଫୁଟିବା ପରେ ସେଥିରେ ବୋଟ, ମଟର ଓ ଗଜାମୁଗ ପକାନ୍ତୁ। ଏବେ ଏହାକୁ କିଛି ସମୟ ଫୁଟିବାକୁ ଛାଡ଼ି ଦିଅନ୍ତୁ। ତରକାରୀ ହୋଇ ଆସିଲା ବେଳକୁ ସେଥିରେ ଅଳ୍ପ ଗରମ ମସଲା ଗୁଣ୍ଡ, ନଡ଼ିଆ କୋରା ଓ ଧନିଆ ପତ୍ର ପକାଇ ଘାଣ୍ଟି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଦୂତୀଆ ଘାଣ୍ଟ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: